POLITICALS

ଲୋକସଭା ସହ ୧୧ ରାଜ୍ୟରେ ହୋଇପାରେ ବିଧାନସଭା ନିର୍ବାଚନ

modi

ଏକକାଳୀନ ଲୋକସଭା, ବିଧାନସଭା ନିର୍ବାଚନ

୨୦୧୯ ଲୋକସଭା ନିର୍ବାଚନ ସହ ୧୧ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଏକ ସମୟରେ କରିବାକୁ କେନ୍ଦ୍ର ସରକାର ଯୋଜନା କରୁଥିବା ଜଣାପଡ଼ିଛି । ୨୦୧୯ ପାଇଁ ବିଜେପ ରଣନୀତି ପ୍ରସ୍ତୁତ କରିଛି । ଲୋକସଭା ସହ ହୋଇପାରେ ୧୧ ରାଜ୍ୟର ବିଧାନସଭା ନିର୍ବାଚନ । ଏ ନେଇ କେନ୍ଦ୍ର ସରକାର ଯୋଜନା କରୁଥିବା ଜଣାଯାଇଛି । ଚଳିତବର୍ଷ ୪ଟି ରାଜ୍ୟ ଯଥା ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ ଓ ମିଜୋରାମ ନିର୍ବାଚନକୁ ଆସନ୍ତାବର୍ଷକୁ ଘୁଂଚାଇ ଦିଆଯାଇପାରେ । ବିହାରରେ ବି ଆଗୁଆ ଭୋଟ ହେବା ସମ୍ଭାବନା ରହିଛି । ଏ ନେଇ ବିଜେପି ଆଇନ କମିଶନକୁ ପତ୍ର ଲେଖିବା ପରେ ଚର୍ଚ୍ଚା ଜୋର ଧରିଛି।

ଲ’ କମିଶନଙ୍କୁ ଚିଠି ଲେଖିଲେ ଶାହ

ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା ମଧ୍ୟ ଦେଶରେ ଏକକାଳୀନ ନିର୍ବାଚନ କରାଇବା ଲାଗି ଦଳ ପ୍ରସ୍ତୁତ ରହିଥିବା ଯୁକ୍ତିବାଢି ଲ’ କମିଶନଙ୍କୁ ଚିଠି ଲେଖିଛନ୍ତି। ଏହାଦ୍ୱାରା ଅଯଥା ବ୍ୟୟଭାର ହ୍ରାସ ପାଇବା ସହ ନିର୍ବାଚନଜନିତ କୋଳାହଳ ଓ କର୍ମସଂସ୍କୃତି ଅପଚୟକୁ ୫ ବର୍ଷ ଲାଗି ରୋକାଯାଇପାରିବ ବୋଲି ଶ୍ରୀ ଶାହା ଏହି ଚିଠିରେ ଯୁକ୍ତି ଦର୍ଶାଇଛନ୍ତି। ତେବେ ବିଜେପିର ଏଭଳି ରଣନୀତିକୁ ବିରୋଧୀ କଂଗ୍ରେସ ଓ ଅନ୍ୟ ଦଳଗୁଡ଼ିକ ବିରୋଧ କରୁଛନ୍ତି।

ଦେଶରେ ଏକକାଳୀନ ନିର୍ବାଚନ ଲାଗି ସମ୍ବିଧାନ ସଂଶୋଧନ ଦରକାର ପଡୁଥିବାରୁ ବିଜେପି ଏବେ ମିଳିତ ବିରୋଧୀଙ୍କ ଯୋଗୁଁ ଏହାକୁ କାର୍ଯ୍ୟକାରୀ କରାଇବା ସ୍ଥିତିରେ ନାହିଁ। ତେଣୁ ଅଧିକରୁ ଅଧିକ ନିଜ ଶାସିତ ରାଜ୍ୟରେ ଏହାର ପରୀକ୍ଷା କରାଇ ଏକ ବାର୍ତ୍ତା ଦେଶବାସୀଙ୍କୁ ଦେବାକୁ ଉଦ୍ୟମ କରୁଛି। ଏହାଦ୍ୱାରା ନିର୍ବାଚନ ବାବଦ ଅଯଥା ପ୍ରଭୂତ ଅର୍ଥବ୍ୟୟକୁ ରୋକାଯିବା ସହିତ ସରକାରୀ ଶାସନ ପରିଚାଳନାକୁ ଅଧିକ କ୍ରିୟାଶୀଳ କରିବା ଲାଗି ସମୟ ମିଳିବ ବୋଲି ବିଜେପି ଯୁକ୍ତି ବାଢୁଛି। ଏପରିକି ଯେଉଁ ରାଜ୍ୟ ଗୁଡିକରେ ବିଜେପିର ରାଜ୍ୟ ସରକାରଙ୍କ ପ୍ରତି ଜନଅସନ୍ତୋଷ ରହିଛି, ସେସବୁ ଠାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିକାଶମୂଳକ କାର୍ଯ୍ୟ ଆଧାରରେ ମଧ୍ୟ ଦଳ ନିର୍ବାଚନ ବୈତରଣୀ ପାର୍‍ ହେବା ଯୋଜନା କରୁଛି।

modi

ପଢନ୍ତୁ; ମୁକୁଳା ଡ୍ରେନ ନେଲା ଜୀବନ, ସ୍ତ୍ରୀଙ୍କ ସାମ୍ନାରେ ଭାସିଗଲେ ସ୍ଵାମୀ

Related posts

ବୈଜୟନ୍ତଙ୍କୁ ମିଳିଲା ବିଜେପି ଜାତୀୟ ଉପସଭାପତି ଓ ମୁଖ୍ୟପାତ୍ର ଦାୟିତ୍ଵ

ENO Beuro

ପାଟକୁରାରେ ବିଜେପି ଓ ବିଜେଡ଼ିର ସମରସଜ୍ଜା

Ratnamani Moharana

କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିିତିରେ ବିଧିବଦ୍ଧ ଭାବେ ବିଜେପି ଦଳରେ ସାମିଲ ହେଲେ ଅପରାଜିତା

ENO Beuro

Leave a Comment