EnewsOdia.Com

ଭାରତରେ କାୟା ବିସ୍ତାର କରୁଛି କରୋନା, ପୁଣି ୧୮ଜଣଙ୍କ ରକ୍ତ ନମୁନା ପଜିଟିଭ

ଭାରତରେ ବର୍ତମାନ ବର୍ଷା ଯାଇ ଖରା ଆସିଯାଇଛି । ତଥାପି କରୋନା ଭୂତାଣୁ ସଂକ୍ରମଣ ବଢିବାରେ ଲାଗିଛି । ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା ପ୍ରାଣଘାତୀ କରୋନା ଭାଇରସ୍‌ ଏବେ ଭାରତ ପାଇଁ ଚିନ୍ତା ବଢ଼ାଇ ଦେଇଛି। କାହିଁକି ନା ପୁଣି ୧୮ଜଣଙ୍କ ରକ୍ତ ନମୁନା ପଜିଟିଭ ଆସିବା ପରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୬୨ରେ ପହଞ୍ଚିଛି। ପୁଣି କେରଳରେ ୮ଟି, ମହାରାଷ୍ଟ୍ରର ୫ଟି, କର୍ଣ୍ଣାଟକରେ ୪ଟି ଏବଂ ଜମ୍ମୁ ଓ କାଶ୍ମୀରରେ ଗୋଟିଏ ରିପୋର୍ଟ ପଜିଟିଭି ଆସିବା ପରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି। କେରଳରେ ମୋଟ ୧୪୯୫ ଜଣ କରୋନା ସନ୍ଦିଗ୍ଧଙ୍କୁ ଅବଜର୍‌ଭେସନ୍‌ରେ ରଖାଯାଇଛି।

ଏଯାବତ୍‌ କେରଳ ରାଜ୍ୟରେ ପ୍ରାୟ ୧, ୪୯୫ ଲୋକଙ୍କୁ ନିରୀକ୍ଷଣରେ ରଖାଯାଇଛି। ସେମାନଙ୍କ ମଧ୍ୟରୁ ୨୫୯ଜଣଙ୍କୁ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।କିନ୍ତୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ଏ ପର୍ଯ୍ୟନ୍ତ ୫୦ ଜଣ କରୋନାରେ ସଂକ୍ରମିତ ହୋଇଥିବା କୁହାଯାଇଛି । ସେପଟେ ବିଶ୍ୱର ଶହେଟି ଦେଶକୁ କରୋନା ଭୂତାଣୁ ବ୍ୟାପିଥିବା ବେଳେ ମୃତକଙ୍କ ସଂଖ୍ୟା ୪ ହଜାର ଟପିଛି । ବିଶ୍ୱରେ ୧ ଲକ୍ଷ ୧୦ ହଜାରରୁ ଅଧିକ ଭୂତାଣୁରେ ସଂକ୍ରମିତ ହୋଇଛନ୍ତି । ତେବେ କଟକ ଏସସିବିରେ ସ୍ୱତନ୍ତ୍ର ୱାର୍ଡରେ ରଖାଯାଇଥିବା ଓମାନ ଫେରନ୍ତା ଯୁବକଙ୍କର କରୋନା ନେଗେଟିଭ୍ ରିପୋର୍ଟ ଆସିଛି ।

ପଢନ୍ତୁ: ଏଜି ଛକରେ ଲାଗିଲା ପ୍ୟାଡ୍‌ ଭେଣ୍ଡିଂ ମେସିନ୍‌

ସମ୍ବନ୍ଧିତ ଖବର

ପୁରୁଣା ବଦଳରେ ନୂଆ ଆମ୍ବୁଲାନ୍ସ

Ratnamani Maharana

ଏଣିକି ବସ୍ ରେ ମହିଳାଙ୍କ ସିଟ୍ ରେ ବସିବା ପଡିବ ମହଙ୍ଗା

Ratnamani Maharana

ଆଜି ବଜେଟ୍‌ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ୍‌

Ratnamani Maharana

କରୋନା ପାଇଁ ରାଜଧାନୀ ଭୁବନେଶ୍ବର ଖାଁ ଖାଁ

Ratnamani Maharana

ଭାରତୀୟ ଡାକ୍ତର ଆବିଷ୍କାର କଲେ ଦୂରାରୋଗ୍ୟ କରୋନା ଭାଇରସର ଔଷଧ

Ratnamani Maharana

ଦେଶଓଡ଼ିଆ ପୁଅ ଗିରିଶ ହେଲେ ଜାମ୍ମୁ-କାଶ୍ମୀରର ପ୍ରଥମ ଲେପ୍ଟନାଣ୍ଟ ଗଭର୍ଣ୍ଣର

Ratnamani Maharana