Loading...

ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆଇପିଏଲର ଫାଇନାଲ ଖେଳିବେ ଖେଳାଳି

ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆଇପିଏଲର ଫାଇନାଲ ଖେଳିବେ ଖେଳାଳି

ବିସିସିଆଇର ଆପେକ୍ସ କାଉନ୍‌ସିଲ ଚଳିତ ଲିଗ୍‌ର ୪ଟି ବଡ଼ ମ୍ୟାଚର କାର୍ଯ୍ୟସୂଚୀ ଚୂଡ଼ାନ୍ତ କରିଥିଲା। ସୂଚନାଯୋଗ୍ୟ, ଆଇପିଏଲ୍‌ର ୧୬ତମ ସଂସ୍କରଣ ବିଶ୍ୱର ସର୍ବବୃହତ୍‌ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମାର୍ଚ୍ଚ ୩୧ରେ ଆରମ୍ଭ ହୋଇଥିଲା।

ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର କ୍ୱାଲିଫାୟର-୨ ଏବଂ ଫାଇନାଲ ମ୍ୟାଚ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଯଥାକ୍ରମେ ମେ’ ୨୬ ଓ ୨୮ରେ ଖେଳାଯିବ। ଏନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ସୂଚନା ଦିଆଯାଇଛି। ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମରେ କ୍ୱାଲିଫାୟର-୧ ଓ ଏଲିମିନେଟର ଯଥାକ୍ରମେ ମେ’ ୨୩ ଓ ୨୪ରେ ଖେଳାଯିବ। ବିସିସିଆଇର ଆପେକ୍ସ କାଉନ୍‌ସିଲ ଚଳିତ ଲିଗ୍‌ର ୪ଟି ବଡ଼ ମ୍ୟାଚର କାର୍ଯ୍ୟସୂଚୀ ଚୂଡ଼ାନ୍ତ କରିଥିଲା। ସୂଚନାଯୋଗ୍ୟ, ଆଇପିଏଲ୍‌ର ୧୬ତମ ସଂସ୍କରଣ ବିଶ୍ୱର ସର୍ବବୃହତ୍‌ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମାର୍ଚ୍ଚ ୩୧ରେ ଆରମ୍ଭ ହୋଇଥିଲା।


 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.