News

ଆମ୍ବୁଲାନ୍ସ ଡୋର ନ ଖୋଲିବାରୁ ଶିଶୁର ମୃତ୍ୟୁ

ଛତିଶଗଡର ଜଣେ ସରକାରୀ ଆମ୍ବୁଲାନ୍ସ ଚାଳକଙ୍କ ଖାମଖୀଆଲ ମନୋଭାବ ଯୋଗୁ ଏକ ଶିଶୁ ପୁତ୍ରର ମୃତ୍ୟୁ ହୋଇଛି। ବିହାରର ଗୟା ଜିଲାରେ ବାସ କରୁଥିବା ଅମ୍ବିକା ସିଙ୍ଗ୍‍ଙ୍କ କହିବା ଅନୁସାରେ, ତାଙ୍କ ଅଢେଇ ମାସର ଶିଶୁକୁ ହୃଦ୍‍ରୋଗ ସମସ୍ୟା ରହିଥିଲା। ତା’ର ଚିକିତ୍ସା କରାଇବାକୁ ସେ ତାଙ୍କ ପତ୍ନୀଙ୍କ ସହ ମଙ୍ଗଳବାର ରାୟପୁର ପହଞ୍ଚିଥିଲେ।

ରାୟପୁରରେ ପହଞ୍ଚିବା ପରେ ଶିଶୁର ସ୍ୱାସ୍ଥ୍ୟ ଅଧିକ ଖରାପ ଆଡ଼କୁ ଗତି କରୁଥିବା ଜଣାପଡ଼ିଲା। ଶିଶୁର ସ୍ୱାସ୍ଥ୍ୟବସ୍ଥା ଦେଖି ସେ ମାଗଣା ଆମ୍ବୁଲାନ୍ସ ସେବା ସଞ୍ଜୀବନୀ ଏକ୍ସପ୍ରେସ୍‍ ୧୦୮ ସହ ଯୋଗାଯୋଗ କରିଥିଲେ ଓ ଆମ୍ବୁଲାନ୍ସ ଆସି ପହଞ୍ଚିଥିଲା।

ଆମ୍ବୁଲାନ୍ସରେ ଶିଶୁକୁ ନେଇ ନିକଟସ୍ଥ ଭୀମରାଓ ଆମ୍ବେଦକର ଡ଼ାକ୍ତରଖାନାରେ ପହଞ୍ଚିଲେ ସେତେବେଳେ ଆମ୍ବୁଲାନ୍ସର ଦ୍ୱାର ଖୋଲି ନଥିଲା ଓ ସେମାନେ ଭିତରେ ଫସି ରହିଥିଲେ। ଭିତରେ ୪୦ ମିନିଟ୍‍ ଫସି ରହିବା ପରେ ସେ ଆମ୍ବୁଲାନ୍ସର ଝରକା କାଚ ଭାଙ୍ଗିବାକୁ ଉଦ୍ୟମ କରିଥିଲେ।

ସେହି ସମୟରେ ସେଠାରେ ଉପସ୍ଥିତ ଥିବା କର୍ମଚାରୀମାନେ ଏପରି କରିବାକୁ ମନା କରିଥିଲେ। ବହୁଚେଷ୍ଟା ପରେ ଦ୍ୱାର ନଖୋଲିବାରୁ ସେମାନେ ଝରକା ବାଟ ଦେଇ ବାହାରକୁ ବାହାରି ଶିଶୁକୁ ଡ଼ାକ୍ତରଙ୍କୁ ଦେଖାଇଥିଲେ ଓ ଡ଼ାକ୍ତର ସେଠାରେ ଶିଶୁକୁ ମୃତ ଘୋଷଣା କରିଥିଲେ।।

ଆମ୍ବୁଲାନ୍ସ ଡୋର ନ ଖୋଲିବାରୁ ଶିଶୁର ମୃତ୍ୟୁ ଆମ୍ବୁଲାନ୍ସ ଡୋର ନ ଖୋଲିବାରୁ ଶିଶୁର ମୃତ୍ୟୁ ambulance

ପଢନ୍ତୁ; ସଂପର୍କରେ କେଉଁ ମାନେ ଅଧିକ ଧୋକା ଦେଇଥାନ୍ତି? ଜାଣନ୍ତୁ

Related posts

ଭାରତ ସରକାରଙ୍କ ଦ୍ଵାରା ଖେଚୁଡିକୁ ଜାତୀୟ ଖାଦ୍ୟର ମାନ୍ୟତା ପ୍ରାପ୍ତି ହୋଇଛି

Krishna Kumar Manoj

ବିମାନ କର୍ମଚାରୀଙ୍କ ଅସଦାଚରଣ କରିବା କଥା ମନରୁ ନଲିଭୁଣୂ ଏବେ ପାଇଲଟଙ୍କ କାମରେ ଯାତ୍ରୀ ଅସନ୍ତୋଷ

Krishna Kumar Manoj

ମାଲକାନଗିରି : ବାପାଙ୍କ ଦ୍ଵାଦଶ କ୍ରିୟାରେ ଘରେ ନିଆଁ ଲାଗି ୩ ଝିଅଙ୍କ ମୃତ୍ୟୁ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More