Loading...

ବିଳମ୍ବ ହେବ ଯୁକ୍ତ୨ ଖାତାଦେଖା, ଧାର୍ଯ୍ୟ ସମୟରେ ଫଳ ପ୍ରକାଶ ପାଇବା କ୍ଷୀଣ

ବିଳମ୍ବ ହେବ ଯୁକ୍ତ୨ ଖାତାଦେଖା, ଧାର୍ଯ୍ୟ ସମୟରେ ଫଳ ପ୍ରକାଶ ପାଇବା କ୍ଷୀଣ

ଳିତ ବର୍ଷ ଯୁକ୍ତ୨ ମୂଲ୍ୟାୟନ ବିଳମ୍ବ ହେବାନେଇ ସ୍ପଷ୍ଟ ହୋଇଛି ତେଣୁ ଧାର୍ଯ୍ୟ ସମୟ ତଥା ମେ’ ୫ ନୁହେ ମେ ୧୨ ହୋଇଯିବ ବୋଲି ସିଏଚ୍‌ଏସ୍‌ଇର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ଚଳିତ ବର୍ଷ ଯୁକ୍ତ୨ ମୂଲ୍ୟାୟନ ବିଳମ୍ବ ହେବାନେଇ ସ୍ପଷ୍ଟ ହୋଇଛି ତେଣୁ ଧାର୍ଯ୍ୟ ସମୟ ତଥା ମେ’ ୫ ନୁହେ ମେ ୧୨ ହୋଇଯିବ ବୋଲି ସିଏଚ୍‌ଏସ୍‌ଇର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ଖାତା ମୂଲ୍ୟାୟନରେ ୧୫ ହଜାର ଅଧ୍ୟାପକ ଅଧ୍ୟାପିକା ସାମିଲ କରିବାକୁ ଯୋଜନା ହୋଇଥିଲା। ପ୍ରଥମ ପର୍ଯ୍ୟାୟ ମୂଲ୍ୟାୟନର ଅନ୍‌ଲାଇନ୍‌ ଖାତା ଦେଖାରେ ପ୍ରାୟ ୩ ହଜାର ଓ ଅଫ୍‌ଲାଇନ୍‌ରେ ୫ ହଜାର ମୂଲ୍ୟାୟନକାରୀଙ୍କୁ ଡକାଯାଇଥିଲା। ମାତ୍ର ସେମାନଙ୍କ ମଧ୍ୟରୁ ୩୦୦ଜଣ ଅଧ୍ୟାପକ ଅଧ୍ୟାପିକା ଆସି ନ ଥିଲେ। ଫଳରେ ବିଜ୍ଞାନ ଓ ବାଣିଜ୍ୟ ବିଭାଗ ବିଷୟଗୁଡ଼ିକର ଇ-ମୂଲ୍ୟାୟନ ଲାଗି ହୋଇଥିବା ୩୯ଟି କେନ୍ଦ୍ରରେ ମୂଲ୍ୟାୟନ ପ୍ରଭାବିତ ହୋଇଥିଲା। ମାନୁଆଲ୍‌ ମୂଲ୍ୟାୟନରେ ଚାଲିଥିବା କଳା ଓ ଧନ୍ଦାମୂଳକ ବିଭାଗର ଉତ୍ତର ଖାତା ଦେଖା ମଧ୍ୟ ବିଳମ୍ବ ହୋଇଥିଲା। ଧାର୍ଯ୍ୟ ସମୟ ଏପ୍ରିଲ ୨୧ ସୁଦ୍ଧା ମାତ୍ର ୫ଟି ଖାତା ଦେଖା ସରିଥିଲା। ବହୁ ଖାତା ମୂଲ୍ୟାୟନ ଏପ୍ରିଲ ଶେଷ ସପ୍ତାହ ପର୍ଯ୍ୟନ୍ତ ଚାଲିଥିଲା।


ପ୍ରଥମ ପର୍ଯ୍ୟାୟ ଖାତା ଦେଖା ବିଳମ୍ବିତ ହେବାର ପ୍ରଭାବ ସିଧାସଳଖ ଦ୍ବିତୀୟ ପର୍ଯ୍ୟାୟ ଉପରେ ପଡ଼ିଥିଲା। ଏପ୍ରିଲ ୨୫ରୁ ମେ’ ୫ ମଧ୍ୟରେ ଅନ୍‌ଲାଇନ୍‌ ଓ ଏପ୍ରିଲ ୨୩ରୁ ମେ’ ୪ ମଧ୍ୟରେ ଅଫ୍‌ଲାଇନ୍‌ ଖାତା ଦେଖା ହେବ ବୋଲି କୁହାଯାଇଥିଲା। ଏହି ପର୍ଯ୍ୟାୟରେ କଳା ବିଭାଗର ଇଂରାଜୀ, ‌ଏମ୍‌ଆଇଏଲ୍‌(ଓଡ଼ିଆ), ଗଣିତ, ରାଜନୀତି ବିଜ୍ଞାନ, ଶିକ୍ଷା, ଗୃହ ବିଜ୍ଞାନ ପରି ୨୭ଟି ବିଷୟ, ବିଜ୍ଞାନ ବିଭାଗର ରସାୟନ ବିଜ୍ଞାନ, ଉଦ୍ଭିଦ ବିଜ୍ଞାନ, ପ୍ରାଣୀ ବିଜ୍ଞାନ, ଗଣିତ ପରି ୨୪ଟି ବିଷୟ, ବାଣିଜ୍ୟର ୧୮ ଓ ଧନ୍ଦାମୂଳକ ବିଭାଗର ସମସ୍ତ ୧୮ଟି ବିଷୟର ମୂଲ୍ୟାୟନ କରିବାକୁ ସ୍ଥିର ହୋଇଥିଲା। ମାତ୍ର ଆଜି ସରିବାକୁ ଥିବା ଅଫ୍‌ଲାଇନ୍‌ ମୂଲ୍ୟାୟନ ଶେଷ ହୋଇନି। ଏବେ ବି କିଛି ବିଷୟର ଖାତା ଦେଖା ହେଉଛି। ଅନ୍‌ଲାଇନ୍‌ ଖାତା ମୂଲ୍ୟାୟନ ଶେଷ ହେବାକୁ ଆଉ ୭ ଦିନ ଲାଗିବ ବୋଲି ପରିଷଦ ପକ୍ଷରୁ ଆକଳନ କରାଯାଇଛି।
ସୂଚନାନୁସାରେ, କିଛି ଅଧ୍ୟାପକ ଅଧ୍ୟାପିକା  ୨ରୁ ୩ ଦିନ ବିଳମ୍ବରେ ଖାତା ମୂଲ୍ୟାୟନରେ ଯୋଗଦେଇଥିଲେ। ବାରମ୍ବାର ତାଗିଦ୍‌ ସତ୍ତ୍ବେ ବି କିଛିଜଣ ବିଭିନ୍ନ ଆଳ ଦେଖାଇ ‌ଖାତା ଦେଖିବାକୁ ଆସି‌ଲେ ନାହିଁ। ଯେଉଁଥିପାଇଁ ଉଭୟ ଅଫ୍‌ଲାଇନ୍‌ ଓ ଅନ୍‌ଲାଇନ୍‌ ଖାତା ମୂଲ୍ୟାୟନ ପ୍ରଭାବିତ ହୋଇଛି। ତଥାପି ବିଜ୍ଞାନ ଓ ବାଣିଜ୍ୟ ବିଭାଗ ଛାତ୍ରଛାତ୍ରୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଜୁନ୍‌ ଶେଷ ସପ୍ତାହ ସୁଦ୍ଧା ଫଳ ପ୍ରକାଶ କରିବା ଲକ୍ଷ୍ୟ ନେଇ କାର୍ଯ୍ୟ ଚାଲିଛି। ଯେଉଁ ଅଧ୍ୟାପକମାନେ ଅନୁପସ୍ଥିତ ରହିଛନ୍ତି ସେମାନଙ୍କୁ କାରଣଦର୍ଶାଅ ନୋଟିସ୍‌ ପଠାଯିବା ସହ କାର୍ଯ୍ୟାନୁଷ୍ଠାନ ଲାଗି ଗଣଶିକ୍ଷା ବିଭାଗକୁ ସୁପାରିସ କରାଯାଇଛି।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.