Loading...

ଋଷ -ୟୁକ୍ରେନ ବିବାଦ: ୧୩୭ ଜଣଙ୍କୁ ହରାଇଲା ୟୁକ୍ରେନ, ୩୦୦ରୁ ଊର୍ଦ୍ଧ୍ବ ଆହତ

ଋଷ -ୟୁକ୍ରେନ ବିବାଦ: ୧୩୭ ଜଣଙ୍କୁ ହରାଇଲା ୟୁକ୍ରେନ, ୩୦୦ରୁ ଊର୍ଦ୍ଧ୍ବ ଆହତ

ୟୁକ୍ରେନ ଉପରେ ଋଷର ଆକ୍ରମଣ ସାରା ବିଶ୍ବକୁ ଦୋହଲାଇ ଦେଇଛି। ଋଷ ଆକ୍ରମଣରେ ଏଯାଏଁ 137 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 316 ଆହତ ହୋଇଥିବା ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ସୂଚନା ଦେଇଛନ୍ତି ।

ୟୁକ୍ରେନ ଉପରେ ଋଷର ଆକ୍ରମଣ ସାରା ବିଶ୍ବକୁ ଦୋହଲାଇ ଦେଇଛି। ଋଷ ଆକ୍ରମଣରେ ଏଯାଏଁ 137 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 316 ଆହତ ହୋଇଥିବା ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ସୂଚନା ଦେଇଛନ୍ତି । ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଏକ ଭିଡିଓ ମାଧ୍ୟମରେ ସୂଚନା ଦେଇ କହିଛନ୍ତି ଯେ, ଋଷର ଆକ୍ରମଣରେ ଆମେ 137 ଜଣଙ୍କୁ ହରେଇଛୁ ଏବଂ ଏହି ଆକ୍ରମଣରେ 316 ଜଣ ଆହତ ହୋଇଛନ୍ତି । ଋଷ କ୍ଷେପଣାସ୍ତ୍ର ବଳରେ ୟୁକ୍ରେନର ୭୦ରୁ ଅଧିକ ସାମରିକ ପ୍ରତିଷ୍ଠାନ ଧ୍ବସଂ କରିଦେଇଛି । ଏହି ମହାଯୁଦ୍ଧକୁ ଏଡାଇବାକୁ ତଥା ଋଷକୁ ସାମରିକ କାର୍ଯ୍ୟାନୁଷ୍ଠାନରୁ ନିବୃତ୍ତ କରିବାକୁ ଆପ୍ରାଣ ଉଦ୍ୟମ ଚଳାଇଛନ୍ତି ବିଶ୍ବ ନେତା । ଇତି ମଧ୍ୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଋଷର ଆକ୍ରମଣ ନେଇ ବୈଠକ କରିଛନ୍ତି । ଋଷ ବିରୋଧରେ କଟକଣା ଲାଗୁ କରିବା ପାଇଁ ବାଇଡେନ ଜି-୭ ରାଷ୍ଟ୍ରଙ୍କ ସହ ଆଲୋଚନା କରିଛନ୍ତି ।

ଏହି ବୈଠକରେ ବାଇଡେନ ଋଷ ରାଷ୍ଟ୍ରପତି ପୁଟିନଙ୍କ ଉପରେ ବର୍ଷିଥିବା ଜଣାପଡ଼ିଛି । ପୁଟିନ ଅନ୍ତର୍ଜାତୀୟ ନିୟମର ଖୋଲା ଉଲ୍ଲଘଂନ କରିଛନ୍ତି । ଏବଂ ଋଷ ଉପରେ ଅଧିକ ଆର୍ଥିକ ପ୍ରତିବନ୍ଧକ ଲଗାଇବା ନେଇ ଖୋଲା ଚେତାବନୀ ମଧ୍ୟ ଦେଇଛନ୍ତି । ଅନ୍ୟପଟେ ଆଜି NATO ସଦସ୍ୟ ଦେଶଙ୍କ ବୈଠକ ବସିବ ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.