SPORTS

ପ୍ରଥମ ଦିନିକିଆ:ବାଂଲାଦେଶକୁ ୮ ୱିକେଟରେ ହରାଇଲା ନ୍ୟୁଜିଲାଣ୍ଡ

ନ୍ୟୁଜିଲାଣ୍ଡ କ୍ରିକେଟ୍ ଦଳ ବୁଧବାର ବାଂଲାଦେଶ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ପ୍ରଥମ ମୁକାବିଲାକୁ ଏକତରଫା ଭାବେ ୮ ୱିକେଟ୍‌ରେ ଜିତି ନେଇଛି।ଏହା ସହ ୧-୦ରେ ଆଗୁଆ ହୋଇଯାଇଛି। ଘରୋଇ ଦଳର ଏହି ସହଜ ବିଜୟରେ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ମାର୍ଟିନ୍ ଗପ୍ଟିଲ ପ୍ରମୁଖ ଭୂମିକା ତୁଲାଇଛନ୍ତି।ପଞ୍ଚଦଶ ଶତକ ହାସଲ କରି ଗପ୍ଟିଲ ମଧ୍ୟ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ହାସଲ କରିଛନ୍ତି।

ଟସ ଜିତି ପ୍ରଥମ ବ୍ୟାଟିଂ କରି ବାଂଲାଦେଶ ୪୮.୫ ଓଭରରେ ୨୩୨ ରନ କରିଥିଲା।ଜବାବରେ ନ୍ୟୁଜିଲାଣ୍ଡ ୪୪.୩ ଓଭରରେ ୨ ୱିକେଟ ହରାଇ ବିଜୟ ହାସଲ କରିଥିଲା।ଅଭିଜ୍ଞ ମୁସ୍‌ଫିକର ରହିମ ୫ ଓ ସୌମ୍ୟ ସରକାର ୩୦ ରନ କରି ମଧ୍ୟ ବିଶେଷ ସଫଳତା ପାଇ ନଥିଲେ। କେବଳ ମହମ୍ମଦ ମିଥୁନ ୬୨ ରନ କରି ଲଢ଼ୁଆ ଅର୍ଧଶତକ ହାସଲ କରିବା ସହ ବାଂଲାଦେଶର ସ୍କୋରକୁ ୨୦୦ ରନ୍ ପାର କରାଇଥିଲେ। ନବାଗତ ମହମ୍ମଦ ସୈଫୁଦ୍ଦିନ ୪୧ ରନ୍‌ର ଯୋଗଦାନ ଦେଇଥିଲେ। ନ୍ୟୁଜିଲାଣ୍ଡ ପକ୍ଷରୁ ହେନରି ୨ ଏବଂ ବୋଲ୍ଟ ଓ ମିଚେଲ ସାଣ୍ଟନର ତିନିଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ।

୨୩୩ ରନ୍‌ର ବିଜୟ ଲକ୍ଷ୍ୟକୁ ନ୍ୟୁଜିଲାଣ୍ଡ ୫.୩ ଓଭର ପୂର୍ବରୁ ମାତ୍ର ୨ ୱିକେଟ୍ ହରାଇ ହାସଲ କରି ନେଇଥିଲା। ଅନ୍ୟମାନଙ୍କ ମଧ୍ୟରେ ହେନରି ୫୩ ଏବଂ ରସ୍ ଟେଲର ୪୫* ରନ୍‌ର କରିଥିଲେ। ଏହା ପୂର୍ବରୁ ମ୍ୟାଟ୍ ହେନରି ଏବଂ ଟ୍ରେଣ୍ଟ ବୋଲ୍ଟଙ୍କ ଯୋଡ଼ି ୫ ୱିକେଟ୍ ନେଇ ବିଜୟ ବ୍ୟାଟିଂର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ।ଗପ୍ଟିଲ ୮ଟି ଚୌକାଓ ୪ଟି ଛକା ବଳରେ ଅପରାଜିତ ୧୧୭ ରନ କରିଥିଲେ।

ପଢନ୍ତୁ : ମେଡିକାଲ କଲେଜ ଦୁର୍ନୀତି ମାମଲା:ଇଡି ହାତରେ ତଦନ୍ତ ଭାର

Related posts

୫୦ ଓଭରରେ ୪୯୦ ରନ୍‌ ସଂଗ୍ରହ କରି ବିଶ୍ଵ ରେକର୍ଡ କଲା ନ୍ୟୁଜିଲାଣ୍ଡ ମହିଳା କ୍ରିକେଟ ଦଳ!

ENO Beuro

ଏସିଆ କପ: ଆଜି ବାଂଲାଦେଶକୁ ଭେଟିବ ଭାରତ

ENO Beuro

ସନରାଇଜର୍ସ ହାଇଦ୍ରାବାଦକୁ ୬ ୱିକେଟରେ ହରାଇଲା କିଙ୍ଗସ୍‌ ଇଲେଭେନ୍ ପଞ୍ଜାବ

Ratnamani Moharana

Leave a Comment