SPORTS

ସୁନା ପୋଛିନେଲା ଭାରତ: ସ୍ବର୍ଣ୍ଣ ୭/୭, ଭାରତକୁ ୧୫ ପଦକ

Untitled 1

 ଶେଷ ଦିନରେ ଭାରତର ସ୍ବର୍ଣ୍ଣିମ ରେକର୍ଡ

 

କଟକରେ ରାଜ୍ୟଗୋଷ୍ଠୀ ଟେବୁଲ୍‌ ଟେନିସ୍‌ ଚାମ୍ପିଅନସିପ୍‌ରେ ଭାରତର ଦମ୍‌ଦାର ବିଜୟ ହୋଇଛି । କଟକ ଜବାହାରଲାଲ ଇଣ୍ଡୋର ଷ୍ଟାଡିୟମରେ ଚାଲିଥିବା ୨୧ ତମ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍ ପ୍ରତିଯୋଗୀତାରେ ଭାରତ ଚମ୍ପିଆନ୍ ହୋଇଛି । ଭାରତୀୟ ଦଳ ଉଭୟ ଦଳଗତ ଓ ବ୍ୟକ୍ତିଗତ ମ୍ୟାଚରେ ସ୍ୱର୍ଣ୍ଣପଦକ ହାସଲ କରିଛି । ତେବେ ପ୍ରତ୍ୟେକ ବିଭାଗରେ ଭାରତୀୟ ଖେଳାଳି ସ୍ୱର୍ଣ୍ଣପଦକ ଜିତି ଏକ ନୂଆ କିର୍ତ୍ତିିମାନ ରଚିଛନ୍ତି । ଭାରତ ଟୁର୍ଣ୍ଣାମେଂଟରେ ମୋଟ୍ ୧୫ଟି ପଦକ ଜିତିଛି । ଏହା ମଧ୍ୟରେ ୭ଟି ସ୍ୱର୍ଣ୍ଣ, ୪ଟି ରୌପ୍ୟ ଓ ୪ଟି କାଂସ୍ୟ ପଦକ ରହିଛି । ଗତ ୧୭ ତାରିଖରୁ ଏହି ଟୁର୍ଣ୍ଣାମେଂଟ ଖେଳାଯାଉଥିଲା । ଉଦଯାପନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଯୋଗଦେଇଥିଲେ । ନବୀନ ବିଜୟୀ ଖେଳାଳିମାନଙ୍କୁ ସମ୍ମାନୀତ କରିବା ସହ ଉପସ୍ଥିତ ଜନତାଙ୍କୁ ଉଦବୋଧନ ଦେଇଥିଲେ ।

ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପଦକ ପ୍ରଦାନ କରିଥିଲେ। ତାଙ୍କ ସହିତ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, ସ˚ସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଶକ୍ତି ଓ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ପୁଲିସ୍‌ କମିସନର ସତ୍ୟଜିତ ମହାନ୍ତି, ଆର‌୍‌ଡିସି ଅନୀଲ କୁମାର ସାମଲ, କ୍ରୀଡ଼ା ସଚିବ ବିଶାଲ ଦେବ, କ୍ରୀଡ଼ା ନିର୍ଦ୍ଦେଶକ ଭିନିଲ୍‌ କ୍ରୀଷ୍ଣ, ରାଜ୍ୟଗୋଷ୍ଠୀ ମହାସ˚ଘ ଅଧ୍ୟକ୍ଷ ବିବେକ କୋହଲି, ସାଧାରଣ ସମ୍ପାଦକ ଏମ୍‌ପି ସି˚ହ, ଓଡ଼ିଶା ଟେବୁଲ ଟେନିସ ସ˚ଘ ଉପ ସଭାପତି ସ˚ଜୟ ସି˚ହ, ସମ୍ପାଦକ ରବୀନ୍ଦ୍ର କୁମାର ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ।

ପଢନ୍ତୁ:  ରହସ୍ୟମୟୀ ଅନୁଗୁଳ ଡାକ୍ତରଖାନା, ପୁଣି ଶବରୁ ଆଖି ଗାୟବ

Related posts

ବର୍ଷାର ଆଶଙ୍କା ମଧ୍ୟରେ ଅନ୍ତିମ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଓ ନ୍ୟୁଜିଲାଣ୍ଡ ଦଳ ପ୍ରସ୍ତୁତ

ENO Beuro

ଲିଲିମା ପାଇବେ ଏକଲବ୍ୟ ପୁରସ୍କାର

ENO Beuro

ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍‌ର ରୋମାଞ୍ଚକର ବିଜୟ

Ratnamani Moharana

Leave a Comment