News

ଯୁକ୍ତ୨ ପ୍ରଥମ ପର୍ଯ୍ୟାୟ ନାମଲେଖା ପରେ ଖାଲି ପଡିଲା ଦେଢ଼ ଲକ୍ଷ ସିଟ୍‌

59208 Shygbjowjd 1495942965

ରାଜ୍ୟରେ ଚାଲିଛି  ଯୁକ୍ତ ଦୁଇ ନାମଲେଖା। ରାଜ୍ୟରେ ଥିବା ୧୬୦୦ରୁ ଅଧିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(ଯୁକ୍ତ୨ କଲେଜ) ସମେତ ସେଲ୍ଫ ଫାଇନାନ୍ସିଂ କଲେଜ, ଉପଶାସ୍ତ୍ରୀ ଓ ଧନ୍ଦାମୂଳକ କଲେଜରେ ପ୍ରଥମ ପର୍ଯ୍ୟାୟ ନାମଲେଖା ଶେଷ ହୋଇଛି। ପ୍ରଥମ ପର୍ଯ୍ୟାୟରେ ନାମଲେଖାଇଛନ୍ତି ଦୁଇ ଲକ୍ଷ ୯୮ ହଜାର ୨୯୨ ଛାତ୍ରଛାତ୍ରୀ। ଏକ ହଜାର ୫୭୭ଟି ଯୁକ୍ତ ଦୁଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆଡ଼ମିସନ ପାଇଁ ପ୍ରଥମ ପର୍ଯ୍ୟାୟରେ ଯୋଗ୍ୟ ବିବେଚିତ ୩ ଲକ୍ଷ ୨୨ ହଜାର ୫୨୧ ଜଣଙ୍କ ମଧ୍ୟରୁ ୨ ଲକ୍ଷ ୮୮ ହଜାର ୯୫୭ ଜଣ ଆଡ଼ମିସନ ନେଇଥିବା ବେଳେ ୧୯୧ଟି ଧନ୍ଦାମୂଳକ ଶିକ୍ଷାନୁଷ୍ଠାନରେ ୪ ହଜାର ୬୮୯ ଜଣଙ୍କ ମଧ୍ୟରୁ ୪ ହଜାର ୩୫ ଜଣ ଏବଂ ୧୬୪ଟି ସଂସ୍କୃତ ଉପଶାସ୍ତ୍ରୀ ଉଚ୍ଚ ମାଧ୍ୟ୍ୟମିକ ବିଦ୍ୟାଳୟରେ ୬ ହଜାର ୩୧୮ ଜଣଙ୍କ ମଧ୍ୟରୁ ୫ ହଜାର ୨୯୯ ଜଣ ଆଡ଼ମିସନ ନେଇଛନ୍ତି।

ତେବେ ଜୁଲାଇ ୧୩ରେ ଦ୍ବିତୀୟ ପର୍ଯ୍ୟାୟ  ମେରିଟ୍‌ ଲିଷ୍ଟ ତଥା କଟ୍‌ ଅଫ୍‌ ମାର୍କ ତାଲିକା ପ୍ରକାଶ ପାଇବ। ଯୋଗ୍ୟ ଛାତ୍ରଛାତ୍ରୀଙ୍କ ନାମଲେଖା ଜୁଲାଇ ୧୫ରୁ ୧୭ମଧ୍ୟରେ ଅନୁଷ୍ଠିତ ହେବ। ୧୭ ତାରିଖରେ ନାମଲେଖା ସମ୍ପର୍କିତ ଚୂଡ଼ାନ୍ତ ତଥ୍ୟ ଇ-ସ୍ପେସ୍‌ରେ ବାହାରିବ। ଜୁଲାଇ ୨୦ରେ ସ୍ପଟ୍‌ ସିଲେକ୍ସନ ମେରିଟ୍‌ ଲିଷ୍ଟ  ପ୍ରକାଶ ପାଇବା ସହ ୨୫ରୁ ୨୭ ତାରିଖ ମଧ୍ୟରେ ନାମଲେଖା କରାଯିବ। ଜୁଲାଇ ୨୯ରୁ ଯୁକ୍ତ୨ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହେବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ପଢନ୍ତୁ: ୧୪ ତାରିଖ ପର୍ଯ୍ୟନ୍ତ ବର୍ଷାରେ ବେହାଲ ହେବ ଓଡିଶା

Related posts

ଏବେ ସରକାରୀ କିମ୍ବା ଘରୋଇ ସମ୍ପତ୍ତି ନଷ୍ଟ କଲେ କ୍ଷତିପୂରଣ ସହ ୫ ବର୍ଷ ଜେଲ ଦଣ୍ଡ

ENO Beuro

ରାସ୍ତାରେ ୧୨୦୦ ଲିଟର କ୍ଷୀର ଢାଳିଲେ ଦୁଗ୍ଧଚାଷୀ

Ratnamani Moharana

ସ୍ମାର୍ଟ ସିଟି ଲୋଗୋ ଓ ୱେବସାଇଟ୍ ଉନ୍ମୋଚିତ

ENO Beuro

Leave a Comment