News

ଜୁନ ୨୧ରେ ପ୍ରକାଶ ପାଇବ +୨ କଳା ଓ ବାଣିଜ୍ୟ ଓ ଧନ୍ଦାମୂଳକ ରେଜଲ୍ଟ

Bp

ଜୁନ ୨୧ ତାରିଖରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ । ଅପରାହ୍ନ ସାଢ଼େ ୩ଟାରେ ଫଳ ପ୍ରକାଶ ପାଇବ । ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ  । ସୂଚନା ଭବନର ଗୀତଗୋବିନ୍ଦ ଭବନରେ ଦିନ ୩ଟା ବେଳେ ରେଜଲ୍ଟ ଉନ୍ମୋଚନ କରାଯିବ ।  ଓ୍ବେବସାଇଟ୍ orissaresults.nic.in ଏବଂ chseodisha.nic.in ରେ ରେଜଲ୍ଟ ଉପଲବ୍ଧ ହେବ ।

 

 

ଚଳିତ ବର୍ଷ କଳାରେ ୨ ଲକ୍ଷ ୩୫ ହଜାର ୧୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ତେବେ ନୂତନ ଶିକ୍ଷାବର୍ଷ ଆରମ୍ଭ ହୋଇଥିବା ବେଳେ କଳା ଓ ବାଣିଜ୍ୟ ରେଜଲ୍ଟ ପ୍ରକାଶ ନପାଇବାକୁ ନେଇ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଏହାକୁ ଦୃଷ୍ଟିରେ ରଖି ଶିକ୍ଷା ବିଭାଗ  ତ୍ୱରିତ ପଦକ୍ଷେପ ନେଇଥିବା କୁହାଯାଉଛି । ଅନ୍ୟପଟେ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ଜୁନ୍‌ ୩ରେ ପ୍ରକାଶ ପାଇସାରିଛି । ରଜ ପରେପରେ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ରେଜଲ୍ଟ ପ୍ରକାଶ ପାଇବ ବୋଲି ସୂଚନା ମିଳିଥିଲା । କିନ୍ତୁ ରେଜଲ୍ଟ ଜୁନ ୨୧ରେ ପ୍ରକାଶ ପାଇବ ।

ପଢନ୍ତୁ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

Related posts

ସିବିଏସ୍‍ଇ ଟପ୍ପର ଛାତ୍ରୀଙ୍କୁ ଅପହରଣ ପରେ ଗଣବଳାତ୍କାର

ENO Beuro

ଓଲଟିଲା ପିକ୍‌ନିକ୍‌ ବସ୍, ଅଳ୍ପକେ ବର୍ତିଲେ ୪୦ ଯାତ୍ରୀ

ENO Beuro

ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ:ଟ୍ରେନରେ ଯାତ୍ରା ସମୟରେ ମୃତ୍ୟୁ ହେଲେ ରେଲ ବିଭାଗ ଦେବ କ୍ଷତିପୂରଣ!

ENO Beuro

Leave a Comment