News

ସ୍ୱାଧୀନତା ଦିବସ ଅବସରରେ ଓଡ଼ିଶାରୁ ୧୧ ଜଣଙ୍କୁ ମିଳିବ ରାଷ୍ଟ୍ରପତି ପଦକ

Odishas 11 People Gets President Awards Thumbnail 2 750x430

ଚଳିତ ବର୍ଷ ସ୍ୱାଧୀନତା ଦିବସ ଅବସରରେ ଅଗ୍ନି ସେବା, ହୋମ ଗାର୍ଡ ଓ ସାଧାରଣ ସୁରକ୍ଷା କ୍ଷେତ୍ରରେ ଓଡ଼ିଶାରୁ ୧୧ ଜଣଙ୍କୁ ରାଷ୍ଟ୍ରପତି ପଦକ  ପ୍ରଦାନ କରାଯିବ । ଚଳିତ ବର୍ଷ ୫୬ ଜଣ ବ୍ୟକ୍ତିଙ୍କୁ ଅଗ୍ନିଶମ ସେବା କ୍ଷେତ୍ରରେ ପୁରସ୍କୃତ କରାଯିବ । ଏଥିମଧ୍ୟରୁ ବୀରତା ପାଇଁ ଜଣଙ୍କୁ, ବିଶେଷ ସେବା ପାଇଁ ୮ ଜଣଙ୍କୁ ଏବଂ ପ୍ରଶଂସନୀୟ ସେବା ପାଇଁ ୪୭ ଜଣଙ୍କୁ ପୁରସ୍କୃତ କରାଯିବ । ହୋମଗାର୍ଡ ଓ ସାଧାରଣ ସୁରକ୍ଷା କ୍ଷେତ୍ରରେ ୪୪ ଜଣ ବ୍ୟକ୍ତିଙ୍କୁ ପୁରସ୍କୃତ କରାଯିବ । ଏମାନଙ୍କ ମଧ୍ୟରୁ ବିଶେଷ ସେବା ପାଇଁ ୮ ଜଣ ଏବଂ ପ୍ରଶଂସନୀୟ ସେବା ପାଇଁ ୩୬ ଜଣ ରାଷ୍ଟ୍ରପତିଙ୍କ ଠାରୁ ପଦକ ପାଇବେ । ତେବେ ଏହି ତାଲିକାରେ ରହିଛି ଓଡିଶାର ୧୧ ଜଣଙ୍କ ନାମ। ଯାହା ଓଡ଼ିଶାକୁ ଗୌରବାନ୍ଵିତ କରିଛି।

ଏମାନଙ୍କ ମଧ୍ୟରୁ ଅଗ୍ନି ସେବା କ୍ଷେତ୍ରରେ ବିଶିଷ୍ଟ ସେବା ପାଇଁ ଭାରତ ଭୂଷଣ ନାୟକ  ଏହି ପୁରସ୍କାର ପାଇବେ ଓ ଏହି କ୍ଷେତ୍ରରେ ପ୍ରଶଂସନୀୟ ସେବା ପାଇଁ ତ୍ରିଲୋକ କୁମାର ବାବୁ, ଗୁଣଧର ଜେନା, ଦୟାନିଧି ମିଶ୍ର, ନିରଞ୍ଜନ ମନ୍ତ୍ରୀ, ବିଜୟ ନାରାୟଣ ପଣ୍ଡା ଓ ସର୍ବେଶ୍ୱର ମହାରଣାଙ୍କୁ ରାଷ୍ଟ୍ରପତି ପଦକ ମିଳିବ । ହୋମଗାର୍ଡ ଓ ସାଧାରଣ ସୁରକ୍ଷା କ୍ଷେତ୍ରରେ ପ୍ରଶଂସନୀୟ ସେବା ପାଇଁ ଅରୁଣ କୁମାର ଜେନା, ଏନ ରାଜେନ୍ଦ୍ର ଦୋରା, ରମେଶ ଚନ୍ଦ୍ର ମହାନ୍ତି ଏବଂ ଲିଲି ପୃଷ୍ଟିଙ୍କୁ ଏହି ସମ୍ମାନ ମିଳିବ ।
ପଢନ୍ତୁ: ଶେଷ ପର୍ଯ୍ୟାୟରେ ସ୍ୱାଧୀନତା ଦିବସ ପ୍ରସ୍ତୁତି, ଚର୍ଚ୍ଚାରେ କାନପୁରର ଟ୍ରାଇକଲର ମିଠା

Related posts

ଲାଇଭ୍ ସୋ’ରେ ମହିଳାଙ୍କୁ ପିଟି ମୌଲାନା ଗିରଫ

ENO Beuro

ଟୁଇଟରରେ ନିଜ ନାମରୁ ‘ଚୌକିଦାର’ ହଟାଇଲେ ମୋଦି

Ratnamani Moharana

ଭିକ ମାଗିବା ପାଇଁ ଚୀନର ଡିଜିଟାଲ୍ ଭିକାରୀ ବ୍ୟବହାର କରୁଛନ୍ତି QR କୋର୍ଡ

Ratnamani Moharana

Leave a Comment