News

ବେଙ୍ଗାଲୁରୁ ଏୟାର ଶୋ ପାର୍କିଙ୍ଗ୍‌ସ୍ଥଳରେ ଅଗ୍ନିକାଣ୍ଡ,ଜଳିଗଲା ୧୦୦ରୁ ଅଧିକ କାର

car1

ଏରୋ ଇଣ୍ଡିଆ ଶୋ’ରେ  ବଡ଼ ଧରଣର ଦୁର୍ଘଟଣା

ବେଙ୍ଗାଲୁରୁ ଏୟାର ଇଣ୍ଡିଆ ଶୋ’ରେ ପୁଣିଥରେ ଅଘଟଣ ଘଟିଛି। ପାକିଂସ୍ଥଳରେ ଅଗ୍ନିକାଣ୍ଡ  ଘଟି ପାଖାପାଖି ୧୦୦ କାର ଜଳିଯାଇଛି ।ଶନିବାର ଏରୋ ଇଣ୍ଡିଆ ଶୋ’ ପାଇଁ ବହୁ ସଂଖ୍ୟକ ଦର୍ଶକଙ୍କ ଭିଡ଼ ଜମିଥିଲା । ଏଥିରେ ବହୁ ଭିଆଇପି ଏବଂ ବିଶିଷ୍ଟ ବ୍ୟକ୍ତି ମଧ୍ୟ ଯୋଗଦେଇଥିଲେ । ସେମାନଙ୍କ କାର ପାର୍କିଂ ଲାଗି ପ୍ରଦର୍ଶନ ଅଞ୍ଚଳ ଠାରୁ କିଛି କିଛି ଦୂରରେ ପାର୍କିଂସ୍ଥଳ କରାଯାିଛି । ସେଠାରେ ଶତାଧିକ କାର ପାର୍କିଂ କରାଯାଇଥିଲା । ହେଲେ କୌଣସି କାରଣରୁ ଏକ କାରରେ ନିଆଁ ଲାଗିଯାଇଥିଲା।

ଆଜି ଏହି ଶୋ’ରେ ବ୍ୟାଡମିଣ୍ଟନ୍‌ ତାରକା ପିଭି ସିନ୍ଧୁ ଭାଗ ନେଇଥିଲେ। ସେ ତେଜସ୍‌ ବିମାନ ଉଡ଼ାଇବା ପରେ ହିଁ ଏଭଳି ଘଟଣା ଘଟିଥିଲା। ଏହି ଅଗ୍ନିକାଣ୍ଡ ପରେ ଶୋ’କୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ଅଗ୍ନିକାଣ୍ଡର କାରଣ ଏଯାଏ ଜଣାପଡ଼ି ନାହିଁ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ଏରୋ ଇଣ୍ଡିଆ ଶୋରେ ୨ଟି ସୂର୍ଯ୍ୟ କିରଣ ଜେଟ୍‌ ଦୁର୍ଘଟଣା ହେବା ଫଳରେ ଜଣେ ପାଇଲଟଙ୍କ ମୃତ୍ୟୁ ହୋଇଥିଲା।

ପଢନ୍ତୁ; ଆସାମରେ ବିଷାକ୍ତ ମଦପିଇ ୫୩ ମୃତ

Related posts

ପ୍ରଥମ ପର୍ଯ୍ୟାୟ ଭୋଟ୍ ପାଇଁ ଦୁର୍ଗମ ଅଞ୍ଚଳକୁ ପଠାଗଲା ପୋଲିଂ ଟିମ୍, ଇଭିଏମ୍

Ratnamani Moharana

ମରାଠାକୁ ଶୀଘ୍ର ମିଳିବ ସଂରକ୍ଷଣ

ENO Beuro

ଇସ୍ତଫା ଦେଇପାରନ୍ତି ଆରବିଆଇ ଗଭର୍ଣ୍ଣର

ENO Beuro

2 comments

Leave a Comment