News

ଫ୍ରାନ୍ସର ରାଷ୍ଟ୍ରପତି ଏବଂ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ଦ୍ଵିପାକ୍ଷିକ ଆଲୋଚନା, ସ୍ଵାକ୍ଷରିତ ହେଲା ୧୪ଟି ଚୁକ୍ତିନାମା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ଦ୍ଵିପାକ୍ଷିକ ଆଲୋଚନା କରିବା ସହିତ ୧୪ଟି ଚୁକ୍ତି ଉପରେ ସ୍ଵାକ୍ଷରିତ କରିଛନ୍ତି। ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ମୋଦୀ କହିଛନ୍ତି ଯେ ଆମେ ଦୁଇ ଜଣ କେବଳ ଗଣତନ୍ତ୍ର ଦେଶର ନେତା ନୁହେଁ ବରଂ ଦୁଇଟି ସମୃଦ୍ଧ ଓ ସମର୍ଥ ବିରାସର ଉତ୍ତରାଧିକାରୀ ମଧ୍ୟ। ହାଇଦ୍ରାବାଦ ହାଉସରେ ଉଭୟ ନେତା ମଧ୍ୟରେ ମିଳିତ ସାମ୍ବାଦିକ ସମ୍ମିଳନୀ ହୋଇଥିଲା।

ମୋଦୀ କହିଛନ୍ତି ୧୮୦୦ ଶତାବ୍ଦୀଠୁ ନେଇ ଆଜି ପର୍ୟ୍ୟନ୍ତ ପଞ୍ଚତନ୍ତ୍ର କାହାଣୀ, ମହାଭାରତ ଓ ରାମାୟଣ ଜରିଆରେ ଫ୍ରାନ୍ସିସ୍ ବିଚାରକ ଭାରତର ସଭ୍ୟତାକୁ ଜାଣିବାକୁ ଚେଷ୍ଟା କରିଛନ୍ତି। ରୋମୟା ରୋଲା, ଭିକ୍ଟର ହ୍ୟୁଗୋ ପରି ଲୋକ ଭାରତର ଗଭୀର ଅଧ୍ୟୟନ କରିଛନ୍ତି।

ପିଏମ ମୋଦୀ କହିଛନ୍ତି ଫ୍ରାନ୍ସ ଓ ଭାରତ ଗୋଟିଏ ମଞ୍ଚରେ ଉପସ୍ଥିତ ଶାନ୍ତିମୟ ବିଶ୍ଵ ପାଇଁ ଏକ ସୁବର୍ଣ୍ଣ ସୁଯୋଗର ସଙ୍କେତ ଦେଇଛି।

ଜାରି ହୋଇଥିବା ମିଳିତ ବୟାନରେ ପିଏମ ମୋଦୀ କଣ କହିଛନ୍ତି –

  • ଭୂପୃଷ୍ଠଠୁ ନେଇ ଆକାଶ ପର୍ୟ୍ୟନ୍ତ ଏମିତି କିଛି ବିଷୟ ନାହିଁ ଯାହା ଉପରେ ଦୁଇ ଦେଶ ମିଶି କାମ କରି ନାହାନ୍ତି।
  • ଆଫ୍ରିକା ଦେଶ ସହିତ ଭାରତ ଓ ଫ୍ରାନ୍ସର ଉତ୍ତମ ସଂପର୍କ ରହିଛି। ଏହା ଦୁଇ ଦେଶ ମଧ୍ୟରେ ଏକ ମହତ୍ଵପୂର୍ଣ୍ଣ ବିନ୍ଦୁ ଅଟେ।
  • ଦୁଇ ଦେଶ ମିଳିତ ରଣନୀତି ଭିଜନ ଉପରେ ହସ୍ତାକ୍ଷର କରିଛନ୍ତି।
  • ଆମର ସେନାର ସମସ୍ତ ଅଙ୍ଗ ସହିତ ଫ୍ରାନ୍ସ ଅଭ୍ୟାସ କରିଥିଲେ।
  • ପ୍ରତି ରକ୍ଷା କ୍ଷେତ୍ରରେ ଫ୍ରାନ୍ସ ମେକ ଇନ ଇଣ୍ଡିଆରେ ନିବେଶକୁ ଆମେ ସ୍ଵାଗତ କରୁଛୁ।
  • ପ୍ରତି ରକ୍ଷା କ୍ଷେତ୍ରରେ ଦୁଇ ଦେଶର ସଂପର୍କ ଉତ୍ତମ ରହିଛି ଓ ଫ୍ରାନ୍ସକୁ ଭାରତ ଉତ୍ତମ ଭାଗିଦାରୀ ମାନିଥାଏ।ଭାରତର ଡିଗ୍ରୀ ଏବେ ଫ୍ରାନ୍ସରେ ମଧ୍ୟ ବୈଧ୍ୟ ହେବ।

ପଢନ୍ତୁ;

ପାକିସ୍ତାନୀ ଝିଅ ଆଲିସବାଙ୍କ ସହ ସାମିଙ୍କ ସମ୍ପର୍କ , ଚାଞ୍ଚଲ୍ୟକର ଅଡିଓ ଦେଲେ ହସିନ

Related posts

ପୁଣି ମୁଣ୍ଡ ନେଲା ବମିଖାଲ ଓଭରବ୍ରିଜ୍ : ଜଣେ ଶ୍ରମିକ ମୃତ , ଜଣେ ଗୁରୁତର

ENO Beuro

ଶ୍ରୀଲଙ୍କା ଆତ୍ମଘାତୀ ଆକ୍ରମଣ ପରେ ସରକାର ବୁର୍ଖା ଉପରେ ଲଗାଇଲେ ପ୍ରତିବନ୍ଧକ

Ratnamani Moharana

ଘୂର୍ଣ୍ଣିବଳୟ ଦୁର୍ବଳ ହେଲା

ENO Beuro

1 comment

Leave a Comment