News

ଆସାମ ବୋମା ବିସ୍ଫୋରଣ ଘଟଣା: ୧୦ ଜଣଙ୍କୁ ଆଜୀବନ ଜେଲ

asam

ସିବିଆଇର ଏକ ସ୍ୱତନ୍ତ୍ର କୋର୍ଟ ବୁଧବାର ୨୦୦୮ ଆସାମ ସିରିଏଲ ବୋମା ବେିସ୍ଫୋରଣ ମାମଲାରେ ଦୋଷୀ ସାବ୍ୟସ୍ତ ବୋଡୋଲାଣ୍ଡ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‍ଡିଏଫ୍‍ବି)ର ପ୍ରତିଷ୍ଠାତା ରଞ୍ଜନ ଡାଏମେରିକଙ୍କ ସମେତ ୧୦ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

ସେମାନଙ୍କ ମଧ୍ୟରେ ନ୍ୟାସନାଲ ଡେମୋକ୍ରାଟିକ ଫ୍ରଣ୍ଟ ଅଫ୍ ବୋଡୋଲାଣ୍ଡ ପ୍ରମୁଖ ରଞ୍ଜନ ଦୈମାରୀ ଏବଂ ଅନ୍ୟ ୯ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଦିଆ ଯାଇଛି। ସେହିପରି ଅନ୍ୟ ୩ ଜଣ ଦୋଷୀ କୋର୍ଟଙ୍କ ଦ୍ଵାରା ବିଧାନ କରାଯାଇଥିବା ଜରିମାନା ଦାଖଲ କରିବା ପରେ ଖଲାସ ହେବେ।

ସୂଚନାଯୋଗ୍ୟ ଯେ , ୨୦୦୮ ଅକ୍ଟୋବର ୩୦ରେ ଆସାମର ପ୍ରାୟ ୬ଟି ସ୍ଥାନରେ ସିରିଏଲ ବୋମା ବିସ୍ଫୋରଣ ହୋଇଥିଲା। ଏଥିରେ ପ୍ରାୟ ଶହେ ଜଣଙ୍କ ପ୍ରାଣହାନି ହୋଇଥିବା ବେଳେ ପାଖାପାଖି ୩ଶହ ଲୋକ ଅଙ୍ଗହୀନ ପାଲଟିଯାଇଥିଲେ। ଗତ ୩୦ ତାରିଖରେ ଦୋଷୀଙ୍କୁ ଦଣ୍ଡବିଧାନ କରାଯାଇଛି।

ପଢନ୍ତୁ;  ଜାଣନ୍ତୁ ଆଜିର ରାଶିଫଳ

Related posts

ଶତ୍ରୁପକ୍ଷ ଆକ୍ରମଣ ଭୟ ହେବ ଦୂର: ଏମିସାଟ୍‌ ସାଟେଲାଇଟ୍ ସଫଳ ଉତପେକ୍ଷଣ କଲା ଇସ୍ରୋ

Ratnamani Moharana

ଆମ ଗାଁ ଆମ ବିକାଶ: ୨୦୯ ପଞ୍ଚାୟତକୁ ୪୭.୨୪ କୋଟି ମଞ୍ଜୁରୀ

ENO Beuro

ମାଟ୍ରିକ ପରୀକ୍ଷା ମୂଲ୍ୟାୟନ ବିଭ୍ରାଟ: ରିଚେକିଙ୍ଗ ଓ ମାର୍କ ଆଡିସନରେ ଧରାପଡିଲା ତ୍ରୁଟି

Ratnamani Moharana

Leave a Comment