News

ଜୁନ୍ ୩ୟ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ ୨ କଳା ଓ ବାଣିଜ୍ୟ ପରୀକ୍ଷା ଫଳ

Ex

ରଜ ପରେ ଆସିବ ରେଜଲ୍ଟ 

ରଜ ପରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ  ଫଳ । ଆସନ୍ତା ୧୭ କିମ୍ବା ୧୮ ତାରିଖ ବେଳକୁ ରେଜଲ୍ଟ ପ୍ରକାଶ ପାଇବ ବୋଲି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ୍ । ଗତ ସପ୍ତାହରେ ଖାତା ଦେଖା ଶେଷ ହୋଇଥିଲା । ଗତ ୩ତାରିଖରେ ଯୁକ୍ତ ଦୁଇ ବିଜ୍ଞାନ ଫଳ ପ୍ରକାଶ ପାଇଥିଲା । ତେବେ ରଜ ପରେ ଗୋଟିଏ ଦିନରେ ହିଁ +୨ କଳା ଏବଂ ବାଣିଜ୍ୟ ଫଳାଫଳ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି ।

ଚଳିତ ବର୍ଷ ଯୁକ୍ତ ଦୁଇ ବିଜ୍ଞାନ  ପରୀକ୍ଷା ଫଳ ଜୁନ୍ ୩ ତାରିଖରେ ପ୍ରକାଶ ପାଇଥିଲା। ମୋଟ ୯୭, ୭୫୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୭୦,୭୦୬ ଜଣ ପାସ୍ କରିଥିଲେ। ସେମାନଙ୍କ ମଧ୍ୟରୁ ୨୦, ୮୦୬ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ପାସ୍ କରିଥିବା ବେଳେ ୨୩, ୯୦୪ ଜଣ ୨ୟ ଶ୍ରେଣୀରେ ଓ ୨୫, ୩୬୦ ଜଣ ତୃତୀୟ ଶ୍ରେଣୀରେ ପାସ୍ କରିଥିଲେ। ସେହିପରି ୪୦, ୦୫୮ ଜଣ ଛାତ୍ର ପାସ୍ କରିଥିବା ବେଳେ ୩୦, ୬୪୮ ଛାତ୍ରୀ ପାସ୍ କରିଥିଲେ। ଗତବର୍ଷ ଅପେକ୍ଷା ଏବର୍ଷ ଯୁକ୍ତ ଦୁଇ ବିଜ୍ଞାନ ପାସ୍ ହାର କମିଥିଲା।

ପଢନ୍ତୁ: ଓ୍ୱାଇଏସଆର କଂଗ୍ରେସକୁ ବିଜେପିର ଉପ ବାଚସ୍ପତି ପଦ ଅଫର !

Related posts

ସାପ ସହ ଲାଇଭ୍ ପର୍ଫର୍ମାନ୍ସ ସମୟରେ : ସାପ କାମୁଡ଼ାରେ ଅଭିନେତ୍ରୀଙ୍କ ମୃତ୍ୟୁ !

ENO Beuro

ମହିଳା ସାମ୍ବାଦିକଙ୍କ ଗାଲ ଥାପୁଡ଼ାଇଥିବାରୁ ବିବାଦରେ ତାମିଲନାଡୁ ରାଜ୍ୟପାଳ!

ENO Beuro

୨୦ରେ ଓଡିଶା ଆସିବେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

ENO Beuro

Leave a Comment