News

ପ୍ରସାଦ ଖାଇ ୧୨ ଶ୍ରଦ୍ଧାଳୁ ମୃତ,୮୦ ଅସୁସ୍ଥ

food

କର୍ଣ୍ଣାଟକର ଚାମ୍‌ରାଜନଗର‌ ଜିଲ୍ଲାରେ ଥିବା ମାରାମ୍ମା ମନ୍ଦିରରେ ପ୍ରସାଦ ଖାଇବା ପରେ ଶୁକ୍ରବାରେ ୧୨ ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ଘଟିଛି। ଅସୁସ୍ଥ ହୋଇପଡିଥିବା ୮୦ ଜଣରୁ ଅଧିକକୁ ହସ୍ପିଟାଲ ଭର୍ତ୍ତି କରାଯାଇଛି। ମୁଖ୍ୟମନ୍ତ୍ରୀ ଏଚ୍‌ ଡି କୁମାରସ୍ବାମୀ ଏହି ଘଟଣାରେ ଗଭୀର ଦୁଃଖପ୍ରକାଶ କରିବା ସହ ଜରୁରୀ ସୁବିଧା ଉପଲବ୍ଧ କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରସାଦ ସେବନ ପରେ ଏଭଳି ସ୍ଥିତି ଉପୁଜିଥିବାରୁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ରାଜ୍ୟ ସରକାରଙ୍କ ପ୍ରଧାନ ସଚିବ ଏକ ଜରୁରୀ ବୈଠକରେ ସ୍ଥିତି ସମୀକ୍ଷା କରିଛନ୍ତି।

food

ଏହି ଘଟଣା ପରେ ସେଠାକୁ ଯାଇଥିବା ଜଣେ ମନ୍ତ୍ରୀ ପୁଟ୍ଟାରାଙ୍ଗା ସେଟ୍ଟି କହିଛନ୍ତି, ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ରହିଥିବାରୁ ଗୋଟିଏ ଗୋଷ୍ଠୀ ଏପରି କରିଥାଇପାରେ। ଅନ୍ୟ ପକ୍ଷରେ ପ୍ରସାଦରେ କୀଟନାଶକ ମିଶାଯାଇଥିବା ଡାକ୍ତରମାନେ ସନ୍ଦେହ କରୁଛନ୍ତି ବୋଲି ପୁଲିସ୍‌ ସୂଚନା ଦେଇଛି। ମନ୍ଦିର ପ୍ରତିଷ୍ଠା ଉତ୍ସବ ପରେ ଏହି ପ୍ରସାଦ ସେବନ କରାଯାଉଥିଲା।

ପଢନ୍ତୁ; ‘ହକି ହି ଜିନ୍ଦେଗୀ’ ପୁସ୍ତକ ଲୋକାର୍ପିତ,ହକିକୁ ଓଡିଶାର ଅବଦାନ ଅନନ୍ୟ

Related posts

ଜାରି ରହିଛି ବ୍ଳକଗ୍ରାଂଟ ଶିକ୍ଷକ ଓ ଅଧ୍ୟାପକଙ୍କ ଆନ୍ଦୋଳନ, ସମାଧାନ କେବେ ହେବ ଏନେଇ ପ୍ରଶ୍ନ

ENO Beuro

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ:୧ କୋଟି ୫୭ ଲକ୍ଷର ୪୩ ପ୍ରକଳ୍ପକୁ ମଞ୍ଜୁରୀ

ENO Beuro

ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ENO Beuro

Leave a Comment