News

ଦେଶବ୍ୟାପୀ ବ୍ରଡ଼ଗେଜ ରେଳ ଲାଇନର ୧୦୦% ବିଦ୍ୟୁତକରଣ ପ୍ରସ୍ତାବକୁ କ୍ୟାବିନେଟର ମଞ୍ଜୁରି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟର ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ଭାରତୀୟ ରେଳବାଇର ବ୍ରଡ଼ଗେଜ ପାଇଁ 100% ବିଦ୍ୟୁତକରଣ ବ୍ୟବସ୍ଥା ପ୍ରସ୍ତାବକୁ ମଂଜୁରି ପ୍ରଦାନ କରିଛି । ଏବେ ଭାରତୀୟ ରେଳବାଇର ମୋଟ 108ଟି ରୁଟରେ 13,675 ରୁଟ କିଲୋମିଟର (16,540 କିଲୋମିଟର)ର ବିଦ୍ୟୁତକରଣ କାର୍ଯ୍ୟ କରାଯାଉଛି । ଏଥିପାଇଁ 12,134.50 କୋଟି ଟଙ୍କା ବ୍ୟୟ କରାଯାଉଛି । ଏହି ବ୍ରଡ଼ଗେଜ ବିଦ୍ୟୁତକରଣ କାର୍ଯ୍ୟ 2021-22 ମସିହା ସୁଦ୍ଧା ଶେଷ ହେବାର କାର୍ଯ୍ୟକ୍ରମ ରହିଛି । ପ୍ରସ୍ତାବିତ ଏହି ରୁଟମାନଙ୍କରେ ବିଦ୍ୟୁତକରଣ କାର୍ଯ୍ୟ ଶେଷ ହେବା ପରେ ଭାରତୀୟ ରେଳବାଇର କାର୍ଯ୍ୟ ଦକ୍ଷତା ଓ ଏହାର ନେଟୱାର୍କ ଯଥେଷ୍ଟ ବୃଦ୍ଧି ପାଇବ ଏବଂ ଦେଶରେ 100% ବ୍ରଡ଼ଗେଜ ବିଦ୍ୟୁତକରଣ କାର୍ଯ୍ୟ ସଂପୂର୍ଣ୍ଣ ହେବ । ଫଳରେ ରେଳସୁରକ୍ଷା, ଦକ୍ଷତା, ବେଗ, ଶକ୍ତି ନିରାପତ୍ତା ଏବଂ ପୋଷଣୀୟତା ମଧ୍ୟ ବୃଦ୍ଧି ପାଇବ । ଏହି କାର୍ଯ୍ୟ ଶେଷହେବା ପରେ ରେଳବାଇ ଇନ୍ଧନ ବାବଦକୁ ବାର୍ଷିକ 13,510 କୋଟି ଟଙ୍କା ସଂଚୟ କରିପାରିବ ଏବଂ ବିଦ୍ୟୁତକରଣ ସମୟରେ ପ୍ରାୟ 20.4 କୋଟି ମାନବ ଦିବସର କାର୍ଯ୍ୟ ସୃଷ୍ଟି ହୋଇପାରିବ ।

ଭାରତୀୟ ରେଳବାଇର ପ୍ରମୁଖ ଟ୍ରଙ୍କ୍ ରୁଟ୍ ଗୁଡିକ ଏବେସୁଦ୍ଧା ବିଦ୍ୟୁତକରଣ ହୋଇକାର୍ଯ୍ୟ କରୁଛି । ରେଳ ଟ୍ରାଫିକ୍ ବ୍ୟବସ୍ଥାକୁ ସାରା ଦେଶରେ ନିରବଚ୍ଛିନ୍ନ ଓ ସମସ୍ୟା ରହିତ କରିବା ଉଦ୍ଦେଶ୍ୟରେ ଏଭଳି ବିଦ୍ୟୁତକରଣ ଏକାନ୍ତ ଜରୁରି ଏବଂ ସରକାର ତଦନୁଯାୟୀ ଏଭଳି କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଏହାଦ୍ୱାରା ଟ୍ରାକସନ୍ ପରିବର୍ତ୍ତନ କରାଯିବାର ଆବଶ୍ୟକତା ପଡ଼ିବନାହିଁ । ପ୍ରସ୍ତାବିତ ବିଦ୍ୟୁତକରଣ ମୁଖ୍ୟତଃ ମିସିଂଲିଙ୍କ୍ ଏବଂ ଶେଷ ପର୍ଯ୍ୟାୟ ସଂଯୋଗୀକରଣ ଯାହାକି ରେଳ ଚଳାଚଳର କାର୍ଯ୍ୟଦକ୍ଷତା ବୃଦ୍ଧିକରିବା ସହ ଲାଇନ ଦକ୍ଷତା ବୃଦ୍ଧି ଏବଂ ଟ୍ରେନମାନଙ୍କ ହାରାହାରି ବେଗରେ ବୃଦ୍ଧି ଘଟାଇବ ।

railway ବିଦ୍ୟୁତକରଣ ଦେଶବ୍ୟାପୀ ବ୍ରଡ଼ଗେଜ ରେଳ ଲାଇନର ୧୦୦% ବିଦ୍ୟୁତକରଣ ପ୍ରସ୍ତାବକୁ କ୍ୟାବିନେଟର ମଞ୍ଜୁରି railway

ଏହାଯୋଗୁ ବିଦେଶରୁ ରେଳ ଇନ୍ଧନ ସକାଶେ ଆମଦାନି କରାଯାଉଥିବା ଜୀବାଷ୍ମ ଇନ୍ଧନ ଉପରେ ନିର୍ଭରଶୀଳତା ରହିବ ନାହିଁ ଓ ତଦ୍ୱାରା ଦେଶର ଶକ୍ତି ନିରାପତ୍ତା ସୁରକ୍ଷିତ ହୋଇପାରିବ । ଏହି ଯୋଜନାବଦ୍ଧ ବିଦ୍ୟୁତକରଣ ପରେ, ହାଇସ୍ପିଡ଼ ଡ଼ିଜେଲ ବ୍ୟବହାରରେ ବାର୍ଷିକ 2.83 ବିଲିୟନ୍ ଲିଟର ହ୍ରାସ ଘଟିବ ତଥା ଜିଏଚଜି ନିର୍ଗମନ ମାତ୍ରା ହ୍ରାସ ପାଇବ । ରେଳବାଇ ପର୍ଯ୍ୟାବରଣ ଉପରେ ପକାଉଥିବା ପ୍ରଭାବ ମଧ୍ୟ କମିବ ।

ଅଧୁନା ଭାରତୀୟ ରେଳବାଇର ଦୁଇତୃତୀୟାଂଶ ମାଲବାହୀ ଗାଡ଼ି ଏବଂ ଅର୍ଦ୍ଧାଧିକ ପାସେଞ୍ଜର ଟ୍ରେନ୍ ବିଜୁଳିଶକ୍ତ ଯୋଗେ ଯାତାୟାତ କରୁଛନ୍ତି । କିନ୍ତୁ ବିଦ୍ୟୁତ ଟ୍ରାକସନ୍ ଏବେସୁଦ୍ଧା ମାତ୍ର 37%ରେ ସୀମିତ ରହିଛି । ସମଗ୍ର ବିଦ୍ୟୁତକରଣ ଫଳରେ ରେଳବାଇ ବାର୍ଷିକ 13,510 କୋଟି ଟଙ୍କା ସଂଚୟ କରିବ ବୋଲି ଆକଳନ କରାଯାଇଛି । ଏହି ମହତ୍ୱାକାଂକ୍ଷୀ କାର୍ଯ୍ୟକ୍ରମ ଶେଷହେବା ପରେ ଭାରତୀୟ ରେଳ ବ୍ୟବସ୍ଥାର ବିକାଶ ଯାତ୍ରା ଆଉ ଏକ ପର୍ଯ୍ୟାୟରେ ପହଂଚିବ । ଦେଶର ଏହା ବିକାଶ ଇଞ୍ଜିନ ପାଲଟିବ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।

ପଢନ୍ତୁ; ୱାଇଲଡ ଲାଇଫ ବିଶେଷଜ୍ଞ ଦଳ ପକ୍ଷରୁ ସୂଚନା: ଫେରିବନି ସୁନ୍ଦରୀ

Related posts

ଓଇସିଡି ପକ୍ଷରୁ ଭାରତକୁ ତୃତୀୟ ଶ୍ରେଷ୍ଠ ବିଶ୍ୱସନୀୟ ରାଷ୍ଟ୍ରର ମାନ୍ୟତା ମିଳିଛି

Krishna Kumar Manoj

ମହଙ୍ଗା ପଡିଲା ପରକ୍ରିୟା ପ୍ରୀତି : ପ୍ରେମୀ ଯୁଗଳଙ୍କୁ ପିଟିଲେ , ଲଣ୍ଡା କରି ବୁଲାଇଲେ

Krishna Kumar Manoj

ଇମରାନ ଖାନଙ୍କୁ ଭଗବାନ ଶିବଙ୍କ ରୂପରେ ଚିତ୍ରଣ କଲେ ବିରୋଧୀ ଦଳ!

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More