News

ଜଳ ନିଷ୍କାସନ ପାଇଁ ଖୋଲା ହେଲା ହୀରାକୁଦର ଆଉ ୭ଟି ଗେଟ୍‌

Hk 2 750x430

ଲଗାଣ ବର୍ଷାରେ ପୁଣି ବଢିବାରେ ଲାଗିଛି ହୀରାକୁଦ ଜଳଭଣ୍ଡାର ଜଳପତ୍ତନ । ଏହାକୁ ଦୃଷ୍ଟିରେ ରଖି ଆଜି ଆଉ ୭ଟି ଗେଟ୍‌ ଖୋଲାଯାଇଛି।  ଡ଼୍ୟାମର ୨ଟି ଗେଟ୍‍ ରବିବାର ଖୋଲିବା ପରେ ୭ଟି ଗେଟ୍‍ ଦେଇ ଜଳ ନିଷ୍କାସନ ହେଉଥିଲା । ସୋମବାର ୭ଟି ଗେଟ୍ ଖେଲା ଯିବା ପରେ ବର୍ତ୍ତମାନ ୧୪ଟି ଗେଟ ଦେଇ ଜଳ ନିଷ୍କାସନ ହେଉଛି । ଜଳ ଭଣ୍ଡାରକୁ ପ୍ରତି ସେକେଣ୍ଡରେ ୨ଲକ୍ଷ ୩୭ ହଜାର ୯୧୦ ଘନଫୁଟ  କରୁଥୁବାବେଳେ ୧ଲକ୍ଷ ୭୫ ହଜାର ୩୭୫ ଘନଫୁଟ ଜଳ ନିଷ୍କାସନ ହେଉଛି । ହୀରାକୁଦ ଡ୍ୟାମ୍ ର ଜଳସ୍ତର ୬୨୦.୮୭ ଫୁଟ୍ ରହିଛି ।

ମହାନଦୀର ଉପମୁଣ୍ଡରେ ବର୍ଷାର ପରିମାଣ ବଢିଥିବାରୁ ଇବ୍ ନଦୀରେ ବର୍ଷା ପାଣି ଆସି ହୀରାକୁଦ ଜଳଭଣ୍ଡାର ଭିତରକୁ ପ୍ରବେଶ କରୁଛି। ହୀରାକୁଦ ଜଳଭଣ୍ଡାରର ୧୪ଟି ଗେଟ୍ ଖୋଲିବା ପରେ କଟକ ମୁଣ୍ଡଳିରେ ସର୍ବାଧିକ ୪ ଲକ୍ଷ କ୍ୟୁସେକ୍‌ ଜଳ ନିଷ୍କାସନ ହେବ ବୋଲି କହିଛନ୍ତି ଡ୍ୟାମ୍‌ କର୍ତ୍ତୃପକ୍ଷ।

ପଢନ୍ତୁ: ଲଘୁଚାପରେ ପରିଣତ ଘୂର୍ଣ୍ଣିବଳୟ, ରାଜ୍ୟରେ ୨୫ଯାଏଁ ହେବ ପ୍ରବଳ ବର୍ଷା

Related posts

ପଶ୍ଚିମ ଓଡ଼ିଶା ମହାବନ୍ଦ ପାଇଁ ୯ଟି ଟ୍ରେନ୍‌ ବାତିଲ

ENO Beuro

ରାଜଧାନୀରେ ଫାଷ୍ଟଫୁଡ ଦୋକାନୀଙ୍କୁ ଗୁଳିମାଡ

ENO Beuro

ପଦ୍ମ ଧରିଲେ ଅପରାଜିତା ଷଡଙ୍ଗୀ

ENO Beuro

1 comment

Leave a Comment