News

କେରଳ ବନ୍ୟାରେ ଫସି ରହିଛନ୍ତି ଦୁଇ ଶହରୁ ଅଧିକ ଓଡ଼ିଆ ଶ୍ରମିକ

122112 (1)

ବନ୍ୟାର ତାଣ୍ଡବରୁ କେରଳ ଏଯାଏ ତ୍ରାହି ପାଇନି। ବନ୍ୟା ବିଭୀଷିକାରେ ଏଯାବତ୍ କେରଳରେ ୪୦ ଜଣଙ୍କର ପ୍ରାଣହାନି ଘଟିଛି। ଏପରି ବିପର୍ଯ୍ୟୟ ସମୟରେ ଦୁଇ ଶହରୁ ଅଧିକ ଓଡ଼ିଆ ଶ୍ରମିକ  କେରଳରେ ଫସିରହିଥିବା ସୂଚନା ମିଳିଛି। ଏହି ଶ୍ରମିକମାନଙ୍କ ଘର ଗଞ୍ଜାମ ସାନଖେମୁଣ୍ଡିର ପାଟପୁର, ରାଧାଦେଇପୁର, ଏସ୍.ଗୋପାଳପୁର ଓ ଖଲିଙ୍ଗି ଆଦି ଅଞ୍ଚଳରେ। ଏହି ଶ୍ରମିକମାନେ କେରଳର ବିଭିନ୍ନ କମ୍ପାନୀରେ କାମ କରୁଥିଲେ।  ସେମାନେ କେରଳର ଏର୍ଣ୍ଣାକୁଲମ, ଆଲୁଆ, ଅଙ୍ଗଗାଲି ଅଞ୍ଚଳରେ ରହୁଥିଲେ।

କୌଣସି ଅସ୍ଥାୟୀ କମ୍ପାନୀରେ କାମ କରିବାକୁ ଯାଇଥିଲେ ଏହି ଓଡ଼ିଆ ଶ୍ରମିକ ମାନେ। କିନ୍ତୁ ସେଠାରେ ପ୍ରଳୟଙ୍କରୀ ବନ୍ୟା କାମ ମିଳିବା ତ ଦୂରର କଥା। ଖାଇବାକୁ ମଧ୍ୟ ମିଳୁନାହିଁ। ଉଦ୍ଧାର ପାଇଁ ଓଡ଼ିଶା ସରକାରଙ୍କୁ ମଧ୍ୟ ଭିଡ଼ିଓ ମାଧ୍ୟମରେ ଅନୁରୋଧ କରିଛନ୍ତି । ଏପଟେ ସମସ୍ତ ପରିବାର ମଧ୍ୟ ବିଚଳିତ ହୋଇପଡିଲେଣି। କେରଳର ଆନାକୁଲମ , ଅଲିଆ ଏବଂ ଅଙ୍ଗୁଗଲିରେ ରହିଛନ୍ତି ଓଡ଼ିଆ ଶ୍ରମିକ ମାନେ। ସେଠାରେ ପ୍ରବଳ ବନ୍ୟା ଯୋଙ୍ଗୁ କୁଆଡ଼େ ମଧ୍ୟ ନ ଯାଇପାରି ସମସ୍ୟା ଭିତରେ ରହିଛନ୍ତି ଗଞ୍ଜାମ ଜିଲ୍ଲାର ଓଡ଼ିଆ ଶ୍ରମିକମାନେ।

Ed

 

ବନ୍ୟା ଯୋଗୁ ଏବେ ସେମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ କରୁଛନ୍ତି। କାମ ତ ମିଳୁନି, ତା’ ସହ ଯାହା କିଛି ସଞ୍ଚୟ କରିଥିଲେ, ତାହା ବି ସରିଗଲାଣି। ତା’ ଛଡ଼ା ଚଢ଼ା ଦର ସହ ରାସନ ସାମଗ୍ରୀ  ମିଳୁନଥିବାରୁ ଭୋକ ଓପାସରେ ରହୁଥିବାର ସୂଚନା ମିଳିଛି।

ପଢନ୍ତୁ: ପୁଣି ବିବାଦରେ ଜୋମାଟୋ କମ୍ପାନୀ

Related posts

ନୱାଜ ସରିଫଙ୍କୁ ୧୦ ବର୍ଷ ଜେଲ୍‌

ENO Beuro

ରବିନ୍ଦ୍ର ଜାଡେଜାଙ୍କ ପତ୍ନୀଙ୍କୁ ପିଟିଲେ କନଷ୍ଟେବଳ

ENO Beuro

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଜାଲିଆତି ଘଟଣା : ନିରବ ମୋଦିଙ୍କ ଚିଠିକୁ ନେଇ ଚର୍ଚା

ENO Beuro

Leave a Comment