ଇନିଊଜଓଡିଆ ୟୁଟ୍ୟୁବ ରେ ପ୍ରଥମ ଥର ପାଇଁ ଇତିହାସ, ୨୨ ଘଣ୍ଟାରେ ୧୬୩୦୦୦ ଦର୍ଶକ ଏହି “ବାୱାରା ମୁଁ ହେଲିରେ” ଗୀତର ଭିଡିଓ ଟିକୁ ଦେଖିସାରିଲେଣି । ନିଜ ଗୀତର ତାଳେ ତାଳେ ଦର୍ଶକଙ୍କୁ ମତୁଆଲା କରିଥିବା ସତ୍ୟଜିତ ଜେନା ବାୱାରା ଗୀତ ଟିରେ କଣ୍ଠଦାନ କରିଛନ୍ତି । ଟି. ସୌରି ଏହାର ସଂଗୀତ ନିର୍ଦେଶକ ଓ ସତ୍ୟରଞ୍ଜନ ବଳ ଙ୍କ ଦ୍ଵାରା ଏହା ଲିଖିତ ।
ସାଇ ସୁହାନା ଏନ୍ଟରଟେନମେଣ୍ଟ ଦ୍ଵାରା ପ୍ରସ୍ତୁତ ଆଗାମୀ ଓଡିଆ ସିନେମା “ପ୍ରେମ ନା ଆଉ କିଛି” ପାଇଁ ସତ୍ୟଜିତ ଏହି ଗୀତଟି ଗାଇଛନ୍ତି । ଓଡିଆ ସିନେମା ଜଗତରେ ସତ୍ୟଜିତଙ୍କର ଗାଇଥିବା ଏହା ପ୍ରଥମ ଓଡିଆ ଗୀତ ।
ସତ୍ୟଜିତ ଙ୍କ ଛଡା ଅନେକ ଲୋକପ୍ରିୟ କଣ୍ଠଶିଳ୍ପୀ ମଧ୍ୟ ଏହି ସିନେମା ରେ ନିଜର କଣ୍ଠଦାନ କରିଛନ୍ତି । ସମସ୍ତଙ୍କର ମିଳିତ ପରିଶ୍ରମରେ ପ୍ରେମ ନା ଆଉ କିଛିର ଗୀତ ସୁନ୍ଦର ଭାବରେ ଦର୍ଶକଙ୍କ ସମୁକ୍ଷରେ ପହଞ୍ଚିବ ବୋଲି ଆଶା ।