EnewsOdia.Com

ଆସନ୍ତା ମାର୍ଚ୍ଚ ୧୫ ତାରିଖରେ ଅନୁଷ୍ଠିତ ହେବ ରୁଚି ୧୦ମ ଓଡିଆ ଫିଲ୍ମ ଫେୟାର ଆୱାର୍ଡ୍ସ

ଓଡିଶାର ଅଗ୍ରଣୀ ଇଭେନ୍ଟ ପ୍ରତିଷ୍ଠାନ ହ୍ଵାଇଟ ହାଉସ କାନଭାସ ଆନୁକୁଲ୍ୟରେ ତଥା ଓଫା ଫାଉଣ୍ଡେସନ ସହଯୋଗରେ ଭୁବନେଶ୍ବର ଜନତା ମଇଦାନଠାରେ ଆସନ୍ତା ମାର୍ଚ୍ଚ ୧୫ ତାରିଖ,ରବିବାର ସନ୍ଧ୍ୟା ୬ ଘଟିକାରେ ଅନୁଷ୍ଠିତ ହେବ ୧୦ମ ରୁଚି ଓଡିଆ ଫିଲ୍ମ ଫେୟାର ଆୱାର୍ଡ୍ସ-୧୯ । ବିଗତ ୨୦୧୦ ମସିହାଠାରୁ ଆୟୋଜିତ ହୋଇଆସୁଥିବା ଏହି ସମ୍ମାନଜନକ ଚଳଚିତ୍ର ପୁରସ୍କାର ଉତ୍ସବ ପୂର୍ବଭାରତର ଅନ୍ୟତମ ଶ୍ରେଷ୍ଠ ତଥା ଲୋକପ୍ରିୟ ସମ୍ମାନ ଉତ୍ସବ ହୋଇଥିବାବେଳେ ଓଲିଉଡର ସର୍ବ ବୃହତ ଚଳଚିତ୍ର ସମ୍ମାନ ସମାରୋହ। ଦୀର୍ଘ ୯ ବର୍ଷ ଧରି ଏହା ଭୁବନେଶ୍ଵର ଓ କଟକରେ ମହା ଆଡମ୍ବରରେ ଅନୁଷ୍ଠିତ ହୋଇ ଆସୁଥିବାବେଳେ ଚଳିତ ୧୦ମ ସଂସ୍କରଣକୁ ସ୍ଵତନ୍ତ୍ର ଭାବେ ଆୟୋଜନ କରାଯିବ ବୋଲି ପ୍ରକାଶ କରିଛନ୍ତି ଆୟୋଜକମାନେ। ଏଥିରେ ୨୫ଟି ବିଭିନ୍ନ ବିଭାଗରେ କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ଜେନ ବର୍ସିୟାନ କଳାକାରଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନରେ ସମ୍ମାନିତ କରାଯିବ। ଏତତ ବ୍ୟତୀତଚଳଚିତ୍ର ସହ ସଂଶ୍ଳିଷ୍ଟ ସ୍ପଟ ବୟ, ମେକଅପ ମ୍ୟାନ ଆଦି ସ୍ଵତନ୍ତ୍ର ବିଭଗରେ ମଧ୍ୟ ପୁରସ୍କାର ପ୍ରଧାନ କରାଯିବ।

ବିଗତ ବର୍ଷ ମାନଙ୍କର ଏହି କାର୍ଯ୍ୟକ୍ରମରେ ବଲିଉଡର ପ୍ରକ୍ଷାତ ଅଭିନେତ୍ରୀ ରବୀନା ଟଣ୍ଡନ, ଉର୍ମ୍ମିଳ ମାଟେଣ୍ଡେକର, ଅଭିନେତା ରାଜପାଲ ଯାଦବ, ଜନିଲିବର ପ୍ରମୁଖ ଯୋଗ ଦେଇଥିଲା ବେଳେ ଚଳିତ ବର୍ଷ ମଧ୍ୟ ଜେନ ବଲିଉଡ କଳାକାର ଯୋଗ ଦେଇ ସମସ୍ତ ପ୍ରତିଭାମାନଙ୍କୁ ଉତ୍ସାହିତ କରିବେ। ଓଲିଉଡର ବିଭିନ୍ନ କଳାକାରମାନେ ସଂସ୍କୃତିକ କାର୍ଯ୍ୟକର୍ମ ପରିବେଷଣ କରିବେ ବୋଲି ପ୍ରକାଶ କରିଛନ୍ତି ଓଫାର ଅଧକ୍ଷ ଉଲ୍ଲାସ ଚନ୍ଦ୍ର ବେହୁରା, ଉପଧକ୍ଷ ସ୍ମୃତି ଶକ୍ତ ସାମନ୍ତରାୟ, ଆବାହକ ଡକ୍ଟର ମନୋଜ ଦାସ, ନିର୍ଦେଶକ ଚିନତୁ ମିଶ୍ର, ସୌମ୍ୟାଜିତ ପରିଡା, ଅମୃତ ରଞ୍ଜନ ଦାସ, ଜ୍ଞାନରଞ୍ଜନ ରାୟ। ୧୦ମ ଅଫା ସମ୍ପର୍କିତ ସାବିବେଶ ତଥ୍ୟ ଖୁବ ଶୀଘ୍ର ଆପଣମାନଙ୍କୁ ଜଣାଇ ଦିଆଯିବ।
ପଢନ୍ତୁ: ଆଜିଠୁ ରାଜ୍ୟରେ ଦୁଇ ଦିନ ଧରି ଘଡଘଡି ସହ ବର୍ଷା ସମ୍ଭାବନା

ସମ୍ବନ୍ଧିତ ଖବର

ଭୁବନେଶ୍ବରରେ ବୀରେନ୍ଦ୍ର ସେହବାଗ

Ratnamani Maharana

ଆଜି ବଜେଟ୍‌ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ୍‌

Ratnamani Maharana

ଭାରତରେ ଲଞ୍ଚ ହେଲା ପ୍ରଥମ 5G ଫୋନ

Ratnamani Maharana

ଅର୍ଦ୍ଦେନ୍ଦୁଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେଲେ ପଲ୍ଲବୀ

Ratnamani Maharana

ଦୀପାବଳିରେ ନାହିଁ ବର୍ଷା ଭୟ

Ratnamani Maharana

ହୋଲିରେ ଭିଜିବ ଓଡିଶା !

Ratnamani Maharana