ଆଜିଠୁ ଜୁନ ୬ ଯାଏଁ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
Loading...
୨୦୨୪ ନିର୍ବାଚନ ପାଇଁସମୟ କମ୍ ।ସଜାଡ଼ି ହେଉଛି କଂଗ୍ରେସ ଘର । ଆଗାମୀ ରଣନୀତି ପ୍ରସ୍ତୁତି ପୂର୍ବରୁ ଚିରଞ୍ଜୀବଙ୍କ ବାସଭବନରେ ବିଜୟ ପହଞ୍ଚିବାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା ।
୨୦୨୪ ନିର୍ବାଚନ ପାଇଁ ସମୟ କମ୍ ।ସଜାଡ଼ି ହେଉଛି କଂଗ୍ରେସ ଘର । ଆଗାମୀ ରଣନୀତି ପ୍ରସ୍ତୁତି ପୂର୍ବରୁ ଚିରଞ୍ଜୀବଙ୍କ ବାସଭବନରେ ବିଜୟ ପହଞ୍ଚିବାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା ।ସେଥିପାଇଁ ଆଜି ବରିଷ୍ଠ କଂଗ୍ରେସ କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳଙ୍କୁ ଭେଟିଛନ୍ତି କଂଗ୍ରେସ ନେତା ବିଜୟ ପଟ୍ଟନାୟକ l ଦୀର୍ଘ ସମୟ ଧରି କଂଗ୍ରେସର ସାଂଗଠନିକ ସ୍ଥିତି ନେଇ ଆଲୋଚନା କରିଥିଲେ ବିଜୟ। ଯେହେତୁ ଦୀର୍ଘ ଦିନ ହେବ କଂଗ୍ରେସ ଠାରୁ ଦୁରେଇ ରହିଛନ୍ତି ଚିରଞ୍ଜୀବ। ତେବେ ଆଲୋଚନା ପରେ ପ୍ରତିକ୍ରିୟା ରଖି ଚିରଞ୍ଜୀବ କହିଛନ୍ତି ଯେ ଦଳ ପରିବର୍ତ୍ତନ କଥା ଦୀର୍ଘଦିନରୁ ଚାଲିଛି, କିନ୍ତୁ ମୁଁ କଂଗ୍ରେସ ରେ ଅଛି। କଂଗ୍ରେସ ଭବନ ରେ ବସିଲେ ଭୋଟ ହେବନି, ତେଣୁ ଏରିଆରେ ଅଛି। ସଂଗଠନ ତୃଣମୂଳସ୍ତର ରୁ ସୁଦୃଢ କରିବା ଦରକାର। ସେହିପରି ଆଗକୁ କେମିତି ହେବ ଲଢେଇ ସେ ନେଇ ଚିରଞ୍ଜୀବଙ୍କ ସହ ଆଲୋଚନା ହୋଇଥିବା କହିଛନ୍ତି ବିଜୟ ପଟ୍ଟନାୟକ।
ପ୍ରଦେଶ କଂଗ୍ରେସ ରେ ବଢୁଛି ଆଭ୍ୟନ୍ତରଣ ମତଭେଦ ଓ ବିଦ୍ରୋହ । ସେପଟେ ଅସନ୍ତୁଷ୍ଟଙ୍କୁ ମନେଇ ଦଳ ସହ ଯୋଡ଼ି ରଖିବାରେ ଲାଗିଛନ୍ତି ସଦ୍ୟ କଂଗ୍ରେସର ଯୋଡ଼ି ହୋଇଥିବା ବିଜୟ ପଟ୍ଟନାୟକ l କିଛିଦିନ ତଳେ ପୃଥ୍ୱୀବଲ୍ଲବ ଓ ଆଜି ଚିରଞ୍ଜୀବଙ୍କ ଘରେ ଦେଖିବାକୁ ମିଳିଥିଲା ବିଜୟଙ୍କୁ l ଅସନ୍ତୁଷ୍ଟ ଙ୍କ ସଂଖ୍ୟା କଂଗ୍ରେସରେ ବଢୁଥିବା ବେଳେ ଅନେକ ଦଳ ଛାଡ଼ି ଅନ୍ୟ ଦଳକୁ ଯିବା ପାଇଁ ଅନେଇ ବସିଛନ୍ତି । ଯଦି ଏହି ଧାରା ଲାଗି ରୁହେ ତେବେ 9 ରୁ 90 କେବଳ ରାଜ୍ୟ କଂଗ୍ରେସର ସ୍ଲୋଗାନ ହୋଇ ରହିବ ।
Shakespeare, in the beautiful garden, among the party. Some of the hall: in fact she was ever to.
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
ବରଯାତ୍ରୀ ସହ ବାଜା, ରୋଷଣି ନେଇ ବର ବେଶରେ ବାହାରିବେ ମହାପ୍ରଭୁ। କେଦାରଗୌରୀ ମନ୍ଦିରରେ ମା’ ପାର୍ବତୀଙ୍କ ସହ ପ୍ରଭୁ ଲିଙ୍ଗରାଜଙ୍କ ହାତଗଣ୍ଠି ପଡ଼ିବ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ।
ପଞ୍ଚମ ଆଇପିଏଲ୍ ଟ୍ରଫିଠାରୁ ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ଆଉ ମାତ୍ର ଗୋଟିଏ ବିଜୟ ଦୂରରେ ରହିଛି। ଗୁଜରାଟ ଟାଇଟନ୍ସକୁ ୧୫ ରନ୍ରେ ପରାସ୍ତ କରି ଚେନ୍ନାଇ ସୁପର୍ କିଙ୍ଗ୍ସ ସିଧାସଳଖ ଫାଇନାଲ୍ରେ ପ୍ରବେଶ କରିଛି ଧୋନୀ ବାହିନୀ।