News

ଜାତିସଂଘର ନୂଆ ଆତଙ୍କୀ ତାଲିକା : ହାଫିଜ୍‌ ସୟିଦ ସହ ୧୩୯ ପାକିସ୍ତାନୀ ସାମିଲ

ପାକିସ୍ତାନ ଏବେ ଆତଙ୍କବାଦୀଙ୍କ ପାଇଁ ଭୂସ୍ୱର୍ଗ ପାଲଟି ଯାଇଛି। ପାକିସ୍ତାନର ପ୍ରମୁଖ ସହରଗୁଡ଼ିକରେ ଅନ୍ତର୍ଜାତୀୟ ଆତଙ୍କବାଦୀମାନେ ଆଡ଼ା ଜମାଇ ରହିଛନ୍ତି। ଇତିମଧ୍ୟରେ ଜାତିସଂଘ ସୁରକ୍ଷା ପରିଷଦ ପକ୍ଷରୁ ବିଶ୍ୱ ଆତଙ୍କବାଦୀଙ୍କ ତାଲିକା ପ୍ରକାଶ କରାଯାଇଛି। ଏଥିରେ ପାକିସ୍ତାନର ୧୩୯ ଆତଙ୍କବାଦୀ ରହିଛନ୍ତି। ତାଲିକାରେ ୨୬/୧୧ ବମ୍ବେ ଆତଙ୍କବାଦୀ ଆକ୍ରମର ଘଟଣାର ମୁଖ୍ୟ ଅଭିଯୁକ୍ତ ହାଫିଜ୍‌ ସଇଦ୍‌ଙ୍କ ନାମ ରହିଛି। ସେହିପରି ଏଥିରେ ୧୯୯୩ ବମ୍ବେ ବିସ୍ଫୋରଣ ଘଟଣାର ଅଭିଯୁକ୍ତ ଅଣ୍ଡର ଓ୍ବାଲ୍ଡ୍‌ ଡନ୍‌ ଦାଉଦ୍‌ ଇବ୍ରାହିମ୍‌ଙ୍କ ନାମ ମଧ୍ୟ ରହିଛି। ତାଲିକାରେ ଲଶ୍କର-ଇ-ତୋଏବା, ଅଲ୍‌ କାଇଦା, ଜମାତ୍‌-ଉଦ୍‌-ଦାଓ୍ବା ଏବଂ ଜୈଶ୍‌-ଇ-ମହମ୍ମଦ୍‌ ଆତଙ୍କବାଦୀ ସଂଗଠନ ନାମ ରହିଛି।

ଗତକାଲି ଆମେରିକା ହାଫିଜ୍‌ର ରାଜନୈତିକ ଦଳ ମିଲି ମୁସଲିମ୍‌ ଲିଗ୍‌ (ଏମଏଏମଲ)କୁ ମଧ୍ୟ ଆତଙ୍କବାଦୀ ଗୋଷ୍ଠୀ ଭାବେ ଘୋଷଣା କରିଥିଲେ।

ଜାତିସଂଘର ଏହି ନୂଆ ଆତଙ୍କବାଦୀ ତାଲିକାର ଶୀର୍ଷ ସ୍ଥାନରେ ରହିଛି ଅଲ କାଏଦାର ଅୟମାନ୍‌ ଅଲ-ଜଓ୍ଵାହିରି । ସେ ହେଉଛି ୯/୧୧ ମାଷ୍ଟରମାଇଣ୍ଡ୍‌ ଓସାମା ବିନ୍‌ ଲାଦେନ୍‌ର ଉତ୍ତରାଧିକାରୀ। ଜଓ୍ଵାହିରି ଏବେ ମଧ୍ୟ ଆଫଗାନିସ୍ତାନ-ପାକିସ୍ତାନ ସୀମାରେ ଲୁଚି ରହିଛି। ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି ରାମ୍‌ଜି ମହମ୍ମଦ ବିନ୍‌ ଅଲ-ସେବାହ ଯିଏ ଜଣେ ୟେମେନ ନାଗରିକ।

କଶ୍ମୀରୀ ଆତଙ୍କବାଦୀଙ୍କୁ ଅସ୍ତ୍ରଶସ୍ତ୍ର, ଅର୍ଥ ଓ ତାଲିମ ଦେଇ ପାକିସ୍ତାନ ସମସ୍ୟା ବଢ଼ାଉଛି ଏବଂ ଆତଙ୍କବାଦୀଙ୍କ ଅନୁପ୍ରବେଶ ପାଇଁ ଅହରହ ଉଦ୍ୟମ କରୁଛି। ପାକ୍‌୍‌ ଆତଙ୍କବାଦୀମାନେ ଦୀର୍ଘ ବର୍ଷ ଧରି କଶ୍ମୀରରେ ନରସଂହାର ଜାରି ରଖିଛନ୍ତି।

ପଢନ୍ତୁ; କାଶ୍ମୀରକୁ ନେଇ କ୍ରିକେଟରଙ୍କ ଟ୍ୱିଟର ଯୁଦ୍ଧ,ଆଫ୍ରିଦିଙ୍କୁ କଡା ସମାଲୋଚନା

Related posts

ଏଲପିଜି ଗ୍ରାହକଙ୍କ ପାଇଁ ଖୁସି ଖବର, କମିଲା ଗ୍ୟାସ୍‌ ଦର

ENO Beuro

ଏମ୍ସରେ ବ୍ୟାଟେରୀ ଚାଳିତ ବସ ସେବାର ଶୁଭାରମ୍ଭ କଲେ ଶ୍ରୀ ଜେ.ପି.ନଡ୍ଡା

ENO Beuro

ବାଲାକୋଟ ଏୟାର ଷ୍ଟ୍ରାଇକ୍‌ର ‘ମାଷ୍ଟର ମାଇଣ୍ଡ’ ସାମନ୍ତ ଗୋୟଲ ହେଲେ ‘ର’ ମୁଖ୍ୟ

Ratnamani Moharana

Leave a Comment