News

ସର୍ଜିକାଲ ଷ୍ଟ୍ରାଇକ:ପ୍ରଧାନମନ୍ତ୍ରୀ ଉଦ୍‍ଘାଟନ କଲେ ପରାକ୍ରମ ପର୍ବ ପ୍ରଦର୍ଶନୀ

pm

ସର୍ଜିକାଲ ଷ୍ଟ୍ରାଇକ୍‌କୁ ଦୁଇ ବର୍ଷ ପୂରିଲା। ଏହି ଅବସରରେ ଆୟୋଜନ ହୋଇଛି ପରାକ୍ରମ ପର୍ବ। ରାଜସ୍ଥାନ ଯୋଧପୁରସ୍ଥିତ ସେନା ପଡିଆରେ ଆୟୋଜିତ ପରାକ୍ରମ ପର୍ବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍‍ଘାଟନ କରିଛନ୍ତି। ବ୍ୟାଟଲ ଆକ୍ସ ଗ୍ରାଉଣ୍ଡରେ ଆୟୋଜିତ ଏହି ପ୍ରଦର୍ଶନୀକୁ ଉଦ୍‍ଘାଟନ ପୂର୍ବରୁ ପ୍ରଧାନମନ୍ତ୍ରୀ ସହିଦ ଯବାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

pm

ସର୍ଜିକାଲ୍‌ ଷ୍ଟ୍ରାଇକ୍‌ର ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ସେନାବାହିନୀ ଉଦ୍ଦେଶ୍ୟରେ ଏକ ବାର୍ତ୍ତାରେ କହିଛନ୍ତି ଯେ ଭାରତ ନିଜର ସାମରିକ ଶକ୍ତି ପାଇଁ ଗର୍ବିତ, ଦେଶର ଯବାନ ଜନ୍ମମାଟିର ସୁରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ ଏବଂ ସମର୍ପିତ। ସର୍ଜିକାଲ୍‌ ଷ୍ଟ୍ରାଇକ୍‌ର ବର୍ଷ ପୂର୍ତ୍ତି ଅବସରରେ ସରକାରଙ୍କ ଦ୍ଵାରା ୩୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଇଣ୍ଡିଆ‌ ଗେଟ୍‌ରେ ୩ ଦିନିଆ ପ୍ରଦର୍ଶନୀ ମଧ୍ୟ କରାଯାଉଛି। ଭାରତୀୟ ନୌସେନା ବାହିନୀ ଦ୍ଵାରା ମଧ୍ୟ ମୁମ୍ବାଇ ଏବଂ ଗୋଆରେ ଦୁଇ ଦିନିଆ କାର୍ଯ୍ୟକ୍ରମ କରାଯାଉଛି।

ସୂଚନାଯୋଗ୍ୟ,ଭାରତୀୟ ସେନା ୨୦୧୬ ସେପ୍ଟେମ୍ବର ୨୮-୨୯ ତାରିଖ ରାତିରେ ଆରମ୍ଭ କରିଥିଲେ ସର୍ଜିକାଲ ଷ୍ଟ୍ରାଇକ୍‌। ଭାରତରେ ଅନୁପ୍ରବେଶ ଯୋଜନା କରୁଥିବା ଆତଙ୍କବାଦୀଙ୍କ ନିପାତ କରିଥିଲେ। ଇତି ମଧ୍ୟରେ ଏହାକୁ ୨ ବର୍ଷ ପୂରଣ ହୋଇଛି। ଏହି ଉପଲକ୍ଷେ ଯୋଧପୁରରେ ଏକ ସ୍ବତନ୍ତ୍ର ୩ ଦିନିଆ କାର୍ଯ୍ୟକ୍ରମ ପରାକ୍ରମ ପର୍ବରେ ଆୟୋଜିତ ହେଉଛି। ଦେଶର ୫୧ଟି ସହରରେ ସେପେମ୍ବର ୨୮ରୁ ୩୦ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ପଢନ୍ତୁ; ସମୁଦ୍ରରେ ପଶିଗଲା ଯାତ୍ରୀବାହୀ ବିମାନ,ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

Related posts

ରାଜଧାନୀ ଭୁବନେଶ୍ବରରେ ପ୍ରତିଷ୍ଠା ହେବାକୁ ଯାଉଛି ଅର୍ବାନ ମ୍ୟୁଜିୟମ

ENO Beuro

କ୍ରିଡାର ବିକାଶ ପାଇଁ ଓଡିଶାକୁ ମିଳିଲା ସର୍ବୋତ୍ତମ ରାଜ୍ୟ ପୁରସ୍କାର 

ENO Beuro

ଇପିଏଫ ଆକାଉଂଟଧାରୀଙ୍କ ପାଇଁ ଦୁଃସମ୍ବାଦ , ମିଳୁଥିବା ସୁଧ ଉପରେ ମଧ୍ୟ ଦେବାକୁ ପଡିବ ଟାକ୍ସ

ENO Beuro

Leave a Comment