Uncategorized

ପାକିସ୍ତାନର ହୀନ କାର୍ଯ୍ୟ: ଅପହରଣ ପରେ ହିନ୍ଦୁ ଝିଅର କରିଲେ ଧର୍ମାନ୍ତରୀକରଣ

ପାକିସ୍ତାନରେ ହିନ୍ଦୁ ଝିଅକୁ ଅପହରଣ ପରେ ଧର୍ମାନ୍ତରୀକରଣ କରିବାନେଇ ହେଲା ଅଭିଯୋଗ। 

ପାକିସ୍ତାନରେ ଦୁଇଜଣ ନାବାଳିକା ହିନ୍ଦୁ ଝିଅଙ୍କ ଅପହରଣ  କରାଯିବାପରେ ବଳପୂର୍ବକ ସେମାନଙ୍କ ଧର୍ମ ପରିବର୍ତନ  ଓ ବିବାହ କରାଇବା ନେଇ ଖବର ସାମନ୍ନାକୁ ଆସିଛି। ଏହି ଖବର ପ୍ରସାରିତ ହେବାପରେ ଭାରତ ଏହାର ପ୍ରତିବାଦ କରିଥିଲା ଏହାପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ  ଇମରାନ ଖାନ ତଦନ୍ତ ନିର୍ଦେଶ ଦେଇଥିବା ସୂଚନା ରହିଛି। ପାକିସ୍ତାନର ସିନ୍ଧ ପ୍ରଦେଶର ଘୋଟକି ଜିଲ୍ଲା ଧାରିକି ସହରର ବୋଲି କୁହାଯାଉଛି।

ସମ୍ପୃକ୍ତ ଅଞ୍ଚଳରେ ବସବାସ କରୁଥିବା ପ୍ରଭାବଶାଳି କୋହବାର ଓ ମାଲିକ ଆଦିବାସୀ ସମ୍ପ୍ରଦାୟର କିଛି ବ୍ୟକ୍ତି ସେମାନଙ୍କର ଦୁଇ ଝିଅଙ୍କୁ ରବିନା ୧୩ ବର୍ଷ ଓ ରୀନା ୧୫ ବର୍ଷକୁ ଅପହରଣ କରିନେଇଯାଇଥିଲେ। ଏହାପରେ ସେମାନେ ଧର୍ମ ପରିବର୍ତନ କରି ଦୁଇ ନାବାଳିକାଙ୍କୁ ବିବାହ କରିଥିବାନେଇ ସୋସିଆଲ ମିଡିଆରେ  ଭିଡିଓ ପ୍ରସାରିତ ହେଲା ପରେ ଖବର ସମମ୍ନାକୁ ଆସିଥିଲା।

ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ  ଏହି ମାମଲାରେ ପାକିସ୍ତାନରେ ଥିବା ଭାରତୀୟ ହାଇ କମିଶନରଙ୍କୁ ରିପୋର୍ଟ ମାଗିଛନ୍ତି | ପାକିସ୍ତାନ ସରକାର ସୁଷମା ସ୍ୱରାଜଙ୍କ ଟ୍ୱିଟରେ ଖିଛନ୍ତି | ଅପରପକ୍ଷରେ ସୁଷମା ସ୍ୱରାଜଙ୍କ ଟ୍ୱିଟରେ ପ୍ରତକ୍ରିୟା ପରେ ପାକିସ୍ତାନର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଫଵାଦ ହୁସେନ  ଆପତ୍ତି ଦର୍ଶାଇଛନ୍ତି |

ପଢନ୍ତୁ: ବିଜେପିରେ ଯୋଗଦେଲେ କଟକର ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର

Related posts

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୀବନ ପ୍ରତି ବଡ ବିପଦ

ENO Beuro

ବାୟୁସେନାର ଫାଇଟର ବିମାନ ‘ଜାଗୁଆର’ ଦୁର୍ଘଟଣାଗ୍ରସ୍ତ, ପାଇଲଟ୍ ମୃତ !

ENO Beuro

ଭାରତର ହ୍ୟାଟ୍ରିକ ବିଜୟ : ଦକ୍ଷିଣ ଆଫ୍ରିକା ବିପକ୍ଷରେ ୧୨୪ ରନରେ ଭାରତ ବିଜୟୀ

ENO Beuro

Leave a Comment