News

ଓଡିଶାର ଚାନ୍ଦିପୁରରେ ଦେଶର ପ୍ରଥମ ଯୁଦ୍ଧାସ୍ତ୍ର ମ୍ୟୁଜିୟମ ଉଦଘାଟିତ ହେଲା

ଓଡିଶାର ବାଲେଶ୍ୱର ଜିଲ୍ଲାର ଚାନ୍ଦିପୁର ଠାରେ ଦେଶର ପ୍ରଥମ ୱାର ୱିପନ ପାର୍କ ବା ଯୁଦ୍ଧାସ୍ତ୍ର ମ୍ୟୁଜିୟମ ପ୍ରତିଷ୍ଠା କରାଯାଇଛି । ଏଥିରେ ଅଛି ୧୪ଟି ଯୁଦ୍ଧାସ୍ତ୍ର  ଯାହାକି ଭାରତୀୟ ବାୟୁ ଓ ନୌସେନାରେ ବ୍ୟବହୃତ ହେଉଥିଲା । ୧୯୭୧ର ବହୁ ଚର୍ଚ୍ଚିତ ଭାରତ ଓ ପାକିସ୍ଥାନ ଯୁଦ୍ଧ ସମୟରେ ବ୍ୟବହୃତ ବୈଜୟନ୍ତ ଟ୍ୟାଙ୍କ୍ ମ୍ୟୁଜିୟମର ପ୍ରମୁଖ ଆକର୍ଷଣ ସାଜିଛି । ଏହି ଟ୍ୟାଙ୍କ ୫ କିମି ରେଞ୍ଜ ଲକ୍ଷ୍ୟ ଭେଦ କରିପାରେ । ପାର୍କରେ ରକେଟ ଲଞ୍ଚର ଡବ୍ଲୁଏମ-୧୮, ୧୦୫ ଏମ୍ଏମ ଭାରତୀୟ ଫିଲ୍ଡ ଗନ୍ ସମେତ ଅନେକ ଯୁଦ୍ଧାସ୍ତ୍ର ସ୍ଥାନ ପାଇଛି । ଡିଆରଡିଓ ପରିସରରେ ଏହି ସଂଗ୍ରହାଳୟ ମଙ୍ଗଳବାର ଏହାର ଅଧ୍ୟକ୍ଷ ଏସ୍ ଖ୍ରୀଷ୍ଟୋଫର ଉଦଘାଟନ କରିଛନ୍ତି ।

ଆଗାମୀ ପୀଢିଙ୍କୁ ଦେଶର ପ୍ରତିରକ୍ଷା ସଂପର୍କିତ ଜ୍ଞାନଦେବା, ଜବାନଙ୍କ ପ୍ରତି ସମ୍ମାନ ଭାବ ଜାଗ୍ରତ କରାଇବା ଦିଗରେ ଏଭଳି ଏକ ସଂଗ୍ରହାଳୟ ପ୍ରତିଷ୍ଠାର ଆଭିମୁଖ୍ୟ ଥିବା କୁହାଯାଇଛି । ବିନା ପାୟାରିଂ ଦିନ ଗୁଡ଼ିକରେ ସର୍ବସାଧାରଣଙ୍କ ପାଇଁ ଏହି ସଂଗ୍ରହାଳୟ ଖୋଲା ରହିବ । ଏଥିପାଇଁ ଏକ ନିର୍ଦ୍ଦିଷ୍ଟ ଦିନ ଧାର୍ଯ୍ୟ କରାଯାଇ ଅବଗତ କରାଯିବ ବୋଲି କୁହାଯାଇଛି ।

ଓଡିଶାର ଚାନ୍ଦିପୁରରେ ଦେଶର ପ୍ରଥମ ଯୁଦ୍ଧାସ୍ତ୍ର ମ୍ୟୁଜିୟମ ଉଦଘାଟିତ ହେଲା  ଓଡିଶାର ଚାନ୍ଦିପୁରରେ ଦେଶର ପ୍ରଥମ ଯୁଦ୍ଧାସ୍ତ୍ର ମ୍ୟୁଜିୟମ ଉଦଘାଟିତ ହେଲା

ପଢନ୍ତୁ, ପରୀକ୍ଷା ଆସି ମୁଣ୍ଡ ଉପରେ, କିନ୍ତୁ ଏପର୍ଜ୍ୟନ୍ତ ପିଲାଙ୍କୁ ମିଳିନି ପାଠ୍ୟପୁସ୍ତକ

Related posts

ଜଗନ୍ନାଥଙ୍କ ହୁଣ୍ଡିରୁ ସୁନା ଗାଏବ, ହାଇକୋର୍ଟରେ ରୁଜୁ ହେଲା ମାମଲା

Krishna Kumar Manoj

ରାଜଧାନୀ ଭୁବନେଶ୍ଵରରେ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି ମହିଳା ବାଇକ ରାଲି

Krishna Kumar Manoj

ଅମ୍ବାନୀଙ୍କ ଆୟ ଦିନକୁ ୩୦୦ କୋଟି,ସପ୍ତମ ଥର ପାଇଁ ହେଲେ ଶ୍ରେଷ୍ଠ ଭାରତୀୟ ଧନୀ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More