26 C
Bhubaneswar
October 1, 2020
EnewsOdia.Com
ନ୍ୟୁଜ୍

ଜଗନ୍ନାଥଙ୍କୁ ମିଳିଛି ୧୮୭ କୋଟି ଟଙ୍କା ଓ ୧୭ କେଜିରୁ ଅଧିକ ସୁନା

ବଡଠାକୁରଙ୍କୁ ହାତ ଖୋଲି ଦାନ ଦେଇଛନ୍ତି ଭକ୍ତ । ଟଙ୍କା ସାଙ୍ଗକୁ ସୁନା ଓ ରୂପା ଦାନରେ ଦେଇଛନ୍ତି ମହାପ୍ରଭୁଙ୍କ ଭକ୍ତ । ତେବେ କେତେ ଟଙ୍କାର ଦାନ ମିଳିଛି ସେନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା । ବିଜେଡ଼ି ବିଧାୟକ ଊମାକାନ୍ତ ସାମନ୍ତରାୟଙ୍କ ପ୍ରଶ୍ନର ଉତ୍ତରରେ ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, ଜାନୁଆରୀ ଶେଷ ସୁଦ୍ଧା ପୁରୀ ବଡ ଦେଉଳକୁ ମିଳିଛି ୧୮୭ କୋଟି ୧ ଲକ୍ଷ ୮୫ ହଜାର ଟଙ୍କାର ଦାନ । ସେହିଭଳି ମହାପ୍ରଭୁଙ୍କ ପାଇଁ ଭକ୍ତ ଦେଇଛନ୍ତି ୧୭ କିଲୋ ୭୫୬ ଗ୍ରାମର ୭୦୬ ମିଲିଗ୍ରାମର ସୁନା । ଏହି ଦାନ ସୁନା ଭିତରେ ଅନେକ ଅଳଙ୍କାର ମଧ୍ୟ ରହିଛି । ସେହିଭଳି ୨୨୭ କେଜି ୯୫ ଗ୍ରାମ ଓ ୩୦୭ ମିଲିଗ୍ରାମର ରୂପା ମଧ୍ୟ ଦାନ ସୂତ୍ରରେ ମିଳିଛି । ଏହାବାଦ ବିଭିନ୍ନ ଲୁଗାପଟା, ଘଣ୍ଟ, ଘଣ୍ଟି, ରଥ ନିର୍ମାଣରେ ଲାଗୁଥିବା କପଡା, ପାଟ ମଧ୍ୟ ଦାନ ଆକରରେ ମିଳିଛି ।

ଦାନରେ ମିଳିଥିବା ଟଙ୍କାକୁ ବ୍ୟାଙ୍କରେ ରଖାଯାଇଥିବା ବେଳେ ଏହାକୁ ସେବାୟତ ମାନଙ୍କୁ ଦରମା ଆକାରରେ ଦିଆଯାଏ । ସେହିଭଳି ଗ୍ରୋସରୀ ସାମଗ୍ରୀକୁ କୋଠଭୋଗରେ ବ୍ୟବହାର କରାଯାଏ । ଦାନରେ ମିଳିଥିବା ସୁନା ଓ ରୂପାକୁ ବିଭିନ୍ନ ଅଳଙ୍କାର ମରାମତିରେ ବ୍ୟବହାର କରାଯାଏ ।

ପଢନ୍ତୁ: ଚର୍ଚ୍ଚାରେ ଚୁଇଙ୍ଗମ ମ୍ୟାନ

Related posts

ଗୋଡରେ ନୁହେଁ ପ୍ରତିଦିନ ହାତରେ ଚାଲନ୍ତି ସୌଭାଗ୍ୟ

Ratnamani Maharana

ଆଜି ବଜେଟ୍‌ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ୍‌

Ratnamani Maharana

ଆସୁଛି କକ୍ରୋଚ୍‌ ଡ୍ରୋନ୍‌, ବଙ୍କରରେ ଲୁଚିଥିଲେ ବି ଖୋଜି ବାହାର କରିବ ଶତ୍ରୁକୁ

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More