ଆମ ଦେଶରେ କିନ୍ନର ମାନଙ୍କୁ ଏକ ଘୃଣ୍ୟ ଚକ୍ଷୁରେ ଦେଖାଯାଇଥାଏ । ସାଧାରଣତ ଆମେ କିନ୍ନର ମାନଙ୍କୁ ଟ୍ରେନରେ ଭିକ୍ଷା ବୃତ୍ତି କରିଥିବାର ଦେଖିବାକୁ ପାଇଥାଉ । ତେବେ ସରକାର କିନ୍ନର ମାନଙ୍କର ଉନ୍ନତି ପାଇଁ ବହୁ ପ୍ରକାରର ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହା ଭିତରେ ଦେଶର ପ୍ରଥମ କିନ୍ନର ବିଶ୍ୱବିଦ୍ୟାଳୟ ସ୍ଥାପିତ ହୋଇଯାଇଛି । ଏହି ବିଶ୍ୱ ବିଦ୍ୟାଳୟ ଉତ୍ତରପ୍ରଦେଶର କୁଶୀନଗର ଠାରେ ସ୍ଥାପିତ ହୋଇଛି । ଅଖିଳ ଭାରତୀୟ କିନ୍ନର ଶିକ୍ଷା ସେବା ଟ୍ରଷ୍ଟ୍ ପକ୍ଷରୁ ଏହି ବିଶ୍ୱବିଦ୍ୟାଳୟର ନିର୍ମାଣ କରାଯାଇଛି। ଏହି ବିଶ୍ୱବିଦ୍ୟାଳୟରେ କିନ୍ନର ସମୁଦାୟର ପିଲାମାନେ ସୁବିଧାରେ ପ୍ରଥମ ଶ୍ରେଣୀରୁ ପିଜି (ପୋଷ୍ଟ ଗ୍ରାଜୁଏଟ) ପର୍ଯ୍ୟନ୍ତ ପାଠପଢ଼ି ଶିକ୍ଷିତ ହୋଇ ପାରିବେ। ଏଥିସହିତ ଗବେଷଣା କରି ପିଏଚଡି ପ୍ରାପ୍ତ କରି ପାରିବାର ସୁବିଧା ବି ଏଠାରେ ପିଲାମାନଙ୍କ ପାଇଁ ଉପଲବ୍ଧ ହେବ।
ତେବେ ଏହି ବିଶ୍ୱବିଦ୍ୟାଳୟ ସ୍ଥାପନାକୁ ନେଇ କିନ୍ନର ସମୁଦାୟ ମଧ୍ୟରେ ଖୁସିର ଲହରି ଖେଳି ଯାଇଛି।ଅଖିଳ ଭାରତୀୟ କିନ୍ନର ଶିକ୍ଷା ସେବା ଟ୍ରଷ୍ଟର ଅଧ୍ୟକ୍ଷ ଡକ୍ଟର କୃଷ୍ଣ ମୋହନ ମିଶ୍ରାଙ୍କ କହିବାନୁସାରେ, କୁଶୀନଗର ଜିଲ୍ଲାର ଫାଜିଲ୍ନଗର ବ୍ଲକ୍ରେ ଥିବା ଏହି କିନ୍ନର ବିଶ୍ୱବିଦ୍ୟାଳୟରେ ଜାନୁୟାରୀ ୧୫ ଠାରୁ ନାମଲେଖା ଆରମ୍ଭ ହେବ। ଏଠାରେ ପୋଷ୍ଟଗ୍ରାଜୁଏଟ ଏବଂ ପିଏଚ୍ଡି ଡିଗ୍ରୀ ପାଠ୍ୟକ୍ରମ ଉପରେ ମଧ୍ୟ ପିଲାଙ୍କୁ ଶିକ୍ଷାଦାନ କରାଯିବ।