EnewsOdia.Com

୧୦୮ ଆମ୍ବୁଲାନ୍ସ ସେବାରେ ୩୦୦କୋଟିର ହେର୍ଫେର୍ ଅଭିଯୋଗ

ରାଜ୍ୟରେ ୧୦୮ ଆମ୍ବୁଲାନ୍ସ ସେବା ବିରୋଧରେ ୩୦୦ କୋଟି ଟଙ୍କାର ଘୋଟାଲା ଅଭିଯୋଗ ହୋଇଛି । ଏଥିରେ କେନ୍ଦ୍ର, ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର କିଛି କର୍ମଚାରୀ ଏବଂ ଆମ୍ୱୁଲାନ୍ସ ସେବା ଯୋଗାଉଥିବା କମ୍ପାନୀ ଜିକିଟ୍‌ଜା କମ୍ପାନୀର କର୍ମଚାରୀଙ୍କ ସମ୍ପୃକ୍ତି ରହିଛି । ଏମାନଙ୍କ ଯୋଗୁଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ରାଜକୋଷରୁ କୋଟି କୋଟି ଟଙ୍କା ଲୁଟ୍‌ ଅଭିଯୋଗ ହୋଇଛି। ଏହି ଘଟଣାର ସିବିଆଇ ତଦନ୍ତ ସହ ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା। ଏହି ମାମଲାର ଶୁଣାଣି କରି ହାଇକୋର୍ଟ କେନ୍ଦ୍ର ସରକାର, ରାଜ୍ୟ ସରକାର, ଜିକିଟ୍‌ଜା ହେଲ୍‌ଥ କେୟାର ଲିମିଟେଡ୍‌, ସିବିଆଇ, ୩୦ଟି ଜିଲ୍ଲାର ଜିଲ୍ଲା ମୁଖ୍ୟ ଚିକିତ୍ସାଧାରୀଙ୍କୁ ଜବାବ ଦାଖଲ ପାଇଁ ନୋଟିସ୍‌ ଜାରି କରିଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୦୨୦ ମସିହା ଜାନୁଆରୀ ମାସ ୨୧ତାରିଖରେ ହେବ।

ରାଜ୍ୟରେ ୨୦୦୫ ମସିହାରେ ୧୦୮ ଆମ୍ବୁଲାନ୍ସ ସେବା ଆରମ୍ଭ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ  ୨୮୦ଟି ଆମ୍ବୁଲାନ୍ସ ଓ  ପରେ ୧୪୦ଟି ଆମ୍ବୁଲାନ୍ସ ଯୋଗାଇ ଦିଆଯାଇଥିଲା ।ଏହି ଯୋଜନା ଜିକିଟ୍‌ଜା ହେଲ୍‌ଥ କେୟାର ଲିମିଟେଡ୍‌ ପକ୍ଷରୁ ପରିଚାଳନା କରୁଥିଲା ।ଜାଲ୍‌ କାଗଜପତ୍ର କରି ୧୦୮ ଆମ୍ବୁଲାନ୍ସ ନାଁରେ ଲକ୍ଷ ଲକ୍ଷ ଟଙ୍କା ଲୁଟ୍‌ କରୁଛନ୍ତି । ପ୍ରତି ମାସରେ କମ୍ପାନୀ ୩ରୁ ୫ ଲକ୍ଷ ଟଙ୍କାର ଘୋଟାଲା କରୁଛି ।

ପଢନ୍ତୁ: କଂଗ୍ରେସ ନେତା ପ୍ରଦୀପ ମାଝୀଙ୍କ ନାଁରେ ଏତଲା

ସମ୍ବନ୍ଧିତ ଖବର

ଆଧାର କାର୍ଡ ନଥିଲେ ପାଠ ପଢ଼ିବା ମନା !

Ratnamani Maharana

ପିଆଜ ଦରବୃଦ୍ଧି ଋଣଗ୍ରସ୍ତରୁ ବନେଇଦେଲା କୋଟିପତି

Ratnamani Maharana

ନିର୍ଭୟା ଶୁଣାଣିରୁ ଓହରିଲେ ଜଷ୍ଟିସ୍‌ ଏସଏ ବୋବଡେ

Ratnamani Maharana

ଛୁଟି ଦିନ ସତ୍ତ୍ୱେ ଫେବୃଆରୀ ୧ରେ ହେବ ବଜେଟ ଉପସ୍ଥାପନ

Ratnamani Maharana

ଗ୍ରାହକଙ୍କୁ ଜବରଦସ୍ତ ଝଟକା ଦେଲା ଜିଓ, ଅନ୍ୟ ନମ୍ବରକୁ କଲ୍ କଲେ ମିନିଟ୍ ପିଛା ଲାଗିବ ୬ ପଇସା

Ratnamani Maharana

ଗେରୁଆ ଦାଢ଼ି ପ୍ରେମରେ ବାଂଲାଦେଶ ମୁସଲମାନ

Ratnamani Maharana