News

ବର୍ଷା ନହେବାରୁ ଛାଡ଼ପତ୍ର ଦେଲେ ଦୁଇ ମାସ ତଳେ ବିବାହିତ ବେଙ୍ଗ ଦମ୍ପତି

Frogs 750x430

ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ବିବାହ ବିଛେଦ ଏକ ସାଧାରଣ କଥା ମାତ୍ର ଏବେ ଯାହା ଆମେ କହିବାକୁ ଯାଉଛୁ ତାହା ଆପଣଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗିବ। କଣ ଆପଣ ଜାଣିଛନ୍ତିକି ନିକଟରେ ଏକ ବେଙ୍ଗ ଓ ବେଙ୍ଗୁଲିର ଛାଡପତ୍ର ହୋଇଛି। ଭୋପାଳରେ ଏଭଳି ଘଟନା ଦେଖିବାକୁ ମିଳିଛି। ବର୍ଷା କରାଇବା ନିମନ୍ତେ ଇନ୍ଦ୍ର ଦେବଙ୍କୁ ତୁଷ୍ଟ କରାଇବାକୁ ଜୁଲାଇ ୧୯ ତାରିଖ ଦିନ ମରୁଡ଼ି ପ୍ରପୀଡ଼ିତ ଭୋପାଳରେ ବହୁ ଆଡ଼ମ୍ବରରେ ଦୁଇଟି ବେଙ୍ଗଙ୍କୁ ବିବାହ ଦିଆ ଯାଇଥିଲା,

 

Indore 300x220

କିନ୍ତୁ ବର୍ଷା ବନ୍ଦ କରାଇବା ନିମନ୍ତେ ପୁଣି ସେ ବେଙ୍ଗ-ଦମ୍ପତିଙ୍କ ମଧ୍ୟରେ ଛାଡ଼ପତ୍ର ଦିଆ ନିଆ କରାଯାଇଛି। ମନ୍ତ୍ରପାଠପୂର୍ବକ ବେଙ୍ଗ ଦମ୍ପତିଙ୍କ ଛାଡ଼ପତ୍ର ଅନୁଷ୍ଠାନ ହୋଇଥିଲା। ଓଁ ଶିବ ସେବା ଶକ୍ତି ମଣ୍ଡଳର ସଦସ୍ୟମାନଙ୍କର ବିଶ୍ୱାସ ବେଙ୍ଗ ଛାଡ଼ପତ୍ର ଭୋପାଳବାସୀଙ୍କୁ ବର୍ଷା ବିତ୍ପାତରୁ ଆଶ୍ୱସ୍ତି ଦେବ।

ଏବେ ପ୍ରବଳ ବର୍ଷା ଯୋଗୁଁ ପରିସ୍ଥିତି ଅଣାୟତ। ସେପ୍ଟେମ୍ବର ୧୧ ତାରିଖ ସୁଦ୍ଧା ମଧ୍ୟପ୍ରଦେଶରେ ସ୍ୱାଭାବିକ ବୃଷ୍ଟିପାତ ଠାରୁ ୨୬% ଅଧିକ ବର୍ଷା ହେବାରୁ ରାଜ୍ୟର ଅଧିକାଂଶ ଭାଗରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ରବିବାର ଦିନ ଭୋପାଳ ସହରରେ ହୋଇଥିବା ବୃଷ୍ଟିପାତ ବିଗତ ୧୩ ବର୍ଷର ରେକର୍ଡ ଭାଙ୍ଗିଛି।

ପଢନ୍ତୁ: ଏମଡିଏଚ ମସଲା ବିକ୍ରି ବନ୍ଦ ନିର୍ଦ୍ଦେଶ, ସମ୍ବର ମସଲାରେ ବ୍ୟାକ୍ଟେରିଆ ଚିହ୍ନଟ କଲା ଆମେରିକା

Related posts

୨୦୧୮-୧୯ ବଜେଟ : କୃଷି ଓ ଗ୍ରାମ୍ୟ ଉନ୍ନୟନକୁ ଦିଆଗଲା ଅଧିକ ଗୁରୁତ୍ୱ !

ENO Beuro

ରାଜଧାନୀ : କାର୍‌ ଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର

ENO Beuro

ତାମିଲ ଅଭିନେତ୍ରୀ ପ୍ରିୟଙ୍କାଙ୍କ ଆତ୍ମହତ୍ୟା

ENO Beuro

Leave a Comment