News

୧୯୯୯ ମସିହା ମହାବାତ୍ୟାକୁ ଆଜି ପୁରିଲା ୧୯ ବର୍ଷ

୧୯୯୯ ପ୍ରଳୟଙ୍କାରୀ ମହାବାତ୍ୟାକୁ ଆଜି ପୂରିଛି ୧୯ ବର୍ଷ। ୧୯୯୯ ଅକ୍ଟୋବର ୨୯ ତାରିଖର ମହାବାତ୍ୟା ତାଣ୍ଡବ ରଚିଥିଲା। ଏମିତିରେ ଓଡ଼ିଶା ପାଇଁ ବାତ୍ୟା, ବନ୍ୟା କିଛି ନୂଆ ନୁହେଁ । କିନ୍ତୁ ୧୯୯୯ ମହାବାତ୍ୟାର ତାଣ୍ଡବ ଏବେବି ଲୋକଙ୍କ ମନରୁ ଲିଭି ନାହିଁ । ଏହି ମହାବାତ୍ୟା ଅନେକଙ୍କୁ ଦେଇଯାଇଛି ଅସରନ୍ତି ଦୁଃଖ।

cyclone

ଏହି ବାତ୍ୟାରେ ଜଗତସିଂପୁର ଏବଂ କେନ୍ଦ୍ରାପଡା ଅଧିକ କ୍ଷତିଗ୍ରସ୍ତ ହୋଇଥିଲେ । ବାତ୍ୟା ସହସହ ଲୋକଙ୍କ ଜୀବନ ନେଇଥିବା ବେଳେ କ୍ଷତିଗ୍ରସ୍ତଙ୍କ ସଂଖ୍ୟା ବହୁତ ଥିଲା । ମହାବାତ୍ୟାରେ ସରକାରୀ ଭାବେ ୧୦ ହଜାର ୪୦୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବାସ୍ତବରେ ମୃତ୍ୟୁ ସଂଖ୍ୟା ଢେର ଅଧିକ ଥିଲା । ସେହି ମହାବାତ୍ୟାକୁ ଆଜି ୧୯ ବର୍ଷ ପୂରିଛି ।

୧୯୯୯ ମସିହା ବାତ୍ୟା ପରେ ବି ଅନେକ ବାତ୍ୟାକୁ ଦେଖିଛି ଓଡ଼ିଶା। କିନ୍ତୁ ୧୯ ବର୍ଷ ତଳେ ପ୍ରକୃତି ତାଣ୍ଡବ ରଚି ଓଡ଼ିଆଙ୍କ ମନରେ ଯେଉଁ ଘାଆ ସୃଷ୍ଟି କରିଛି ତାହା ଏବେ ବି ମନେ ପଡ଼ିଲେ ଲୋମ ଟାଙ୍କୁରି ଉଠେ।

ପଢନ୍ତୁ; ଗଣତନ୍ତ୍ର ଦିବସ ଅବସରରେ ମୁଖ୍ୟ ଅତିଥି ରୂପେ ଭାରତ ଆସିବାକୁ ମନା କଲେ ଟ୍ରମ୍ପ

Related posts

କୁଆଖାଇ ପଠାରୁ ଦରପୋଡା ଶବ ମିଳିବା ଘଟଣା : ବୟଫ୍ରେଣ୍ଡ ମାଷ୍ଟର ମାଇଣ୍ଡ !

ENO Beuro

ଚଳନ୍ତା ଟ୍ରେନରେ ଆଉ ରହିବନି ଅସୁବିଧା, ଘଟଣାସ୍ଥଳରେ ହେବ ସମାଧାନ

ENO Beuro

ନୟାଗଡ଼ରେ ଏନ୍‌କାଉଣ୍ଟର୍‌ : ଦୁର୍ଦ୍ଦାନ୍ତ ଅପରାଧୀ କାବୁଲି ଖାଁ ଆହତ !

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More