EnewsOdia.Com

ବୃହସ୍ପତିର ରେକର୍ଡ ଭାଙ୍ଗିଲା ଶନି

ଶନି ଗ୍ରହକୁ ନେଇ ଆସିଛି ବଡ଼ ଖବର । ସୌର ଜଗତର ଷଷ୍ଠ ଗ୍ରହ ତଥା ବୃହଷ୍ପତି ତୁଳନାରେ ଦ୍ବିତୀୟ ସର୍ବବୃହତ ଗ୍ରହ ହେଉଛି  ଶନି । ପୃଥିବୀ ଠାରୁ ଏହା କେବଳ ୯ ଗୁଣ ବଡ଼ ନୁହେଁ ବରଂ ବୃହଷ୍ପତି ଠାରୁ  ଅଧିକ ସଂଖ୍ୟାରେ ଉପଗ୍ରହ ମଧ୍ୟ ରହିଛନ୍ତି ଶନି ଚାରିପଟେ। ମହାକାଶ ବିଜ୍ଞାନୀଙ୍କର ଆଉ ଏକ ଆବିଷ୍କାର ।

ସୌର ଜଗତରେ ଆଉ ୨୦ଟି ନୂଆ ଉପଗ୍ରହକୁ ଖୋଜି ବାହାର କରିଛନ୍ତି ମହାକାଶ ବିଜ୍ଞାନୀ। ଶନିଗ୍ରହ ଚାରିପାଖେ ଏହି ଚନ୍ଦ୍ରଗୁଡ଼ିକ ଘୂରି ବୁଲୁଥିବା ପ୍ରକାଶ କରିଛି ଅନ୍ତର୍ଜାତୀୟ ମହାକାଶ ବିଜ୍ଞାନୀ ସଂଘ । ପୂର୍ବରୁ ବୃହଷ୍ପତିର ଉପଗ୍ରହ ତାଲିକା ସର୍ବାଧିକ ଥିବା ବେଳେ ଏବେ ସେହି ରେକର୍ଡ ଶନିଗ୍ରହ ନାଁରେ ହୋଇଛି । ବୃହଷ୍ପତିର ୭୯ ଟି ଉପଗ୍ରହ ଥିଲା  ସେହିପରି ଶନି ଗ୍ରହର୬୨ଟି ଉପଗ୍ରହଥିଲା । କିନ୍ତୁ ଏବେ ୨୦ଟି ନୂଆ ଉପଗ୍ରହ ଆବିଷ୍କାର ହେବା ଫଳରେ ଏହି ସଂଖ୍ୟା ୮୨ରେ ପହଁଞ୍ଚିଛି । କିନ୍ତୁ ଶନି ଗ୍ରହ ଚାରିପଟେ ସମୁଦାୟ ୮୨ଟି ନୁହେଁ ବରଂ ୧୦୦ରୁ ଅଧିକ ଉପଗ୍ରହ ଥିବା ଅନୁମାନ କରାଯାଉଛି । ଏହି ଉପଗ୍ରହ ଗୁଡ଼ିକ ଶନିର ବିପରୀତ ଦିଗରେ ଘୁରୁଛନ୍ତି । କିନ୍ତୁ ମାତ୍ର ତିନଟି ଶନି ସହିତ ସମାନ୍ତରାଳ ଭାବେ ଘୂରୁଛନ୍ତି ।

ଶନିଗ୍ରହ ଆମ ଭାରତୀୟଙ୍କ ଆସ୍ଥା ବିଶ୍ବାସ ଓ ଧର୍ମୀୟ ଭାବନା ସହ ଜଡ଼ିତ । ନବଗ୍ରହ ତାଲିକାରେ ଥିବା ଏହି ଗ୍ରହର ସ୍ଥିତିକୁ ନେଇ ଏକଦା ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଏବେ କିନ୍ତୁ ପାଠବହିରେ ଅଧିକ ଉପଗ୍ରହ ଥିବା ତାଲିକାରେ ଶନି ହିଁ ସ୍ଥାନ ପାଇପାରେ।

ପଢନ୍ତୁ: ବଲିଉଡ୍ ଅଭିନେତା ସଲମାନ୍ ଖାନ୍ ଙ୍କ ଘରେ କ୍ରାଇମ୍ ବ୍ରାଞ୍ଚ୍

ସମ୍ବନ୍ଧିତ ଖବର

ଏଥର ସାହିତ୍ୟରେ ଦୁଇଟି ନୋବେଲ ପୁରସ୍କାର ଘୋଷଣା

Ratnamani Maharana

ମାର୍ଚ୍ଚ ପ୍ରଥମ ସପ୍ତାହରୁ ଯୁକ୍ତ ଦୁଇ ପରୀକ୍ଷା, ନଭେମ୍ବର ୧ତାରିଖରୁ ଫର୍ମ ପୂରଣ

Ratnamani Maharana

ଆଜିର ଦିନରେ ବନ୍ଦ ହୋଇଥିଲା ପୁରୁଣା ୫ଶହ ଓ ହଜାରେ ଟଙ୍କିଆ ନୋଟ ପ୍ରଚଳନ

Ratnamani Maharana

ପରୀକ୍ଷା ଦେବାକୁ ଆସି ରାଜଧାନୀରେ ଉତ୍ପାତ

Ratnamani Maharana

ଦୁନିଆର ସବୁଠୁ ଦାମୀ ଚକୋଲେଟ

Ratnamani Maharana

୧୨ରୁ ଭୁବନେଶ୍ବର ବାଲିଯାତ୍ରା : ୮ଦିନର ଯାତ୍ରା, ୫ଶହ ଷ୍ଟଲ୍‌

Ratnamani Maharana