Loading...

ଆଜି ବି ହରଭାଇଙ୍କୁ ଝୁରୁଛି ଓଡିଶା

ଆଜି ବି ହରଭାଇଙ୍କୁ ଝୁରୁଛି ଓଡିଶା

ଫିଲ୍ମ ପୁରୁଣା ହୋଇଛି ସହ ହେଲେ ଆଜିବି ଲୋକଙ୍କ ମନରେ ସତେଜ ହୋଇ ରହିଛି ଓଲିଉଡର ଚର୍ଚ୍ଚିତ ଖଳନାୟକ ହର ପଟ୍ଟନାୟକଙ୍କ ସମସ୍ତ ଡାଇଲଗ । ସାରା ଓଡିଶା ଥିଲା ତାଙ୍କ ଡାଇଲଗର ଫ୍ୟାନ।

 ‘ମା ରାଣ’, ‘ନାଇ ନାଇ ନାଇ ମ’, ‘ଫୁଲ ବୋବାଲ’, ‘ଗଙ୍ଗା କୂଳକୁ ଆସିଛି ଯେତେବେଳେ ହାତ ନଧୋଇ ଚାଲି ଯିବି’, ଚକମା ଚୁର । ଏହି ସବୁ ଡାଇଲଗ ଦର୍ଶକଙ୍କୁ ଯୋଗାଇଥିଲା ମନୋରଞ୍ଜନର ଖୁରାକ । ଫିଲ୍ମ ପୁରୁଣା ହୋଇଛି ସହ ହେଲେ ଆଜିବି ଲୋକଙ୍କ ମନରେ ସତେଜ ହୋଇ ରହିଛି ଓଲିଉଡର ଚର୍ଚ୍ଚିତ ଖଳନାୟକ ହର ପଟ୍ଟନାୟକଙ୍କ ସମସ୍ତ ଡାଇଲଗ । ସାରା ଓଡିଶା ଥିଲା ତାଙ୍କ ଡାଇଲଗର ଫ୍ୟାନ। ସେ ଏଇ ଦୁନିଆରେ ଆଉ ନାହାନ୍ତି ସତ ହେଲେ ଏହି ଦମଦାର ଡାଇଲଗକୁ ଲୋକେ ଭୁଲିନାହାନ୍ତି । ଖଳନାୟକ ଭାବେ ଓଡିଆ ଚଳଚିତ୍ରରେ ବେଶ୍ ସୁନାମ ଅର୍ଜନ କରିଥିଲେ ହର ଭାଇ । ଖାଲି ଖଳନାୟକ ନୁହଁନ୍ତି ଏକା ସାଙ୍ଗରେ ସେ ଥିଲେ ଜଣେ ନିର୍ଦ୍ଦେଶକ ପ୍ରଯୋଜକ ଓ ଚିତ୍ରନାଟ୍ୟ ଲେଖକ ମଧ୍ୟ ।

ସେ ଜଣେ ଭଲ ଅଭିନେତା ହୋଇଥିବା ବେଳେ ଅନେକଙ୍କୁ ମଧ୍ୟ ଅଭିନେତାର ପରିଚୟ ଦେଇଛନ୍ତି । ସେ ଅନୁଭବ ମହାନ୍ତି ହୁଅନ୍ତୁ କି ସବ୍ୟସାଚୀ ମିଶ୍ର ବା ବାବୁସାନ, ଓଲିଉଡର ଏହି ୩ଜଣ ଆଗଧାଡିର ହିରୋଙ୍କୁ ରୂପେଲି ପରଦାକୁ ଆଣିଥିଲେ ହର । ସେ ପାଖପାଖି ୭୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିବା ସହ ୨୦ରୁ ଅଧିକ ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦେଇଥିଲେ । କ୍ୟାନସରରେ ପୀଡିତ ହେବା ପରେ ୨୦୧୫ ମସିହା ଜାନୁଆରୀ ୧୩ରେ ଚିର ନିଦ୍ରାରେ ଶୋଇଯାଇଥିଲେ ହର ଭାଇ । ଯାହା ଓଡିଆ ଫିଲ୍ମ ଜଗତ ପାଇଁ ଥିଲା ଏକ ଅପୂରଣୀୟ କ୍ଷତି ।

ପଢନ୍ତୁ: ଆଜି ବଲିଉଡ ଦବଙ୍ଗ ଓରଫ ସଲମାନ ଖାଁଙ୍କ ଜନ୍ମଦିନ

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.