News

ଗଛ ପାଇଁ ବଞ୍ଚିଗଲା ଚାରି ମହଲାରୁ ଖସି ପଡ଼ିଥିବା ୧୪ ମାସ ଶିଶୁର ଜୀବନ

ଅଥର୍ବ ବାର୍କାଡେ ନାମକ ଜଣେ ୧୪ ମାସର ଶିଶୁ ୪ ମହଲା ଉପରୁ ଖସିପଡି ମଧ୍ୟ ବଞ୍ଚିଯାଇଥିବା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସୂଚନା ଅନୁଯାୟୀ ଯେତେବେଳେ ଶିଶୁଟି ଝରକା ତଳକୁ ଖସିଥିଲା ସେତେବେଳେ ସେ ତଳେ ଥିବା ଏକ ଗଛରେ ଲାଖି ଯାଇଥିଲା । ଏହି ଘଟଣାଟି ବି ଏସ୍ ଗୋବନ୍ଦ ନିକଟ ଗୋପୀ କିସନ୍ ବିଲ୍ଡିଙ୍ଗରେ ଗତକାଲି ପ୍ରାୟ ସକାଳ ୮ଟା ୩୦ ମିନିଟ୍ ସମୟରେ ଘଟିଥିଲା । ଯେଉଁଠାରେ ଶିଶୁଟିର ପରିବାର ସଦସ୍ୟ ସମସ୍ତେ ବସବାସ କରନ୍ତି ।

atharbଅଥର୍ବ ଝରକାରୁ ସିଧା ଗଛ ଉପରେ ପଡ଼ି ସେ ନୂଆଁଣିଆ ଡାଳ ଦେଇ ଭୂଇଁ ଉପରକୁ ଖସି ଆସିଥିଲା। ପ୍ରଥମେ ସେ ଗଛରେ ପଡ଼ିଥିବାରୁ ଯୋର୍‌ ଆଘାତ ଲାଗି ନ ଥିଲା।

ତଳୁ ଉଠାଇ ନେବା ପରେ ଅଥର୍ବ କାନ୍ଦିବା ଆରମ୍ଭ କଲା। ତୁରନ୍ତ ତାକୁ ଦୁଇ ଦୁଇଟି ଘରୋଇ ଡାକ୍ତରଖାନାକୁ ନିଆଗଲା, କିନ୍ତୁ ସେଠାରେ ପିଲାଙ୍କ ଲାଗି ଚିକିତ୍ସା ସୁବିଧା ନ ଥିବାରୁ ମୁଲୁନ୍ଦସ୍ଥିତ ଫର୍ଟିସ୍‌ ହସ୍‌ପିଟାଲ୍‌କୁ ନିଆଯାଇଥିଲା। ଏବେ ଇନ୍‌ଟେନ୍‌ସିଭ୍‌ କେୟାର୍‌ ୟୁନିଟ୍‌ରେ ଥିବା ଅଥର୍ବର ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି। ତା’ ଓଠ ଓ ଗୋଟିଏ ଗୋଡ଼ରେ ଆଘାତ ଲାଗିଛି।

ପଢନ୍ତୁ; ଘୁଞ୍ଚିଲା ଅଯୋଧ୍ୟା ମାମଲା ଶୁଣାଣୀ

Related posts

ଚର୍ଚ୍ଚାରେ କର୍ଣ୍ଣାଟକର ଭାବି ମୁଖ୍ୟମନ୍ତ୍ରୀ : ଯେଉଁ ବର୍ଷ କଲେ ପ୍ରଥମ ବିବାହ ସେହି ବର୍ଷ ଜନ୍ମ ହୋଇଥିଲେ ଦ୍ୱିତୀୟ ପତ୍ନୀ

ENO Beuro

ନିଷ୍ପତି ନେଲେ ସରକାର, ଦରମା ବୃଦ୍ଧି ସହ ନିୟମିତ ହେବେ ଶିକ୍ଷା ସହାୟକ

ENO Beuro

ରାମରହିମଙ୍କ ପୋଷ୍ୟାକନ୍ୟା ହନିପ୍ରୀତ ଇନସାନ୍ ଙ୍କୁ ହରିଆଣା ପୁଲିସ ଖୋଜୁଛି, ଦେଶଦ୍ରୋହ ମାମଲା ରୁଜୁ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More