Loading...

ଚଳିତ ବର୍ଷ ଦେଶରେ ସ୍ୱାଭାବିକ ରହିବ ମୌସୁମୀ

ଚଳିତ ବର୍ଷ ଦେଶରେ ସ୍ୱାଭାବିକ ରହିବ ମୌସୁମୀ

ଏଥର ଦେଶରେ ସ୍ୱାଭାବିକ ରହିବ ମୌସୁମୀ । ୨୦୨୨ ପାଇଁ ଏଭଳି ପୂର୍ବାନୁମାନ କରିଛି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍‌ । ବର୍ଷାର ପରିମାଣ ଏଲପିରେ ୯୮ ପ୍ରତିଶତ ରହିବା ସମ୍ଭାବନା ରହିଛି ।

ଏଥର ଦେଶରେ ସ୍ୱାଭାବିକ ରହିବ ମୌସୁମୀ । ୨୦୨୨ ପାଇଁ ଏଭଳି ପୂର୍ବାନୁମାନ କରିଛି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍‌ । ବର୍ଷାର ପରିମାଣ ଏଲପିରେ ୯୮ ପ୍ରତିଶତ ରହିବା ସମ୍ଭାବନା ରହିଛି । ଏଥିରେ ୫ ପ୍ରତିଶତ ଏପଟ ସେପଟ ହୋଇପାରେ । ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ଏଲପିଏ ବା ଲଙ୍ଗ ପିରିୟଡ ଏଭରେଜ୍‌ ୮୮୦ ଦଶମିକ ୬ ରହିବ । ଜୁନ ମାସ ଠାରୁ ବର୍ଷା ଆରମ୍ଭ ହେବ । ସ୍କାଏମେଟ୍‌ର ଆକଳନ ଅନୁସାରେ ଜୁନ୍‌ରେ ୧୦୭ ପ୍ରତିଶତ ଏଲପିଏ, ଜୁଲାଇରେ ୧୦୦ ପ୍ରତିଶତ, ଅଗଷ୍ଟରେ ୯୫ ପ୍ରତିଶତ ଏବଂ ସେପ୍ଟେମ୍ବରରେ ୯୦ ପ୍ରତିଶତ ଏଲପିଏ ବା ଲଙ୍ଗ ପରିୟଡ ଏଭେରେଜ ରହିବାର ସମ୍ଭାବନା ରହିଛି । ପୂର୍ବରୁ ଫେବୃଆରୀରେ ସ୍କାଏମେଟ୍‌ ସ୍ୱାଭାବିକ ମୌସୁମୀ ନେଇ ପୂର୍ବାନୁମାନ କରିଥିଲା ।

 

 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.