News

ଜଗା-ବଳିଆଙ୍କ ଅସ୍ତ୍ରୋପଚାରକୁ ଆଜି ପୂରିଲା ବର୍ଷେ

ଜଗା-ବଳିଆଙ୍କୁ ଅସ୍ତ୍ରୋପଚାରକୁ ଆଜି ବର୍ଷେ ପୂରିଲା । ଗତବର୍ଷ ଅକ୍ଟୋବର ୨୫ରେ ନୂଆଦିଲ୍ଲୀ ଏମ୍ସରେ ପ୍ରାୟ ୪୦ ଜଣ ଡାକ୍ତରୀ ଦଳ ଦୀର୍ଘ ୨୦ ଘଂଟା ଧରି ଅପରେସନ କରିଥିଲେ । ଏହା ପରେ ଯୋଡାମୁଣ୍ଡକୁ ଅଲଗା କରିବାରେ ସକ୍ଷମ ହୋଇଥିଲେ । ବର୍ତ୍ତମାନର ଅବସରପ୍ରାପ୍ତ ନ୍ୟୁରୋସର୍ଜନ ଡାକ୍ତର ଅଶୋକ ମହାପାତ୍ରଙ୍କ ତତ୍ୱାବଧାନରେ ଏହି ଅପରେସନ ହୋଇଥିଲା । ଏହା ପୂର୍ବରୁ ସେପ୍ଟେମ୍ବର ୨୬ ତାରିଖରେ ଜଗା-କାଳିଆଙ୍କ ପ୍ରଥମ ପର୍ଯ୍ୟାୟ ଅପରେସନ କରାଯାଇଥିଲା । ପ୍ରାୟ ୨୮ ଘଣ୍ଟା ଧରି କରାଯାଇଥିବା ଏହି ଅପରେସନ‌ ଅରେ ୪୦ ଜଣ ଡାକ୍ତର ସାମିଲ ହୋଇଥିଲେ ।

jaga

ଏବେ ବି ବଳିଆର ଫିଜିଓ ଥେରାପି କରାଯାଉଛି। ବର୍ଷକ ଭିତରେ ଦୁଇ ଶିଶୁଙ୍କର ଆଠ ଥର ଚର୍ମ ରୋପଣ କରାଯାଇଛି । ଡାକ୍ତରମାନଙ୍କ କହିବା ଅନୁଯାୟୀ ଆଗକୁ ଉଭୟ ଶିଶୁଙ୍କ ପ୍ଲାଷ୍ଟିକ୍ ସର୍ଜରୀ କରାଯିବ। ୩ ବର୍ଷରୁ ୫ ବର୍ଷ ଭିତରେ ପ୍ଲାଷ୍ଟିକ୍‌ ସର୍ଜରୀ କରାଯିବାର ଆବଶ୍ୟକତା ରହିଛି । ସେମାନଙ୍କ ବୋନ୍‌ ଫ୍ଲାପ୍‌କୁ ୫ ବର୍ଷ ପରେ ବଦଳାଯିବ। ଏମ୍‌ସ କର୍ତ୍ତୃପକ୍ଷ ଜଗା-ବଳିଆକୁ ଡିସ୍‌୍‌ଚାର୍ଜ କରିବା ପାଇଁ ଏକ ପ୍ରକାର ନିଷ୍ପତ୍ତି ନେଇସାରିଥିବା ବେଳେ ରାଜ୍ୟ ସରକାର ଦୁଇ ଶିଶୁ ସଂପୂର୍ଣ୍ଣ ଆରୋଗ୍ୟ ଲାଭ କରିବା ପରେ ହିଁ ଡିସ୍‌ଚାର୍ଜ କରାଯିବାକୁ ନିବେଦନ କରିଛନ୍ତି।

ପଢନ୍ତୁ; ୨୯ ରେ ଲଘୁଚାପ ସମ୍ଭାବନା ,୨୮ ରୁ ୩୧ ଯାଏଁ ବର୍ଷା

Related posts

୪୮ ଟ୍ରେନରେ ଯାତ୍ରା ମହଙ୍ଗା, ରେଳବାଇ ଆଣିଲା “ସୁପରଫାଷ୍ଟ” ଶୁଳ୍କ

ENO Beuro

୨୦୧୮ ସୁଦ୍ଧା ସବୁ ଗାଁକୁ ବିଦ୍ୟୁତ୍‌ ସଂଯୋଗ ବ୍ୟବସ୍ଥା – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ENO Beuro

Govt Has Made It Mandatory To Print MRP, Other Details Must For Items Sold Online

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More