ଆଜିଠୁ ଜୁନ ୬ ଯାଏଁ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
Loading...
୨୦୨୨-୨୩ ରେଳ ବଜେଟରେ ଓଡ଼ିଶାକୁ ମିଳିଲା କେତେ ? ଏହି ପ୍ରଶ୍ନର ଉତ୍ତର ଧିରେ ଧିରେ ଆସିବାରେ ଲାଗିଛି ।
୨୦୨୨-୨୩ ରେଳ ବଜେଟରେ ଓଡ଼ିଶାକୁ ମିଳିଲା କେତେ ? ଏହି ପ୍ରଶ୍ନର ଉତ୍ତର ଧିରେ ଧିରେ ଆସିବାରେ ଲାଗିଛି । ରେଳ ବଜେଟରେ ଓଡ଼ିଶାକୁ କେତେ ମିଳିଛି ତାହା ସ୍ପଷ୍ଟ ହୋଇନି । ତଥାପି କିଛି ପ୍ରକଳ୍ପ ପାଇଁ ଟଙ୍କା ବରାଦ କରାଯାଇଛି ।
ଖୋର୍ଦ୍ଧା ରୋଡ୍ ବଲାଙ୍ଗିର ରେଳପଥ ପାଇଁ ୮୯୧ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଅନୁଗୁଳ-ସୁକିନ୍ଦା ରେଳପଥ ପାଇଁ ୪୭୫ କୋଟି । ହରିଦାସପୁର-ପାରାଦୀପ ପାଇଁ ୮୫ କୋଟି । ତାଳଚେର ବିମଳାଗଡ଼ ପାଇଁ ୨୫୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି ।
ସେହିପରି ଜୟପୁର-ମାଲକାନାଗିରି ପାଇଁ ୧୧ କୋଟି । ଜୟପୁର-ନବରଙ୍ଗପୁର ପାଇଁ ୪୬ କୋଟି ମିଳିଛି । ତେବେ ଏନେଇ ରେଳ ମନ୍ତ୍ରାଳୟ କିମ୍ବା ପୂର୍ବତଟ ରେଳପଥ ପକ୍ଷରୁ କୌଣସି ବିଦ୍ଧିବଦ୍ଧ ସୂଚନା ମିଳିନାହିଁ । ନୂଆ ଲାଇନ୍ ପାଇଁ ୧୮ ଶହ ୬ କୋଟି କୋଟି ଏବଂ ରେଳ ଦୋହରୀକରଣ ପାଇଁ ୧୮ ଶହ ୬୧ କୋଟି ଟଙ୍କା ଦେବ ରେଳ ମନ୍ତ୍ରାଳୟ ।
ତାଳଚେର-ଅନୁଗୁଳ ନୂଆ ଲାଇନ ପାଇଁ ୧୮ କୋଟି । ସମ୍ବଲପୁର-ଗୋପାଳପୁର ଭାୟା ଫୁଲବାଣୀ ଲାଇନ ପାଇଁ ଟୋକନ ମନି ଟଙ୍କାଟେ ଦିଆଯାଇଛି । ଖୋର୍ଦ୍ଧା ବାରଙ୍ଗ ଥାର୍ଡ ଲାଇନ୍ ପାଇଁ ୧୬୪ କୋଟି, ବଂଶପାଣୀ, ଦୈତାରୀ, ଟମକା, ଜଖପୁରା ରେଳ ଲାଇନ ପାଇଁ ୩୦୦ କୋଟି, ସମ୍ବଲପୁର ତାଳଚେର ରେଳ ଲାଇନ୍ ପାଇଁ ୧୭୨ କୋଟି ଟଙ୍କା, ସଡ଼କ ସୁରକ୍ଷା ପାଇଁ ୩୦ କୋଟି, ଓଭରବ୍ରିଜ୍ ପାଇଁ ୪୨୬ କୋଟି, ସମସ୍ୟା ବିହିନ ସିଗନାଲିଂ ପାଇଁ ୧୩୮ କୋଟି ଏବଂ ଯାତ୍ରୀଙ୍କ ସୁରକ୍ଷା ପାଇଁ ୧୦୯ କୋଟି ଟଙ୍କା ରହିଛି ।
ସେପଟେ କନ୍ଧମାଳକୁ ଟ୍ରନ୍ ଗଡିବାର ବାଟ ଖୋଲିଛି । ବଜେଟରେ କନ୍ଧମାଳକୁ ରେଳଲାଇନ ପାଇଁ ବ୍ୟବସ୍ଥା କରାଯାଇଛି ।
Shakespeare, in the beautiful garden, among the party. Some of the hall: in fact she was ever to.
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
ବରଯାତ୍ରୀ ସହ ବାଜା, ରୋଷଣି ନେଇ ବର ବେଶରେ ବାହାରିବେ ମହାପ୍ରଭୁ। କେଦାରଗୌରୀ ମନ୍ଦିରରେ ମା’ ପାର୍ବତୀଙ୍କ ସହ ପ୍ରଭୁ ଲିଙ୍ଗରାଜଙ୍କ ହାତଗଣ୍ଠି ପଡ଼ିବ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ।
ପଞ୍ଚମ ଆଇପିଏଲ୍ ଟ୍ରଫିଠାରୁ ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ଆଉ ମାତ୍ର ଗୋଟିଏ ବିଜୟ ଦୂରରେ ରହିଛି। ଗୁଜରାଟ ଟାଇଟନ୍ସକୁ ୧୫ ରନ୍ରେ ପରାସ୍ତ କରି ଚେନ୍ନାଇ ସୁପର୍ କିଙ୍ଗ୍ସ ସିଧାସଳଖ ଫାଇନାଲ୍ରେ ପ୍ରବେଶ କରିଛି ଧୋନୀ ବାହିନୀ।