• Home
  • News
  • ରାଜ୍ୟରେ ଖୋଲିବ ୧୩ଟି ନୂଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର – ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ , ଆଇନ ମନ୍ତ୍ରୀ ପ୍ରତାପ ଜେନା
News

ରାଜ୍ୟରେ ଖୋଲିବ ୧୩ଟି ନୂଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର – ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ , ଆଇନ ମନ୍ତ୍ରୀ ପ୍ରତାପ ଜେନା

ରାଜ୍ୟରେ ଆଉ ୧୩ଟି ନୂଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲାଯିବା ସହିତ  ୫ଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ସି.ଏଚ.ସିକୁ ଉନ୍ନିତ କରାଯାଇଛି ଏବଂ ୬ଟି ସି.ଏଚ.ସିରେ ଉପଖଣ୍ଡ ଚିକିତ୍ସାଳୟ ଚିକିତ୍ସା ସୁବିଧା ସୁଯୋଗ ଉପଲବ୍ଧ କରାଯିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ , ଆଇନ ମନ୍ତ୍ରୀ ପ୍ରତାପ ଜେନା ପ୍ରକାଶ କରିଛନ୍ତି।

ସାଧାରଣ ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ନିମନ୍ତେ ରାଜ୍ୟ ସରକାରଙ୍କ ଏହି ନିସ୍ପତି  । ସେହି ସବୁ ନୂଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକର ଦକ୍ଷିଣବନ୍ଧ , ଯାଜପୁର ବ୍ଲକର କୁଂଝବିହାରିପୁର, ବିଂଝାରପୁର ବ୍ଲକର ସିଂହପୁର ,ନବରଙ୍ଗପୁର ଜିଲ୍ଲାର ଝରିଗାଁ ବ୍ଲକର ବେଲଗାଁ , ବାଲେଶ୍ୱର ରେମୁଣା ବ୍ଲକର ମହାରାଜପୁର , ରୁପସା ବ୍ଲକର ରନସାହି ଭୋଗରାଇ ବ୍ଲକର ଜୟରାମପୁର , ବଲାଙ୍ଗିର ଜିଲ୍ଲା ବଙ୍ଗମୁଣ୍ଡା ବ୍ଲକର ଜାମଖୁଂଟା ,ସଇଁତାଳ ବ୍ଲକର ବୁଢାବାହଲ , ଗଂଜାମ ଜିଲ୍ଲା କବିସୂର୍ଯ୍ୟ ନଗର ବ୍ଲକର ବରିଡା , ପୁରୁଷୋତମପୁର ବ୍ଲକର ସୁନାଥରା , କୁକୁଡାଖଣ୍ଡି ବ୍ଲକର ହୁଗୁଳାପଟା ଓ କଳାହାଣ୍ଡି ଜିଲ୍ଲା ଗୋଲମୁଣ୍ଡା ବ୍ଲକର ମହାଲିଙ୍ଗ ଠାରେ ଖୋଲାଯିବ । ଏହି ନୂତନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକ ପାଇଁ ଖୁବ୍ ଶୀଘ୍ର ଭିତ୍ତିଭୂମି ସହ ଆବଶ୍ୟକ ମାନବ ସମ୍ବଳ ଆଦିର ବ୍ୟବସ୍ଥା କରାଯାଇ କାର୍ଯ୍ୟକ୍ଷମ କରାଯିବ ।

ସେହିପରି ଆହୁରି ଅନେକ ଜିଲ୍ଲା ତଥା ବରଗଡ ଜିଲ୍ଲାର ଗାଇସିଲଟ ବ୍ଲକର ଗାଇସିଲଟ୍ , କଳହାଣ୍ଡି ଜିଲ୍ଲାର ଗୋଲମୁଣ୍ଡା ବ୍ଲକର ଗୋଲମୁଣ୍ଡା ,ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକର ରେଢୁଆ , ବାଲିକୁଦା ବ୍ଲକର ବୋରିକିନା ଏବଂ କଟକ ଜିଲ୍ଲା ମାହାଙ୍ଗା ବ୍ଲକର ଜଗନ୍ନାଥ ପୁର ଠାରେ ଥିବା ନୂତନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ଭାବେ ଉନ୍ନିତ କରାଯାଇଛି । ଏହା ବ୍ୟତୀତ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ , ନବରଙ୍ଗପୁର ଜିଲ୍ଲା ଉମରକୋଟ, ମାଲକାନଗିରି ଜିଲ୍ଲା କୁଦୁମୁଲୁଗୁମା ବ୍ଲକର ଚିତ୍ରକୋଣ୍ଡା , ମାଥିଲି ବ୍ଲକର ମାତିଲି ନୂଆପଡା ଜିଲ୍ଲା ଖରିଆର ଏବଂ ଗଂଜାମ ଜିଲ୍ଲା ଆସ୍କା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଉପଣ୍ଡ ଚିକିତ୍ସାଳୟ ସ୍ତରୀୟ ଚିକିତ୍ସା ବ୍ୟବସ୍ଥା ଓ ସୁବିଧା ସୁଯୋଗ ଉପଲବ୍ଧ କରାଯିବ ।

ରାଜ୍ୟରେ ଖୋଲିବ ୧୩ଟି ନୂଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର - ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ , ଆଇନ ମନ୍ତ୍ରୀ ପ୍ରତାପ ଜେନା   ରାଜ୍ୟରେ ଖୋଲିବ ୧୩ଟି ନୂଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର – ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ , ଆଇନ ମନ୍ତ୍ରୀ ପ୍ରତାପ ଜେନା

ପଢନ୍ତୁ, ଓଡ଼ିଶା ଡାଟା ପୋର୍ଟାଲର ଉଦଘାଟନ, ଏବେ ମିଳିପାରିବ ସମସ୍ତ ସରକାରୀ ତଥ୍ୟ

Related posts

ଇସ୍ରାଏଲ ପ୍ରଧାନମନ୍ତ୍ରୀ ଭାରତ ଗ୍ରସ୍ତ : ଦୁଇ ଦେଶ ମଧ୍ୟରେ ୯ ପ୍ରସଙ୍ଗରେ ଚୁକ୍ତି ସ୍ୱାକ୍ଷର

Krishna Kumar Manoj

ଆଜି ପାକିସ୍ତାନରେ ସାଧାରଣ ନିର୍ବାଚନ

Krishna Kumar Manoj

‘ମ୍ୟାଗି’ର ଗୁଣବତ୍ତାକୁ ନେଇ ‘ନେସ୍‌ଲେ’ ଉପରେ ପୁଣି ୬୨ ଲକ୍ଷ ଟଙ୍କା ଜରିମାନା

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More