EnewsOdia.Com

ମହାବାତ୍ୟାକୁ ପୂରିଲା ୨୦ ବର୍ଷ: ଧ୍ୱଂସ ଲୀଳା ଆଜି ବି ଅଲିଭା ଦାଗ

୧୯୯୯ ମସିହା ଅକ୍ଟୋବର ୨୯ । ଘଣ୍ଟା ପ୍ରତି ୩୦୦ କିମି ବେଗରେ ମାଡ଼ି ଆସୁଥିଲା ପବନ । ଛିନଛତ୍ର କରି ଦେଇଥିଲା ସବୁକିଛି । ୩୦ ଘଣ୍ଟାର ତାଣ୍ଡବରେ ପୂରା ଛାରଖାର ହୋଇଯାଇଥିଲା ଅର୍ଦ୍ଧାଧିକ ଓଡ଼ିଶା । ଶତାବ୍ଦୀର ସବୁଠୁ ପ୍ରଳୟଙ୍କରୀ ମହାବାତ୍ୟାରେ ଉଜୁଡ଼ି ଯାଇଥିଲା ଅନେକ ପରିବାର । ପ୍ରାଣ ହରାଇଥିଲେ ୧୦ ହଜାରରୁ ଅଧିକ ଲୋକ । ପ୍ରକୃତି ଯେ କେତେ ଭୟଙ୍କର ହୋଇପାରେ ତାହା ୧୯୯୯ ମହାବାତ୍ୟାରେ ଦେଖିବାକୁ ମିଳିଥିଲା। ଆଖି ଆଗରେ ଦୋହଲିଗଲା ସବୁକିଛି। ଭାଙ୍ଗିଗଲା ଘର, ଉପୁଡ଼ିଗଲା ଗଛ। କ୍ଷୟକ୍ଷତିର ଏକ ଭୟାନକ ଦୃଶ୍ୟ ଦେଖିଲେ ଓଡ଼ିଶାବାସୀ ।

ଆଣ୍ଡାମାନରେ ଅକ୍ଟୋବର ୨୫ରେ ସୃଷ୍ଟି ହୋଇଥିଲା । ୨୯ ତାରିଖରେ ପ୍ରଳୟଙ୍କରୀ ରୂପ ଧାରଣ କରି ଓଡ଼ିଶାରେ ପହଞ୍ଚିଥିଲା ବାତ୍ୟା । ସକାଳ ୧୦ଟା ୩୦ରେ ଏରସମା ଓ ବାଲିକୁଦା ଅଞ୍ଚଳରେ ହିଟ୍‌ କରିଥିଲା। ସେତେବେଳକୁ ପବନର ବେଗଥିଲା ୨୪୦ରୁ ୨୬୦ କିଲୋମିଟର । ପ୍ରାୟ ୩୦ଫୁଟର ଜୁଆର ଆସିଥିଲା ସମୁଦ୍ରରେ। ଅସ୍ତରଙ୍ଗ,କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲା ଅଧିକ ପ୍ରଭାବିତ ହୋଇଥିଲା। ଆଖି ଆଗରେ ଭାସିଗଲେ ଆତ୍ମୀୟ, ସ୍ୱଜନ, ପରିବାର ଲୋକେ। ମା’ ଆଗରେ ଚାଲିଗଲା ପୁଅ, ସ୍ୱାମୀ ଆଗରେ  ଭାସିଗଲା ସ୍ତ୍ରୀ। ତା’ ପରଦିନ ଯୁଆଡ଼େ ଚାହିଁବେ ଖାଲି କୁଢ଼ କୁଢ଼ ମୃତଦେହ।

ଆଣ୍ଡାମାନ ଦ୍ୱୀପପୁଞ୍ଜର ପୂର୍ବ ଦିଗରୁ ୫୫୦ କିମି ଦୂରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିଲା । ଏହା କ୍ରମଶଃ ଶକ୍ତିଶାଳୀ ହୋଇ ମହାବାତ୍ୟାରେ ପରିଣତ ହୋଇଥିଲା । ମହାବାତ୍ୟାର ୫ ଦିନ ପୂର୍ବରୁ ଗଲ୍ଫ ଅଫ୍ ସିଆମରେ ଲଘୁଚାପ ନେଇ ପାଣିପାଗ ବିଭାଗ ଅକ୍ଟୋବର ୨୪ରେ ଆକଳନ କରିଥିଲା । ଉପକୂଳ ଓଡ଼ିଶାର ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ ଓ ଗଞ୍ଜାମ ଜିଲ୍ଲାର ନଦୀ କୂଳିଆ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇଥିଲା । ଅକ୍ଟୋବର ୨୯ ସକାଳ ପ୍ରାୟ ୧୦ଟା ୩୦ରେ ଜଗତସିଂହପୁରର ଏରସମା ଓ ବାଲିକୁଦା ମଧ୍ୟରେ ମହାବାତ୍ୟା ମାଡ଼ ହୋଇଥିଲା । ସେତେବେଳେ ପବନର ବେଗ ଏତେ ଥିଲା ଯେ ଆନେମୋମିଟର ବି ଫେଲ୍ ମାରିଥିଲା । ମାପି ପାରିନଥିଲା ମହାବାତ୍ୟାରେ ବୋହୁଥିବା ପବନର ବେଗକୁ । ଉପକୂଳ ଓଡ଼ିଶାରେ ୩ ଦିନ ଧରି ବର୍ଷା ଲାଗି ରହିଥିଲା । ଉଜାଡି ଦେଇ ଚାଲିଯାଇଥିଲା ସବୁକିଛି।

କୁହାଯାଉଥିଲା, ନଅଙ୍କ ଦୁର୍ଭିକ୍ଷ ପରେ ଓଡ଼ିଶା ଦେଖିଥିଲା ସବୁଠାରୁ ବଡ଼ ବିପର୍ଯ୍ୟୟ। ଏହି ମଧ୍ୟରେ ୨୦ ବର୍ଷ ବିତିଛି। ମହାବାତ୍ୟା ପରେ ଫାଇଲିନ୍, ହୁଡହୁଡ, ତିତଲି ଓ ଫୋନି ଭଳି ବାତ୍ୟାକୁ ସହିଛି ଓଡ଼ିଶା। ହେଲେ ମହାବାତ୍ୟାର ଅଭିଜ୍ଞତା ରାଜ୍ୟବାସୀଙ୍କୁ ସତର୍କ ଓ ସଂଘର୍ଷ ଶିଖାଇ ଦେଇଛି। ମହାବାତ୍ୟାର ସେହି ଧ୍ୱସଂଲୀଳା ଆଜି ମଧ୍ୟ ଏରସମା ବ୍ଲକବାସିନ୍ଦାଙ୍କ ହୃଦୟରେ ଅଲିଭା ଦା ହୋଇ ରହିଯାଇଛି।

ପଢନ୍ତୁ: ଦିଲ୍ଲୀର ବସ୍‌ରେ ମହିଳାଙ୍କୁ ମିଳିବ ମାଗଣା ଟିକେଟ

 

ସମ୍ବନ୍ଧିତ ଖବର

ଅବପାତର ରୂପ ନେଲା ଲଘୁଚାପ, ଓଡିଶାରେ ବାତ୍ୟା ନୁହେଁ, ବର୍ଷାର ସମ୍ଭାବନା

Ratnamani Maharana

ତାଜମହଲକୁ ପଛରେ ପକାଇଲା ଷ୍ଟାଚ୍ୟୁ ଅଫ୍‌ ୟୁନିଟି, ବର୍ଷକରେ ରୋଜଗାର କଲା ୬୩ କୋଟି

Ratnamani Maharana

ପିଲାଙ୍କ ପାଇଁ ଭାତ-ଡାଲି, ସାରଙ୍କ ପାଇଁ ଚିକେନ

Ratnamani Maharana

୩୧ ବର୍ଷରେ ପାଦ ଥାପିଲେ କ୍ୟାପଟେନ୍ କୋହଲି

Ratnamani Maharana

କନ୍ଧମାଳରେ ପହିଲି ଶୀତର ପରଶ, ଦାରିଙ୍ଗବାଡ଼ି ଚଳଚଞ୍ଚଳ

Ratnamani Maharana

ହ୍ୱାଟ୍ସଆପ, ଫେସବୁକରେ ଲାଗିଲା ଟ୍ୟାକ୍ସ

Ratnamani Maharana