News

ଅର୍ପିତ ପ୍ୟାଲେସ୍‌ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ,୧୭ ମୃତ

fire

ନୂଆ ଦିଲ୍ଲୀର କାରୋଲ ବାଗରେ ଥିବା ଅର୍ପିତ ପ୍ୟାଲେସ ହୋଟେଲରେ ଆଜି ସକାଳୁ ଭୟାବହ ଅଗ୍ନିକାଣ୍ଡ ଘଟିଛି । ବର୍ତ୍ତମାନ ସୁଧା ଏହି ଅଗ୍ନିକାଣ୍ଡରେ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ୫ ମହଲା ବିଶିଷ୍ଟ ଏହି ହୋଟେଲ୍‌ରେ ନିଆଁ ଲାଗିଥିବା ନେଇ ସୂଚନା ପାଇବା ପରେ ୨୬ଟି ଦମକଳ ଆସି ଘଟଣାସ୍ଥଳରେ ପହଞ୍ଚିଥିଲେ। ଦମକଳ ବାହିନୀ ସଦସ୍ୟମାନେ ନିଆଁକୁ ଆୟତ୍ତ କରିବା ସହିତ ହୋଟେଲ୍‌ରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିଥିଲେ। ନିଆଁକୁ ଆୟତ୍ତ କରିବା ପାଇଁ ଦମକଳ ବାହିନୀକୁ ପ୍ରାୟ ୩ ଘଣ୍ଟା ଲାଗି ଯାଇଥିଲା।

କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ ସର୍ଟ ସର୍କିଟ୍‌ କାରଣରୁ ଭୋର୍‌ ପ୍ରାୟ ୪:୩୦ରେ ନିଆଁ ଜଳିଥିଲା। ସକାଳ ୭ଟା ଯାଏଁ ୪୦ କୋଠରିବିଶିଷ୍ଟ ହୋଟେଲ୍‌ରୁ ବହଳ ଧୂଆଁ ଓ ପ୍ରକାଣ୍ଡ ଅଗ୍ନିଶିଖା ଉଠୁଥିବା ଦେଖା ଯାଇଥିଲା।

ମୃତାହାତଙ୍କ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ଇତିମଧ୍ୟରେ ହୋଟେଲରୁ କିଛି ଲୋକଙ୍କୁ ସୁରକ୍ଷିତ ବାହାର କରାଯାଇଛି।

ପଢନ୍ତୁ;  ବାସ୍ତୁଶାସ୍ତ୍ର ଅନୁସାରେ ଭଗବାନ ଗଣେଶଙ୍କ ମୂର୍ତି ଘରେ ରଖିବା ଦ୍ଵାରା କ’ଣ ହୁଏ ଆସନ୍ତୁ ଜାଣିବା

Related posts

ଗୋଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁପ୍ରସାଦ ଯାଦବ ଦୋଷୀ, ଜଗନ୍ନାଥ ମିଶ୍ର ନିର୍ଦ୍ଦୋଶ

ENO Beuro

ହାସ୍ୟ ଅଭିନେତା ରାଜପାଲ ଯାଦବଙ୍କୁ ୬ ମାସ ଲାଗି ଜେଲ୍‌ଦଣ୍ଡ

ENO Beuro

ଛାତ୍ରବାସରେ ଜାତୀୟ ସଙ୍ଗୀତ ଗାନ ବାଧ୍ୟତାମୂଳକ, ରାଜସ୍ଥାନ ସରକାର

ENO Beuro

Leave a Comment