News

ବେଦାନ୍ତରେ ଲଙ୍କାକାଣ୍ଡ,ଜଣେ ଶ୍ରମିକଙ୍କ ମୃତ୍ୟୁ

h

ଧସ୍ତାଧସ୍ତିରେ ଓଆଇଏସଏଫ ହାବିଲଦାର ମେଜର ମୃତ

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ସ୍ଥିତ ବେଦାନ୍ତ ରିଫାଇନାରି କମ୍ପାନିରେ ନିୟୋଜିତ ଓଆଇଏସଏଫ ସିକ୍ୟୁରିଟି ଓ ରେଙ୍ଗୋପାଲି ଗ୍ରାମର ବିସ୍ଥାପିତ ଆନ୍ଦୋଳନକାରୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ସୁରକ୍ଷାକର୍ମୀ ଏବଂ ଆନ୍ଦୋଳନକାରୀଙ୍କ ମଧ୍ୟରେ ଧସ୍ତାଧସ୍ତିରେ ଜଣେ ଶ୍ରମିକ ଏବଂ ଓଆଇଏସଏଫ ହାବିଲଦାର ମେଜରଙ୍କର ମୃତ ଘଟିଛି।

ସେହିପରି ଦୁଇଶହରୁ ଊର୍ଦ୍ଧ୍ୱ ଗାଡିକୁ ଭାଙ୍ଗାରୁଜା କରି ଦେଇଥିବାବେଳେ କମ୍ପାନୀରେ କାମ କରୁଥିବା ଶ୍ରମିକ ତଥା ସାମ୍ନାରେ ଛୋଟମୋଟ ଦୋକାନ କରିଥିବା ଦୋକାନୀମାନେ ମଧ୍ୟ ସେମାନଙ୍କ ଆକ୍ରମଣରୁ ବର୍ତ୍ତି ପାରି ନ ଥିଲେ । ଅପରପକ୍ଷରେ ଉତ୍ତ୍ୟକ୍ତ ଲୋକେ କମ୍ପାନୀ ମଧ୍ୟରେ ଭଙ୍ଗାରୁଜା କରିବା ସହ ମୁଖ୍ୟ ଫାଟକ ନିକଟରେ ଥିବା ସିକ୍ୟୁରିଟି ଅଫିସ, ଏଚ୍‌ଆର୍‌ ଅଫିସ, ସିଏସ୍‌ଆର୍‌ ଅଫିସ ଆଦିରେ ନିଆଁ ଲଗାଇ ଦେଇଥିଲେ ।

ବେଦାନ୍ତ କମ୍ପାନି ପକ୍ଷରୁ ମଧ୍ୟ ଏହି ଘଟଣା ନେଇ ପ୍ରତିକ୍ରିୟା ପ୍ରକାଶ କରାଯାଇଛି। ଆନ୍ଦୋଳନକାରୀ ଆଗ ଆକ୍ରମଣ କରିବାରୁ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇଥିବା କମ୍ପାନି ପକ୍ଷରୁ କୁହାଯାଇଛି। ଏଭଳି ପରିସ୍ଥିତି ଉପୁଜୁ ବୋଲି କମ୍ପାନି କେବେବି ଚାହୁନଥିଲା।

ପଢନ୍ତୁ; ରିଲିଜ ହେଲା ଅସୀମା ପଣ୍ଡାଙ୍କ କଣ୍ଠରେ ଆଉ ଏକ ହୃଦୟସ୍ପର୍ଶୀ ଗୀତ “ତୁ କେଡେ ସ୍ଵାର୍ଥପର ତୁ”

Related posts

କିନ୍ନର କେ. ପ୍ରତୀକା ୟସିନୀ, ପ୍ରମାଣ କରିଛନ୍ତି ଯେ ସାଧ୍ୟ ବଳରେ ସବୁକିଛି ସମ୍ଭବ

ENO Beuro

୧୩ରୁ ୧୬ ଯାଏ ବର୍ଷା ସହ ପବନ ସମ୍ଭାବନା

Ratnamani Moharana

ବେଙ୍ଗାଲୁରୁ ଏୟାର ଶୋ ପାର୍କିଙ୍ଗ୍‌ସ୍ଥଳରେ ଅଗ୍ନିକାଣ୍ଡ,ଜଳିଗଲା ୧୦୦ରୁ ଅଧିକ କାର

ENO Beuro

Leave a Comment