News

୧୦୦ ପ୍ରଭାବଶାଳୀ ଭାରତୀୟଙ୍କ ତାଲିକାରେ ୪ ଜଣ ଓଡିଆ ପ୍ରଭାବଶାଳୀ ବ୍ୟକ୍ତି

୪ ଜଣ ଓଡିଆ ପ୍ରଭାବଶାଳୀ ବ୍ୟକ୍ତି

ନିକଟରେ ପ୍ରକାଶିତ ଭାରତର ବିଭିନ୍ନ ବର୍ଗର ୧୦୦ ପ୍ରଭାବଶାଳୀ ବ୍ୟକ୍ତିମାନଙ୍କ ତାଲିକାରେ ୪ ଜଣ ଓଡିଆ ଅଛନ୍ତି । ଏହି ତାଲିକାର ତୃତୀୟ ସ୍ଥାନରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ୍ ମିଶ୍ର, ୩୦ ତମ ସ୍ଥାନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୩୨ ତମ ସ୍ଥାନରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ୪୪ ତମ ସ୍ଥାନରେ ପ୍ରଧାନମନ୍ତ୍ରୀଙ୍କ ଅତିରିକ୍ତ ପ୍ରମୁଖ ସଚିବ ପି. କେ. ମିଶ୍ର ରହିଛନ୍ତି ।

ଏହି ୧୦୦ ପ୍ରଭାବଶାଳୀ ଭାରତୀୟଙ୍କ ତାଲିକାରେ ପ୍ରଥମ ସ୍ଥାନରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ତାଲିକାରେ ସିନେ ଜଗତର ୭୭ ତମ ନମ୍ବର ସ୍ଥାନରେ ଅମିତାଭ ବଚ୍ଚନ, ୭୮ ତମ ନମ୍ବର ସ୍ଥାନରେ ରଜିନକାନ୍ତ, ୭୯ ତମ ନମ୍ବର ସ୍ଥାନରେ ଦୀପିକା ପାଦୁକନ୍ ଅଛନ୍ତି ।

ଅନ୍ୟମାନଙ୍କ ଭିତରେ ପଞ୍ଚମ ତମ ସ୍ଥାନରେ ସୋନିଆ ଗାନ୍ଧି, ଦଶମ ତମ ସ୍ଥାନରେ ମୁକେଶ ଆମ୍ବାନୀ, ଷଷ୍ଠ ତମ ସ୍ଥାନରେ ମମତା ବାନାର୍ଜୀ ଓ ନବମ ତମ ସ୍ଥାନରେ ଆଦିତ୍ୟ ନାଥ ଯୋଗୀ ଅଛନ୍ତି ।

୧୦୦ ପ୍ରଭାବଶାଳୀ ଭାରତୀୟଙ୍କ ତାଲିକାରେ ୪ ଜଣ ଓଡିଆ ପ୍ରଭାବଶାଳୀ ବ୍ୟକ୍ତି News 10 2

ପଢନ୍ତୁ ;

ନଡିଆ ପାଣି ଆମ ଶରୀର ପାଇଁ କେତେ ଉପଯୋଗୀ ଜାଣନ୍ତୁ ?

Related posts

Seven Judo Talents Selected To Take Part In The National Judo Championship

ENO Beuro

ଆଧାର କାର୍ଡ଼ ସଂଯୋଗ କରିବା ସମୟ ୨୦୧୮ , ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଘୁଞ୍ଚିଲା

ENO Beuro

ନିଷ୍ପତି ନେଲେ ସରକାର, ଦରମା ବୃଦ୍ଧି ସହ ନିୟମିତ ହେବେ ଶିକ୍ଷା ସହାୟକ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More