POLITICALS

ଭୋଟ କାଲି, ଆଜି ନିର୍ବାଚନୀ ଇସ୍ତାହାର ପ୍ରକାଶ କରୁଛି ବିଜେଡ଼ି

 ରାଜ୍ୟରେ କୃଷିର ବିକାଶ ଲାଗି ଅନେକ ପ୍ରତିଶ୍ରୁତି ଦେଇଛି ବିଜେଡି

କଂଗ୍ରେସ ଓ ବିଜେପି ପରେ ଶେଷରେ ବିଜେଡ଼ି  ଆଜି ପ୍ରକାଶ କରିଛି ତାର ନିର୍ବାଚନୀ ଇସ୍ତାହାର । କାଲିଠାରୁ ଆରମ୍ଭ ହେଉଛି ପ୍ରଥମ ପର୍ଯ୍ୟାୟ ଭୋଟ  ଗ୍ରହଣ ତେବେ ବିଜେଡ଼ିର ନିର୍ବାଚନୀ ଇସ୍ତାହାର କେତେ ଗ୍ରହଣୀୟ ତାହା ବୁଝିବା ଜନତାଙ୍କ ପକ୍ଷେ କଷ୍ଟକର। ତେବେ ଏହି ଇସ୍ତାହାରରେ ମଧ୍ୟ ବିଜେଡ଼ି ବିଜେପି, ଓ କଂଗ୍ରେସ ପାଇଁ ଆଣିଛି ଅନେକ ପ୍ରତିଶ୍ରୁତି । ଏହି ଇସ୍ତାହାରରେ ବିଜେଡ଼ିର ନାରା ରହିଛି- ନବୀନ  ଓଡିଶା, ଶସକ୍ତ ଓଡିଶା । ଏହି ଇସ୍ତାହାରରେ ସବୁ ବର୍ଗର ଲୋକଙ୍କ ପାଇଁ ଉଦିଷ୍ଟ ଅଟେ। ମାତ୍ର ଏଥିରେ ଫୋକସ କରାଯାଇଛି, କଳିଆଯୋଜନା  ଉପରେ।

ବିଜେଡ଼ିର ପ୍ରକାଶିତ ଇସ୍ତାହାରରେ ରହିଛି, ଶପଥ ଦିନ ଦୁଇ କିସ୍ତିର କାଳିଆ ଟଙ୍କା ଯୋଗାଇ ଦିଆଯିବ। ଶିଳ୍ପ କ୍ଷେତ୍ରରେ ୭୫% ସ୍ଥାନୀୟ ଯୁବକ ଯୁବତୀଙ୍କୁ ନିଯୁକ୍ତି, ବୀନା ସୁଧରେ ଚାଷୀଙ୍କୁ ୧ ଲକ୍ଷ ଟଙ୍କାର ଋଣ, ଝିଅଙ୍କୁ କେଜିରୁ ପିଜି  ଯାଏ ମାଗଣା ଶିକ୍ଷା, ରାଜ୍ୟସ୍ଥରୀୟ ନିଯୁକ୍ତି ପାଇଁ ଫି’ ଛାଡ, ପୁରା ରାଜ୍ୟକୁ ସଂଯୋଗ ଲାଗି ବିଜୁ ଏକ୍ସପ୍ରେସ୍‌ୱେ ନିର୍ମାଣ, କଟକ-ଭୁବନେଶ୍ୱର ମଧ୍ୟରେ ମେଟ୍ରୋ ଟ୍ରେନ୍  ସେବା ଆରମ୍ଭ କରିବାକୁ ବିଜେଡି ଉଲ୍ଲେଖ କରିଛି। ତେବେ ୟୁପିଏ ହେଉ କି ଏନ୍‌ଡିଏ, ଉଭୟ ଓଡ଼ିଶାକୁ ଅବହେଳା କରୁଥିବା ଦର୍ଶାଇ ଓଡ଼ିଶା ହକ୍ ମାଗୁଛି  ବୋଲି କହିଛି ବିଜେଡି।

ପଢନ୍ତୁ: କଂଗ୍ରେସ ଛାଡି ବିଜେଡ଼ିରେ ଯୋଗ ଦେବେ ସୁମିତ୍ରା ଜେନା

Related posts

ରଜନୀକାନ୍ତ ଉପବାଚସ୍ପତି, ପ୍ରଣବ ଉପମୁଖ୍ୟ ସଚେତକ

Ratnamani Moharana

ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀ ଙ୍କ ଉପରେ ବିଚାର କଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ

ENO Beuro

ମୁଖ୍ୟମନ୍ତ୍ରୀ ହେବା ପରେ ବୁଣାକାର ଓ ଚାଷୀଙ୍କୁ ପୁରସ୍କାର ଦେଲେ ୟେଦ୍ଦୁରପ୍ପା

Ratnamani Moharana

Leave a Comment