ଆସନ୍ତା ମାର୍ଚ ୧୫ ତାରିଖରେ ଭୂବନେଶ୍ଵର ଜନତା ମଇଦାନ ଠାରେ ଓଡିଶାର ଅଗ୍ରଣୀ ଇଭେନ୍ଟ ମ୍ୟାନେଜମେଣ୍ଟ ଅନୁଷ୍ଠାନ ହ୍ଵାଇଟ କାନଭାସ ଆନୁକୁଲ୍ୟରେ ଆୟୋଜିତ ହେବାକୁ ଥିବା ୧୦ ମ ରୁଚି ଓଡିଆ ଫିଲ୍ମ ଫେୟାର ଆୱାର୍ଡ୍ସ ୨୦୧୯ କାର୍ଯ୍ୟ କ୍ରମକୁ କରୋନେ ଭାଇରସର ସଙ୍କ୍ରମଣତାର ଭୟାବହତାକୁ ଦୃଷ୍ଟିରେ ରଖି ଏବଂ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ନିଷ୍ପତିକୁ ସମ୍ମାନ ଜଣାଇ ଏହି କର୍ଜ୍ୟକ୍ରମକୁ ସ୍ଥଗିତ ରଖା ଯାଇଛି ବୋଲି ଆୟୋଜକ ମାନଙ୍କ ପକ୍ଷରୁ ସୂଚନା ଦିଆଯାଇଛି |
୧୦ ମ ରୁଚି ଓଡିଆ ଫିଲ୍ମ ଫେୟାର ଆୱାର୍ଡ୍ସକୁ ସଫଳତାର ଶୀର୍ଷରେ ପହଞ୍ଚାଇଥିବା ଦର୍ଶକ, ପ୍ରଯୋଜକ, କଳାକାର, ଟେକ୍ନ୍ନିସିଆନ, ବନ୍ଧୁ ମାନଙ୍କୁ ଧନ୍ୟବାଦ ଦେବା ସହ ଓଫ ପରିବାର ଅନୁରୋଧ କରୁଛନ୍ତି ଯେ, ଏହି ଭୟାବହ ବିପତି ସମୟରେ ଆପଣମାନେ ରାଜ୍ୟ ସରକାରଙ୍କ ଦ୍ଵାରା ଜାରି କରାଯାଇଥିବା କରୋନା ସମ୍ପର୍କିତ ପରାମର୍ଶ ଓ ନିଯମାବଳୀକୁ ପାଳନ କରନ୍ତୁ |
୧୦ ମ ରୁଚି ଓଡିଆ ଫିଲ୍ମ ଫେୟାର ଆୱାର୍ଡ୍ସର ୧୦ ମ ସଂସ୍କରଣ ଆଗାମୀ ଦିନରେ ସ୍ଥିତି ଅନୁଧ୍ୟାନ କରି ତାରିଖ ଓ ସ୍ଥାନ ନିର୍ଧାରଣ କରିବା ପରେ ଜନସାଧାରଙ୍କୁ ସୁଚାଇ ଦିଆଯିବ ବୋଲି ଓଡିଆ ଫିଲ୍ମ ଫେୟାର ଆୱାର୍ଡ୍ସର ମୁଖ୍ୟ ଉପଦେଷ୍ଟା ବାପୁ ଲେଙ୍କା, ଆବାହକ ଡ. ମନୋଜ ଦାଶ, ପ୍ରତିଷ୍ଠାତା ଓ ଅଧକ୍ଷ୍ୟ ଉଲ୍ଲାସ ଚନ୍ଦ୍ର ବେହୁରା, ଉପାଦ୍ଧକ୍ଷ ସ୍ମୃତିଶିକ୍ତ ସାମନ୍ତରାୟ, ନିର୍ଦ୍ଦେଶକ ଚିଣ୍ଟୁ ମିଶ୍ର, ସୌମ୍ୟଜିତ ପରିଡା, ଅମୃତ ରଞ୍ଜନ ଦାଶ, ଜ୍ଞାନ ରଞ୍ଜନ ରାୟ ଓ କାର୍ଯ୍ୟକାରୀ ସଦସ୍ୟ ଅସିତ ସାମଲ, ଅଜୟ ନାୟକ, ଶୁଭେନ୍ଦୁ ଦାସ, ପତିତପାବନ ପଣ୍ଡା, ସନ୍ତୋଷ ନାୟକ ପ୍ରମୁଖ ଘୋଷଣା କରିଛନ୍ତି |