News

ଜାତୀୟ ସାହସିକତା ପୁରସ୍କାର ପାଇଁ ୧୮ଜଣ ଶିଶୁ ମନୋନିତ, ଓଡ଼ିଶାରୁ ଦୁଇଜଣ

By Krishna Kumar Manoj

January 23, 2018

୧୮ଜଣ ଶିଶୁ ଜାତୀୟ ସାହସିକତା ପୁରସ୍କାର ୨୦୧୭ ପାଇଁ ମନୋନିତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୭ ଜଣ ବାଳିକା ଓ ୧୧ ଜର ବାଳକ ଅଛନ୍ତି । ତିନି ଜଣଙ୍କୁ ମରଣୋତ୍ତର ଭାବେ ଏହି ପୁରସ୍କାର ପ୍ରଦାନ କରାଯିବ । ଏହି ୧୮ଜଣଙ୍କ ମଧ୍ୟରେ ଦୁଇଜଣ ଓଡ଼ିଆ ବାଳକ ବାଳିକା ଅଛନ୍ତି । ଗତବର୍ଷ ନିଜ ଭଉଣୀକୁ କୁମ୍ଭୀର ଟାଣି ନେଉଥିବା ବେଳେ ଅପୂର୍ବ ସାହସିକତା ଦେଖାଇ ଭଉଣୀକୁ କୁମ୍ଭୀର ମୁହଁରୁ ଉଦ୍ଧାର କରିଥିଲେ । ତାଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ବାଙ୍କୁଆଳ ଗ୍ରାମର ୭ ବର୍ଷର ବାଳିକା ମମତା ଦଳେଇ । ବୈତରଣୀ ନଦୀରେ ବନ୍ୟାରେ ଭାସିଯାଉଥିବା ୩ ଜଣ ମହିଳାଙ୍କୁ ଅପୂର୍ବ ସାହସିକତା ଦେଖାଇ ଉଦ୍ଧାର କରିଥିଲେ ୧୪ ବର୍ଷର ବାଳକ ପଙ୍କଜ କୁମାର ମହାନ୍ତି । ତାଙ୍କ ଘର କେନ୍ଦୁଝର ଜିଲ୍ଲାରେ । ଏହି ସାହସିକତା ପୁରସ୍କାର ପାଇଁ ମନୋନୀତ ହୋଇଥିବା ଜଣରପଡିଛି । ସାହସିକତାର ସ୍ୱୀକୃତି ସ୍ୱରୂପ ସମସ୍ତଙ୍କୁ ମେଡ଼ାଲ ସହିତ ୪୦ ହଜାର ଟଙ୍କା ପୁରସ୍କାର ପ୍ସରଦାନ କରାଯିବ।

ଉତ୍ତର ପ୍ରଦେଶର ୧୬ ବର୍ଷ କୁମାରୀ ନାଜିଆଙ୍କୁ ଭାରତ ପୁରସ୍କାର ପ୍ରଦାନ କରାଯିବ । ବେଆଇନ ଭାବେ ବ୍ୟବସାୟ କରୁଥିବା ଓ ଜୁଆ ଆଡ୍ଡା ଚଳାଉଥିବା ଗ୍ୟାଙ୍ଗକୁ ସେ ସାହସିକତାର ସହିତ ପୁଲିସ ହାତରେ ଧରାଇ ଦେଇଥିଲେ । ପରେ ପୁଲିସ ସେହି ଗ୍ୟାଙ୍ଗକୁ ଗିରଫ କରିଥିଲା । ବୁଡି ଯାଉଥିବା ବେଳେ ଦୁଇଜଣ ଶିଶୁଙ୍କୁ ଉଦ୍ଧାର କରିଥିବା ୧୪ ବର୍ଷର ସ୍ୱର୍ଗୀୟ ନେଟରାୱତି ଏମ. ଚଭନଙ୍କୁ ସମ୍ମାନ ଜନକ ଗୀତା ଚୋପ୍ରା ପୁରସ୍କାର ପାଇଁ ମନୋନୀତ କରାଯାଇଛି । ସେହିପରି ଅସାଧାରାଣ ସାହସିକତା ପ୍ରଦର୍ଶନ କରି୧୫ ଜଣ ସ୍କୁଲ ପିଲାଙ୍କ ଜୀବନ ରକ୍ଷା କରିଥିବା ପଞ୍ଜାବର ୧୬ ବର୍ଷର ବାଳକ କରନବୀର ସିଂହଙ୍କୁ ସଞ୍ଜୟ ଚୋପ୍ରା ପୁରସ୍କାର ପ୍ରଦାନ କରାଯିବ ।

ଚଳିତ ମାସ ୨୪ତାରିଖରେ ଏହି ପିଲାମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ପୁରସ୍କାର ଗ୍ରହଣ କରିବେ ଏବଂ ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ଅଂଶ ଗ୍ରହଣ କରିବେ ।

ପଢନ୍ତୁ;

ଆସନ୍ତୁ ଜାଣିବା ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କିପରି କରିବା