EnewsOdia.Com

ସରକାରୀ କଲେଜ ଅଧ୍ୟାପକଙ୍କ ଘରୋଇ ଟ୍ୟୁସନ ଉପରେ ବ୍ରେକ

ଦୁଇଦିନ ତଳେ ଘୋଷଣା କରିଥିଲେ ଆଜି ତାଲିକା ଜାରି କଲେ । ସରକାରୀ କଲେଜ ଅଧ୍ୟାପକଙ୍କସ ଘରୋଇ ଟ୍ୟୁସନ ଉପରେ ବ୍ରେକ ଦେବାକୁ ଉଚ୍ଚଶିକ୍ଷା ବିଭାଗ ଏବେ ତତ୍ପର । ବିଭାଗ ପକ୍ଷରୁ ଆଜି ଜାରି ହୋଇଥିବା ପ୍ରଥମ ତାଲିକାରେ ୧୧୧ଜଣ ଅଧ୍ୟାପକଙ୍କ ନାମ ରହିଛି । ଯେଉଁମାନେ କି ସରକାରୀ କଲେଜରେ  ଥାଇ ଘରୋଇ ଟ୍ୟୁସନ କରୁଛନ୍ତି । ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି  ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି  । ବାରମ୍ବାର ତାଗିଦ୍ ସତ୍ତ୍ବେ ଏହି ସରକାରୀ କଲେଜ ଅଧ୍ୟାପକମାନେ ବାହାରେ ଟ୍ୟୁସନ କରି ପାଠ ପଢାଉଛନ୍ତି । ସରକାରୀ ନିୟମକୁ ବେଖାତିର କରିଛାଲିଛନ୍ତି । ଏହି ତାଲିକାରେ କଟକ ଓ ଭୁବନେଶ୍ବର ସମେତ ରାଜ୍ୟର ଉପକୂଳ ଜିଲ୍ଲାର ବିଭିନ୍ନ କଲେଜଗୁଡିକରେ କାର୍ଯ୍ୟରତ ଅଧ୍ୟାପକ ରହିଛନ୍ତି  ଏହି ରିପୋର୍ଟ ସଂଗ୍ରହ କରିଛି ଉଚ୍ଚଶିକ୍ଷା ବିଭାଗ ।

ପ୍ରଥମ ଦଫାରେ ୧୧୧ ଅଧ୍ୟାପକ ମାନଙ୍କର ତାଲିକା ଜାରି କରିଛି ଉଚ୍ଚଶିକ୍ଷା ବିଭାଗ । ସେମାନଙ୍କ ବିରୋଧରେ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି । ଏଭିତରେ ଭୁବନେଶ୍ବରର ବିଜେବି, ରମାଦେବୀ ଓମେନ୍ସ, ରମାଦେବୀ ଜୁନିଅର, ବିଜୁପଟ୍ଟନାୟକ, ଏକାମ୍ର କଲେଜର ୮ ଅଧ୍ୟାପକ, ଖୋର୍ଦ୍ଧାର ୬, ଭଦ୍ରକର ୮, ଯାଜପୁରର ୧୧, ସେହିପରି କଟକ, କେନ୍ଦ୍ରାପଡା, ବାଲେଶ୍ବର, କେନ୍ଦୁଝର, ଆଦି କଲେଜର ମୋଟ ୧୧୧ ଅଧ୍ୟାପକଙ୍କ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ ।

ପଢନ୍ତୁ: ରୋଗ ବ୍ୟାପିବା ପରେ ବୁଦ୍ଧି ପଶିଲା, ଚୀନରେ ବନ୍ୟଜନ୍ତୁ ବ୍ୟବସାୟ ନିଷିଦ୍ଧ

ସମ୍ବନ୍ଧିତ ଖବର

ଭୁବନେଶ୍ବରରେ ବୀରେନ୍ଦ୍ର ସେହବାଗ

Ratnamani Maharana

୧୭ଶହ ଡେଇଁଲାଣି କାରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା

Ratnamani Maharana

ଭିକାରୀରୁ ରାତାରାତି ଷ୍ଟାର ପାଲଟିଥିବା ରାନୁ ମଣ୍ଡଳ ଏବେ କେମିତି ଅଛନ୍ତି!

Ratnamani Maharana

ଫିକା ପଡ଼ିବ ଦୀପାବଳି! : ଆସନ୍ତା ୪୮ ଘଣ୍ଟାରେ ଲଘୁଚାପ, ୨୭ ଯାଏ ୧୭ ଜିଲ୍ଲାକୁ ୟେ‌ଲୋ ୱାର୍ଣ୍ଣିଂ

Ratnamani Maharana

ଦୁଇ ଦିନ ପରେ ମହାଶିବରାତ୍ରୀ, ଲିଙ୍ଗରାଜ ମନ୍ଦିର ପାଇଁ ବ୍ୟାପକ ପ୍ରସ୍ତୁତି

Ratnamani Maharana

ମହିଳାମାନଙ୍କ ପାଇଁ ଖୋଲା ଯିବ ସ୍ୱତନ୍ତ୍ର ମଦ ଦୋକାନ

Ratnamani Maharana