News

ସ୍କୁଲ ଭ୍ୟାନକୁ ଧକ୍କା ଦେଲା ଟ୍ରେନ୍‌,୧୩ ଛାତ୍ରଛାତ୍ରୀ ମୃତ!

ଉତ୍ତରପ୍ରଦେଶ କୁଶୀନଗରରେ ଘଟିଛି ଏପରି ମର୍ମନ୍ତୁଦ ଦୁର୍ଘଟଣା

ଉତ୍ତରପ୍ରଦେଶର କୁଶୀନଗର ଜିଲ୍ଲାରେ ଗୁରୁବାର ସକାଳୁ ଟ୍ରେନକୁ ଏକ ସ୍କୁଲ ଭ୍ୟାନ ଧକ୍କା ଦେବାରୁ ବଡ଼ ଧରଣର ଦୁର୍ଘଟଣା ଘଟିଛି। ଦୁଦହି ରେଲୱେ କ୍ରସିଂ ଠାରେ ନିୟନ୍ତ୍ରଣ ହରାଇ ଭ୍ୟାନର ଚାଳକ ଟ୍ରେନ ସହିତ ଭ୍ୟାନକୁ ଧକ୍କା କରିଛନ୍ତି। ଫଳରେ ୧୩ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ସେହିପରି ୮ଜଣଙ୍କୁ ଗୁରୁତର ଭାବରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସ୍କୁଲ ଭ୍ୟାନରେ ୨୨ଜଣ ଶିଶୁ ଥିଲେ।

ଦୁର୍ଘଟଣା କୁଶୀନଗର ସହର ନିକଟବର୍ତ୍ତୀ ଦୁଧି ରେଲ୍‌ କ୍ରସିଙ୍ଗ୍‌ ନିକଟରେ ଘଟିଛି। ଜଗୁଆଳି ବିହୀନ ଫାଟକ ଯୋଗୁଁ ଦୁର୍ଘଟଣା ଘଟିଥିବାରୁ ଦେଖଣାହାରୀମାନେ ପ୍ରଶାସନକୁ ଦୋଷ ଦେଉଛନ୍ତି। ଡିଭାଇନ୍‌ ପବ୍ଲିକ୍‌ ସ୍କୁଲ୍‌ର ଏହି ଭ୍ୟାନ୍‌ରେ ୨୦ ରୁ ୩୦ ଜଣ ପିଲା ଥିଲେ ବୋଲି କୁହା ଯାଉଛି। ମୃତ୍ୟୁ ସଂଖ୍ୟା ଆହୁରି ବଢ଼ି ପାରେ।

ସୂଚନାଯୋଗ୍ୟ, ଭ୍ୟାନ୍‌ର ଡ୍ରାଇଭର ଇୟର ଫୋନ୍‌ ଲଗାଇ ଗାଡ଼ି ଚଲାଉଥିବାରୁ ଟ୍ରେନ ଆସିବାର ଶବ୍ଦ ଶୁଣିପାରି ନ ଥିଲେ। ପିଲାମାନେ ଡ୍ରାଇଭରଙ୍କୁ ଏକଥା କହିଥିଲେ ସୁଦ୍ଧା ଏଥିପ୍ରତି ଡ୍ରାଇଭର କର୍ଣ୍ଣପାତ କରି ନ ଥିଲେ। ଏହି ଦୁର୍ଘଟଣାରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ ଉତ୍ତରପ୍ରଦେଶ ସରକାର ମୃତ ଶିଶୁଙ୍କ ପରିବାରକୁ ୨ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ଆହତମାନଙ୍କୁ ସମସ୍ତ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ଉତ୍ତର ପ୍ରଦେଶ ସରକାର ଘୋଷଣା କରିଛନ୍ତି।

ପଢନ୍ତୁ; କ’ଣ କଲେ ଆପଣଙ୍କୁ ରାତିରେ ସୁ-ନିଦ୍ରା ହେବ? ଜାଣନ୍ତୁ ସେ ସମ୍ପର୍କରେ

Related posts

ମରାଠାକୁ ଶୀଘ୍ର ମିଳିବ ସଂରକ୍ଷଣ

ENO Beuro

ଏୟାରସେବା 2.0ର ଶୁଭାରମ୍ଭ କଲେ ସୁରେଶ ପ୍ରଭୁ

ENO Beuro

ଉଦ୍ୟମ ଫଳବତୀ ହୋଇଛି, ଆଜିଠାରୁ ରାଜଧାନୀରେ ଆରମ୍ଭ ହେଲା ବାଲିଯାତ୍ରା ର ସଜବାଜ

ENO Beuro

Leave a Comment