• Home
  • News
  • ଦିଲ୍ଲୀରେ ରହସ୍ୟମୟ ମୃତ୍ୟୁ ଘଟଣା:ଗୋଟିଏ ପରିବାରରୁ ୧୧ ଜଣଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା?
News

ଦିଲ୍ଲୀରେ ରହସ୍ୟମୟ ମୃତ୍ୟୁ ଘଟଣା:ଗୋଟିଏ ପରିବାରରୁ ୧୧ ଜଣଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା?

ରାଜଧାନୀ ଦିଲ୍ଲୀର ବାରୁରୀ ସନ୍ତନଗରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ପରିବାରର ୧୧ଜଣ ସଦସ୍ୟ ସନ୍ଦେହଜନକ ଭାବେ ଘରେ ଝୁଲୁଥିବା ଦେଖିବାକୁ ମିଳିଛି । ୧୦ଟି ଶବ ଫାଶରେ ଝୁଲୁଥିବା ବେଳେ ଅନ୍ୟ ଜଣେ ବୃଦ୍ଧଙ୍କ ଶବ ଘର ଚଟାଣ ଉପରେ ପଡ଼ିଥିବା ନଜରକୁ ଆସିଛି । ମୃତ ୧୧ଜଣଙ୍କ ମଧ୍ୟରୁ ୭ଜଣ ମହିଳା ୨ଜଣ ପୁରୁଷ ଓ ଦୁଇ ଜଣ କିଶୋର ଥିବା ଜଣାଯାଇଛି।

ପୋଲିସ ସୂତ୍ରରୁ ପ୍ରକାଶ ଯେ ରାଜସ୍ଥାନରୁ ଆସିଥିବା ଏହି ପରିବାର ଦିଲ୍ଲୀରେ ଦୀର୍ଘ ୨୦ ବର୍ଷ ଧରି ବ୍ୟବସାୟ କରୁଥିଲେ ଏବଂ ସନ୍ଥ ନଗରରେ ସେମାନଙ୍କର ରାସନ ଦୋକାନ ଏବଂ ପ୍ଲାଇଉଡ୍‌ ଷ୍ଟୋର୍‌ ରହିଛି। ରାସନ ଦୋକାନଟି ପ୍ରତିଦିନ ସକାଳ ୬ଟାରେ ଖୋଲୁଥିବା ବେଳେ ଆଜି ଏହା ନ ଖୋଲିବାରୁ ପାଖ ପଡ଼ୋଶୀଙ୍କ ସନ୍ଦେହ ଉପୁଜିଥିଲା। ସକାଳ ପ୍ରାୟ ସାଢ଼େ ୭ଟା ବେଳେ ଜଣେ ପଡ଼ୋଶୀ ଘଟଣା କ’ଣ ଜାଣିବାକୁ ଚେଷ୍ଟା କରିଥିଲେ ଏବଂ ଘର କବାଟ ଖୋଲା ରହିଥିବା ଦେଖିବାକୁ ପାଇଥିଲେ। ଘର ଭିତରର ଦୃଶ୍ୟ ଅତି ଭୟାନକ ଥିଲା।

ସୂଚନା ଅନୁଯାୟୀ, ମୃତକମାନଙ୍କ ରାତ୍ର ଭୋଜନରେ ଏକ ପ୍ରକାର ନିଶା ମିଶାଯାଇଥିବାର ପ୍ରମାଣ ମିଳିଥିବା କଥା ପୋଲିସ କହିଛି। ନିଶା ମିଶାଇଥିବା ବ୍ୟକ୍ତି ଜଣଙ୍କ ବୟସ୍କ ମହିଳା ଉଠିଯାଇ କାଳେ ପାଟି କରି ପଡୋଶୀମାନଙ୍କୁ ଡାକି ଦେବେ ସେଥିପାଇଁ ତାଙ୍କୁ ଶ୍ୱାସରୁଦ୍ଧ କରି ମାରି ଦେଇଛି ବୋଲି ପୁଲିସ ସନ୍ଦେହ କରିଛି।

ତଦନ୍ତ ବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ ହାତ ଲେଖା ମିଳିଛି ଓ ତନ୍ତ୍ର ସାଧାନା ପାଇଁ ଏହି ହତ୍ୟାକାଣ୍ଡ ହୋଇପାରେ ବୋଲି ଦିଲ୍ଲୀର ଯୁଗ୍ମ ପୁଲିସ କମିଶନର(ଅପରାଧ) ଆଲୋକକୁମାର କହିଛନ୍ତି।

ଦିଲ୍ଲୀରେ ରହସ୍ୟମୟ ମୃତ୍ୟୁ ଘଟଣା:ଗୋଟିଏ ପରିବାରରୁ ୧୧ ଜଣଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା? ଦିଲ୍ଲୀରେ ରହସ୍ୟମୟ ମୃତ୍ୟୁ ଘଟଣା:ଗୋଟିଏ ପରିବାରରୁ ୧୧ ଜଣଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା? delhi

ପଢନ୍ତୁ; ଭୂମିକମ୍ପ: ୪.୦ ତୀବ୍ରତାରେ ଥରିଲା ଦିଲ୍ଲୀ-ହରିୟାଣା

Related posts

ଶ୍ରମିକଙ୍କ ସହାୟତା ପାଇଁ ଇ-ପୋର୍ଟାଲର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Krishna Kumar Manoj

ସ୍କୁଲ୍‌ ପରିସରରେ ଛାତ୍ରଛାତ୍ରୀ ମାନଙ୍କର ସୁରକ୍ଷା ନିମନ୍ତେ ସିବିଏସଇ ପକ୍ଷରୁ କଡା ବ୍ୟବସ୍ଥା

Krishna Kumar Manoj

ଚୀନର ବାଦଶାହା ଜିନ୍‌ପିଙ୍ଗ୍‌ ହେବେ ଆଜୀବନ ରାଷ୍ଟ୍ରପତି !

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More