EnewsOdia.Com

ଜାପାନୀ କ୍ରୁଜ୍‌ ଜାହାଜରୁ ୧୧୯ଜଣ ଭାରତୀୟ ଓ ୫ଜଣ ବିଦେଶୀ ନାଗରିକଙ୍କୁ ନେଇ ଦିଲ୍ଲୀରେ ପହଞ୍ଚିଲା ଏୟାର୍‌ ଇଣ୍ଡିଆ ବିମାନ

କୋରନା ଭାଇରସର ଆତଙ୍କ ଚୀନରୁ ଆରମ୍ଭ ହୋଇଥିବା ବେଳେ ଏହା ଏବେ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି । କୋରନା ଆକ୍ରାନ୍ତ ସନ୍ଦେହରେ ବାହାର ଦେଶରେ ଫଶି ରହିଥିବା ଲୋକମାନଙ୍କୁ ଭାରତ ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରାଯାଇଛି । ତେବେ ଜାପାନର ୟୋକୋହମା ବନ୍ଦରରେ କୋରନା ଆକ୍ରାନ୍ତ ସନ୍ଦେହରେ ଫସି ରହିଥିବା ୧୧୯ଜଣ ଭାରତୀୟ ଆଜି ସ୍ୱଦେଶକୁ ଫେରିଛନ୍ତି ।ଏହି ଲୋକମାନଙ୍କୁ ସ୍ଥାନାନ୍ତରଣ କରିବାକୁ ସୁବିଧା ଯୋଗାଇ ଦେଇଥିବାରୁ ଭାରତ ଜାପାନୀ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଛି।

୧୩୨ଜଣ କ୍ରୁ’ ଏବଂ ୬ଜଣ ଯାତ୍ରୀଙ୍କ ସମେତ ବିଳାସମୟ ଜାହାଜ ‘ଡାଇମଣ୍ଡ୍‌ ପ୍ରିନ୍‌ସେସ୍‌’ରେ ପ୍ରାୟ ୧୩୮ଜଣ ଭାରତୀୟ ନାଗରିକ ଥିଲେ। ଫେବ୍ରୁଆରି ୫ ତାରିଖ ଠାରୁ ପୃଥକ୍‌ ଥିବା ଏହି ଜାହାଜରେ ସମୁଦାୟ ୩, ୭୧୧ ଯାତ୍ରୀ ଥିଲେ। ସେମାନଙ୍କ ମଧ୍ୟରୁ ୧୬ଜଣ କରୋନାଭାଇରସ୍‌ରେ ଆକ୍ରାନ୍ତ ହୋଇଛନ୍ତି। ଚିକିତ୍ସା ନିମନ୍ତେ ସେମାନେ ଜାପାନରେ ରହିବେ।

ପଢନ୍ତୁ: ଛାଡିଲା ଝଡିବର୍ଷା, ବଢିବ କୁହୁଡି

ସମ୍ବନ୍ଧିତ ଖବର

ଦାର୍ଜିଲିଂରେ ୧୦ କିଲୋମିଟର ଦୌଡିଲେ ଦିଦି

Ratnamani Maharana

ନୂଆବର୍ଷରେ ଗ୍ରାହକଙ୍କୁ ଝଟକା ବଢିଲା ଏଲପିଜି ଦର

Ratnamani Maharana

ନବୀନ ନିବାସର ଜଳକର ବାବଦକୁ ୫୯୩ ଟଙ୍କା ଦେଲେ ମୁଖ୍ୟମନ୍ତ୍ରୀ

Ratnamani Maharana

ମଝି ଆକାଶରେ ଏୟାର ଇଣ୍ଡିଆ ବିମାନରେ ଲାଗିଲା ନିଆଁ

Ratnamani Maharana

ସ୍ମୃତି ଇରାନୀଙ୍କ ନୂଆ ରୂପ

Ratnamani Maharana

ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ପାଇଁ ମତଦାନ ଜାରି

Ratnamani Maharana