Loading...

ଜାନୁଆରି ୨ରୁ ଯୁକ୍ତ୨ ପ୍ରାକ୍ଟିକାଲ୍ ପରୀକ୍ଷା

ଜାନୁଆରି ୨ରୁ ଯୁକ୍ତ୨ ପ୍ରାକ୍ଟିକାଲ୍ ପରୀକ୍ଷା

ଜାନୁଆରି ୨ରୁ ଯୁକ୍ତ୨ ପ୍ରାକ୍ଟିକାଲ୍ ପରୀକ୍ଷା। ଆସନ୍ତା ୨୬ ତାରିଖଠାରୁ ପରୀକ୍ଷା କେନ୍ଦ୍ରଗୁଡ଼ିକୁ ପରୀକ୍ଷା ସମ୍ପର୍କିତ ଫର୍ମ, ପ୍ରଶ୍ନପତ୍ର, ଉତ୍ତରଖାତା ଆଦି ପଠାଯିବା ନେଇ ସୂଚନା ଦେଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ)।

ଜାନୁଆରି ୨ରୁ ଯୁକ୍ତ୨ ପ୍ରାକ୍ଟିକାଲ୍ ପରୀକ୍ଷା। ଆସନ୍ତା ୨୬ ତାରିଖଠାରୁ ପରୀକ୍ଷା କେନ୍ଦ୍ରଗୁଡ଼ିକୁ ପରୀକ୍ଷା ସମ୍ପର୍କିତ ଫର୍ମ, ପ୍ରଶ୍ନପତ୍ର, ଉତ୍ତରଖାତା ଆଦି ପଠାଯିବା ନେଇ ସୂଚନା ଦେଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ)। ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭିକୁ ବାଧ୍ୟତାମୂଳକ କରାଯାଇଛି। ଫେବ୍ରୁଆରି ୧୬ରୁ ଯୁକ୍ତ୨ ଥିଓରି ପରୀକ୍ଷା ଆରମ୍ଭ ହେବ ବୋଲି ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାନୁସାରେ, ଜାନୁଆରି ୨ରୁ ୧୨ ପର୍ଯ୍ୟନ୍ତ ବିଜ୍ଞାନ, କଳା ଓ ବାଣିଜ୍ୟ ବିଭାଗର ବିଭିନ୍ନ ବିଷୟର ପରୀକ୍ଷା ହେବ। ବିଜ୍ଞାନ ବିଭାଗର ପଦାର୍ଥବିଜ୍ଞାନ, ରସାୟନବିଜ୍ଞାନ, ଉଦ୍ଭିଦବିଜ୍ଞାନ, ପ୍ରାଣୀବିଜ୍ଞାନ, ଇଲେକ୍‌ଟ୍ରୋନିକ୍ସ, କମ୍ପ୍ୟୁଟର ସାଇନ୍ସ, ବାୟୋ-ଟେକ୍ନୋଲୋଜି, ପରିସଂଖ୍ୟାନ, ଭୂଗୋଳ, ଭୂତତ୍ତ୍ବ ବିଜ୍ଞାନ ଓ ଆଇଟି ବିଷୟର ପ୍ରାକ୍ଟିକାଲ ପରୀକ୍ଷା ହେବ। ସେହିପରି କଳା ବିଭାଗର ଶିକ୍ଷା, ଆଇଟି, ମନୋବିଜ୍ଞାନ, ନୃତତ୍ତ୍ବବିଜ୍ଞାନ, ଇଣ୍ଡିଆନ୍‌ ମ୍ୟୁଜିକ୍‌, ହୋମ୍‌ସାଇନ୍ସ, ପରିସଂଖ୍ୟାନ ଓ ଭୂଗୋଳ ବିଷୟ ଏବଂ ବାଣିଜ୍ୟ ବିଭାଗର ଆଇଟି ଓ କମ୍ପ୍ୟୁଟର ସାଇନ୍ସ ବିଷୟର ପ୍ରାକ୍ଟିକାଲ୍‌ ପରୀକ୍ଷା କରାଯିବ। ଇଣ୍ଟିଗ୍ରେଟେଡ୍‌ ଭୋକେସନାଲ ପାଠ୍ୟକ୍ରମର ପ୍ରାକ୍ଟିକାଲ୍‌ କରିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି। ୧୫ ମାର୍କ ବିଶିଷ୍ଟ ପ୍ରାକ୍ଟିକାଲ୍‌ ପାଇଁ ୨ ଘଣ୍ଟା, ୬୦, ୩୦ ଓ ୨୦ ମାର୍କ ପରୀକ୍ଷା ପାଇଁ ୩ ଘଣ୍ଟା ଧାର୍ଯ୍ୟ ହୋଇଛି।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.